www.samajalive.in
Monday, December 8, 2025
24.1 C
Bhubaneswar

ସାରୁଅ ପଞ୍ଚାୟତର ସାରୁଅ ଗ୍ରାମ ଅଣୁ ଆବଦ୍ଧାଞ୍ଚଳ

ବେଗୁନିଆ: ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ସୁପାରିଶ କ୍ରମେ ଉପଜିଲ୍ଲାପାଳ ଅଶୋକକୁମାର ବେହୁରିଆ ବେଗୁନିଆ ବ୍ଲକ ସାରୁଅ ପଂଚାୟତ ଅନ୍ତର୍ଗତ ସାରୁଅ ଗ୍ରାମକୁ ଅଣୁ ଆବଦଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ସମ୍ପୃକ୍ତ ଗ୍ରାମରେ ୨ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ୨୦ ଟି ପରିବାରର ୮୫ ଲୋକ ବସ ବାସ କରୁଥିବା ମଙ୍ଗୁ ମହାଭୋଇଙ୍କ ଘର ଠାରୁ ଶିବ ସୁବୁଦ୍ଧିଙ୍କ ଘର ପର୍ୟ୍ୟନ୍ତ ୧୬ ତାରିଖ ସନ୍ଧ୍ୟା ୭ ଟାରୁ ୨୫ ତାରିଖ ରାତି ୯ ଟା ପର୍ୟ୍ୟନ୍ତ ଅଣୁ ଆବଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସେହିପରି ଏହି ଗ୍ରାମର କୌଣସି ବ୍ୟକ୍ତି ବାହାରକୁ ବାହାରିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଏହି ସମୟ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରାଯିବା ସହ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ। ବିଭିନ୍ନ ବିଭାଗର ୬ ଜଣ ସରକାରୀ କର୍ମଚାରୀଙ୍କୁ ସେଠାରେ କାର୍ୟ୍ୟ ସମ୍ପାଦନ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦେଶ ଦେଇଥିବାବେଳେ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ସମସ୍ତ କାର୍ୟ୍ୟର ତଦାରଖ ଦାୟିତ୍ୱ ଦେଇଛନ୍ତି। ଏହା ପୂର୍ବରୁ ବେଗୁନିଆ ବ୍ଲକର ୩୬ ଟି ସ୍ଥାନକୁ ଅଣୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା। ଆଜିର ଏହି ଘୋଷଣା ପରେ ୩୭ ଟି ସ୍ଥାନକୁ ଅଣୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଗଲା।

ଖୋର୍ଦ୍ଧା ଜିଲା ବେଗୁନିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ରମେଶକୁମାର ଦଳବେହେରାଙ୍କ ପିତାଙ୍କର କରୋନାରେ ଆକ୍ରାନ୍ତ ହୋଇ ଚିକିସ୍ଥିତ ଅବସ୍ଥାରେ ପରଲୋକ ହୋଇଯାଇଛି। ତାଙ୍କର ପିତା ଉଲ୍ଲାସଚନ୍ଦ୍ର ଦଳବେହେରା(୭୮) କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ସଂଜୀବନି ହସ୍ପିଟାଲରେ ଚିକିସ୍ଥିତ ହେଉଥିଲେ। ଶୀତଳଷଷ୍ଠୀ ତଥା ଶେଷ ରଜ ଦିନ ସେ ମୃତ୍ୟୁ ବରଣ କରିଛନ୍ତି। ସେ ଜଣେ ସରଳ, ଅମାୟିକ,ମିଷ୍ଟଭାଷୀ ବୁଦ୍ଧିଜୀବି ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁରେ ତାଙ୍କ ଗ୍ରାମ ତଥା ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏଥିସହିତ ଅଧ୍ୟକ୍ଷ ଶ୍ରୀ ଦଳବେହେରା ତାଙ୍କର ପତ୍ନୀ ଏବଂ ୪ ବର୍ଷର ପୁଅ କରୋନାରେ ଆକ୍ରାନ୍ତ ହୋଇ ଚିକିସ୍ଥିତ ହେଉଛନ୍ତି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories