ହରଭଙ୍ଗା : ତିନିବର୍ଷ ପୂର୍ବରୁ ମାଆ ଛାଡିଚାଲିଯାଇଥିଲା। ପୁଣି ଦଇବ ଦୁର୍ଯ୍ୟୋଗରେ ବାପା ମଧ୍ୟ ଏକାକୀ କରି ଛାଡି ଚାଲିଗଲେ। ଶୈଶବ ଅବସ୍ଥାରେ ଦୁନିଆକୁ ଜାଣିବା ପୂର୍ବରୁ ତିନିଜଣ ଯାକ ମାଆ/ବାପା ଦୁହିଁଙ୍କୁ ହରାଇ ପୂରା ଅସହାୟ। ଏଥିଲା ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ଅର୍ନ୍ତଗତ ବାହାଲି ଗ୍ରାମର ମୃତ ସପ୍ତେଶ୍ୱର ମଲିକଙ୍କ ପରିବାର କଥା। ମୃତ ସପ୍ତେଶ୍ୱରଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ। ବଡ ପୁଅକୁ (୧୨ବର୍ଷ), ମଝିଆ ପୁଅକୁ (୧୦ବର୍ଷ) ଏବଂ ସାନ ଝିଅକୁ (୩ବର୍ଷ)। ମୂଲ ମଜୁରୀ କରି ଦୁଃଖେ କଷ୍ଟେ ଗରିବ ପରିବାର ଚଳୁଥିଲେ। ତିନିବର୍ଷ ତଳେ ପନ୍ତ୍ରୀଙ୍କ ମୃତ୍ୟୂ ପରେ ତିନି ଶିଶୁଙ୍କ ମୁହଁରୁ ମାଆ ଡାକ ସବୁଦିନ ପାଇଁ ବନ୍ଦ ହୋଇଗଲା। ପୁଣି ଭଗବାନ ଏଭଳି ଏକ କରୁଣ ପରିସ୍ଥିତିରେ ପିଲାଙ୍କ ଠାରୁ ବାପା ସପ୍ତେଶ୍ୱରଙ୍କୁ ଛଡାଇ ନେଇ ତିନି ପିଲା ଅନାଥ ହୋଇଗଲେ। ଆହା କରିବାକୁ କେହି ନାହିଁ। ଦୁନିଆର ଭଲ ମନ୍ଦ ବୁଝିବା ପୂର୍ବରୁ ମାଆ-ବାପା ଦୁହିଁଙ୍କ ମୃତ୍ୟୁ ସେମାନଙ୍କୁ ମୁକ କରିପକାଇଛି। ଏପରି ଅବସ୍ଥାରେ କବେଳ ଅଜା,ଆଈ ତାଙ୍କର ସାହା ଭରସା ହୋଇ ରହିଛନ୍ତି।
ଏଭଳି ଏକ ସମ୍ବେଦନଶୀଳ ଘଟଣାର ଖବର ପାଇ ଗୁରୁବାର ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରାଙ୍କ ନେତୃତ୍ୱରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଶିଶୁମଙ୍ଗଳ ସମିତିର ସଦସ୍ୟା ପ୍ରଣୟନୀ ଲେଙ୍କା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କର୍ମଚାରୀ ରାଜେନ୍ଦ୍ର ମଲିକ ଏବଂ ସହଦେବ ନାୟକ ପ୍ରମୁଖ ପଂହଚି ଶିଶୁ ଏବଂ ଅନ୍ୟାନ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ବର୍ତମାନ ତିନି ପିଲା ମାମୁଁ ଘରେ ଅଜା ଆଈଙ୍କ ପାଖରେ ରହୁଛନ୍ତି। ସମସ୍ତ ଆଲୋଚନା ପରେ ଏହି ପିଲାମାନଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆ ଯାଇଛି। ବର୍ତମାନ ପରିସ୍ଥିତିରେ ଏହି ପରିବାରକୁ ଏଲକେବିକେ ସରସରା ସଂସ୍ଥା ଦ୍ୱାରା ଶୁଖିଲା ଖାଦ୍ୟ ଓ ରାସନ ପ୍ରଦାନ କରାଗଲା। ଏହା ସହ ଶିଶୁ ମଙ୍ଗଳ ସମିତି ତରଫରୁ ଏକ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। କୌଣସି ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ପିଲାମାନଙ୍କ ପାଠପଢ଼ାଏବଂ ଅନ୍ୟାନ୍ୟ ଦାୟିତ୍ୱ ନେବା ପାଇଁ ସାଧାରଣରେ ଦାବୀ ହେଉଛି।
ଅସହାୟ ୩ ପିଲାଙ୍କ ପାଖରେ ପହଞ୍ଚିଲା ପ୍ରଶାସନ
Popular Categories



