www.samajalive.in
Tuesday, December 9, 2025
17.1 C
Bhubaneswar

ବଡ଼ମ୍ବାରେ ସମନ୍ୱିତ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ

ବଡ଼ମ୍ବା : ସମ୍ଭାବ୍ୟ କରୋନା ତୃତୀୟ ଲହରକୁ ମୁକାବିଲା କରିବା ଉଦେଶ୍ୟରେ ତୃଣମୂଳସ୍ତରରୁ ସ୍ୱାସ୍ଥ୍ୟ ସଚେତନତାକୁ ଗୁରୁତ୍ୱ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବଡ଼ମ୍ବା ବିଧାନସଭା କ୍ଷେତ୍ରରେ ଆଗୁଆ ପଦକ୍ଷେପ ସ୍ୱରୁପ ଗାଁ ଗାଁରେ ପ୍ରତ୍ୟେକ ପରିବାରର ସ୍ୱାସ୍ଥ୍ୟ ସମ୍ବଳିତ ଟିକନିଖ ତଥ୍ୟ ସଂଗ୍ରହ କରି ସେଦିଗରେ ଆଶୁ ପଦକ୍ଷେପ ନେବାକୁ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଗୁରୁତ୍ୱାରୋପ କରିଛନ୍ତି। ଫଳସ୍ୱରୁପ ଆଶା ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ମିଳିତ ଉଦ୍ୟମ ତଥା ଅଗ୍ରଣୀ ଗାଁ କଲ୍ୟାଣ ସମିତିଙ୍କ ସହଯୋଗରେ ଅନ୍ତର୍ଗତ ବଡ଼ମ୍ବା ବ୍ଲକରେ ସମନ୍ୱିତ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ କାର୍ଯ୍ୟକ୍ରମକୁ ଗୁବୁବାର ବିଧାୟକ ଶ୍ରୀ ମିଶ୍ର ଶୁଭାରମ୍ଭ କରିଛନ୍ତି। ରାଜ୍ୟସରକାରଙ୍କ ନିଷ୍ପତିକ୍ରମେ ଏହି କାର୍ଯ୍ୟଲାଗି ଆବଶ୍ୟକଥିବା ଅକ୍ସିମିଟର, ମାସ୍କ, ଗ୍ଲୋବ୍ସ ଆଦି ଆଶାକର୍ମୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଅଙ୍ଗନୱାଡି କର୍ମୀଙ୍କୁ ଗୋଟିଏ େଗୋଟିଏ ଅକ୍ସିମିଟର ଏବଂ ଆଣ୍ଡରଏଡ ମୋବାଇଲ ଫୋନ ବିଧାୟକ ଶ୍ରୀ ମିଶ୍ର ଏହି ଅବସରରେ ପ୍ରଦାନ କରିଥିଲେ। ବଡ଼ମ୍ବା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଶ୍ୱନାଥ ଆଧେକ, ବ୍ଲକ ଅଧ୍ୟକ୍ଷା ଅନସୂୟା ନାଏକ, ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ,କୋଭିଡ ଯତ୍ନ କେନ୍ଦ୍ର ମୁଖ୍ୟ ଡାକ୍ତର ଉଦୟଜ୍ୟୋତି ମଲ୍ଲିକ,ନିଜିଗଡ଼ ବଡ଼ମ୍ବା ସରପଞ୍ଚ ସୁଧାଂଶୁ ୁଶେଖର ମହାନ୍ତି, ସମିତି ସଭ୍ୟ ମୁରଲୀଧର ମହାପାତ୍ର,ସାଂସଦ ପ୍ରତିନିଧି ଦିପକ କୁମାର ସାହୁ, ଜିଲା ବଜେଡି ଉପସଭାପତି ସରୋଜ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତା ନେଇ ନିଜ ନିଜର ମତପୋଷଣ କରିଥିଲେ। ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଶରତଚନ୍ଦ୍ର ଖୁଣ୍ଟିଆ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଡାକ୍ତର ଉଦୟରଞ୍ଜନ ଦାଶ କାର୍ଯ୍ୟକ୍ରମର ରୁପରେଖ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ।
ବିଭାଗୀୟ ସୂଚନାନୁଯାଇ ୫ଟି ପର୍ଯ୍ୟାୟରେ ଘରକୁ ଘର ବୁଲି ଆଶା,ଅଙ୍ଗନବାଡ଼ି ଏବଂ ଗାଁ କଲ୍ୟାଣ ସମିତି ସଦସ୍ୟମାନେ ମିଳିତଭାବେଏ ଆଗାମୀ ୩ମାସ ମଧ୍ୟରେ ଘରର ପ୍ରତ୍ୟେକ ସଦସ୍ୟଙ୍କ ଟିକିନିଖ ସ୍ୱାସ୍ଥ୍ୟ ସମ୍ବନ୍ଧିୟ ତଥ୍ୟ ସଂଗ୍ରହ କରିବାକୁ ଏହି କାର୍ଯ୍ୟକ୍ରମରେ ଲକ୍ଷ ରଖାଯାଇଛି। ବିଶେଷକରି ଶିଶୁ, ଯୁବ ବର୍ଗଙ୍କ ସ୍ୱାସ୍ଥ୍ୟ ବିବରଣୀ ସମେତ ବୟସ୍କଙ୍କ ଉଚ୍ଚ ରକ୍ତଚାପ,ମଧୂମେହ ରୋଗୀଙ୍କ ଶର୍କରାସ୍ତର,ଅମ୍ଳଜାନସ୍ତରର ବିବରଣୀ ସାଙ୍ଗକୁ ଆସ୍ଥମା,ହାର୍ଟ,କିଡନୀ ଏବଂ କ୍ୟାନସର ଆଦି ରୋଗରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ତଥା ପ୍ରାୟ ସମସ୍ତ ଲୋକଙ୍କ ବ୍ୟକ୍ତିଗତ ରକ୍ତଚାପ,ଶର୍କରାସ୍ତର,ଅମ୍ଳଜାନ ସ୍ତର ଆଦି ଏହି ସର୍ବେକ୍ଷଣରେ ରେକର୍ଡ଼ କରାଯିବାକୁ ଲକ୍ଷଧାର୍ଯ୍ୟ କରାଯାଇଛି। ସେହିଭଳି ସର୍ବେକ୍ଷଣ ସମୟରେ ଏକାଧିକ ପଞ୍ଚାୟତକୁ ସଂଲଗ୍ନ କରି ସ୍ୱାସ୍ଥ୍ୟ ସଚେତନତା ଶିବିରମାନ ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯିବ ବୋଲି ନିଷ୍ପତି ହୋଇଥିବା ପ୍ରକାଶ। ବ୍ଲକ ଅନ୍ତର୍ଗତ ବଡ଼ମ୍ବା ଟାଉନ ଏବଂ ମହୁଲିଆ ପଞ୍ଚାୟତରେ ଆଜିଠାରୁ ଏହି ସର୍ବେକ୍ଷଣ ଆରମ୍ଭ କରାଯାଇଥିବା ଜଣାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories