www.samajalive.in
Monday, December 8, 2025
20.1 C
Bhubaneswar

କ୍ରିକେଟ ଖେଳକୁ କେନ୍ଦ୍ରକରି ଦୁଇସାହି ମଧ୍ୟରେ ଗଣ୍ଡଗୋଳ, ୪ ଗିରଫ

ଗୁରୁଡିଝାଟିଆ: ମଞ୍ଚେଶ୍ୱର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣବସ୍ତରେ ଦୁଇସାହି ଭିତରେ ବିବାଦ ଓ ପରେ ଗଣ୍ଡଗୋଳକୁ ନେଇ ୪ଜଣଙ୍କୁ ଗୁରୁଡିଝାଟିଆ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ରହିଥିବା ବେଳେ ପୋଲିସ ପକ୍ଷରୁ ତୀକ୍ଷ୍ମ ନଜର ଦିଆଯାଇଛି। ଗାଁରେ ଶାନ୍ତିପ୍ରତିଷ୍ଠା କରିବା ପାଇଁ ମଧ୍ୟ ଉଦ୍ୟମ ଜାରି ରହିଛି।ପ୍ରକାଶଯୋଗ୍ୟ ଦୁଇଦିନ ତଳେ କ୍ରିକେଟ ଖେଳକୁ କେନ୍ଦ୍ରକରି ଦୁଇ ଭିନ୍ନ ଭିନ୍ନ କ୍ଲବର ସଦସ୍ୟଙ୍କ ମଧ୍ୟରେ ଉଚ୍ଚବାଚ, ଝଗଡା ହୋଇଥିଲା। ଏପରିକି ଖେଳ ପରେ ଅଧିକ ଉତ୍ତେଜନା ହୋଇଥିଲା ଗାଁ ଭିତରେ। ଏହାକୁ କେନ୍ଦ୍ର କରି ଗାଁର ଦୁଇସାହି ଭିତରେ ଆରମ୍ଭ ହୋଇଯାଇଥିଲା ତୀବ୍ର ବିବାଦ। ଧୁମ ଗଣ୍ଡଗୋଳ ମଧ୍ୟ ହୋଇଥିଲା। ଘଟଣାସ୍ଥଳରେ ଗୁରୁଡିଝାଟିଆ ପୋଲିସ ପହଞ୍ଚିବା ପରେ ବଡ ଅଘଟଣକୁ ଅଟକାଇଦେଇଥିଲା। ଗଣ୍ଡଗୋଳରେ ସଂପୃକ୍ତ ଥିବା ଅଭିଯୋଗରେ ଉଭୟପକ୍ଷରୁ ୪ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆକାଶ ସାହୁ(୩୫), ପ୍ରଫୁଲ୍ଲ ପ୍ରଧାନ(୪୦), ବିଦ୍ୟାଧର ସାହୁ(୫୫),ସତ୍ୟବ୍ରତସାହୁ(୨୫) । ଉଭୟ ପକ୍ଷରୁ ଥାନାରେ ଦୁଇଟି ଏତଲା ହୋଇଛି। ଗୁନ ସାହୁ ଗୋଟିଏ ଏତଲ ଦେଇଥିବା ବେଳେ ଅନ୍ୟଟି କେତକୀ ସ୍ୱାଇଁ ପ୍ରଦାନ କରିଛନ୍ତି। ଗାଁରେ ଶାନ୍ତି ବଜାୟ ରଖିବା ପାଇଁ ସରପଞ୍ଚ ପ୍ରିୟବ୍ରତ ସାହୁ ଓ ସମିତିସଭ୍ୟ ଅଶୋକ ଖଟୁଆଙ୍କ ନେତୃତ୍ୱରେ ଉଦ୍ୟମ ଜାରିରହିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories