www.samajalive.in
Thursday, December 11, 2025
26.1 C
Bhubaneswar

ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ଏସିବିଏସପିର ଦକ୍ଷିଣ ପୂର୍ବ ଏସିଆ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍‍ ଏବଂ ମ୍ୟାନେଜମେଣ୍ଟ ଗୁରୁ ପ୍ରଫେସର ଡଃ. ବିଶ୍ୱଜିତ ପଟ୍ଟନାୟକ ଯୁକ୍ତରାଷ୍ଟ୍ର ଆମେରିକାରେ ଆକ୍ରେଡିଟେସନ କାଉନସିଲ ଫର୍‍ ବିଜନେଓ ସ୍କୁଲ୍ସ ଆଣ୍ଡ ପ୍ରୋଗ୍ରାମ୍ସର ରିଜନ୍‍ ୧୦ (ଦକ୍ଷିଣ ପୂର୍ବ ଏସିଆ) କାଉନସିଲ୍‍ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏସିବିଏସପି ବିଶ୍ୱର ବିଭିନ୍ନ ମ୍ୟାନେଜମେଣ୍ଟ ସ୍କୁଲକୁ ଗୁଣବତ୍ତାର ମାନ୍ୟତା ପ୍ରଦାନ କରେ। ପ୍ରଫେସର ପଟ୍ଟନାୟକ ଏହି ପଦବୀରେ ନିର୍ବାଚିତ ହେବାରେ ପ୍ରଥମ ଓଡ଼ିଆ। ସେ ଏହି ପଦବୀରେ ରହି ଏସିବିଏସପିର ଦକ୍ଷିଣ ପୂର୍ବ ଏସିଆର ସମସ୍ତ ଦେଶର ମ୍ୟାନେଜମେଣ୍ଟ ଶିକ୍ଷାର କ୍ୱାଲିଟି ଆକ୍ରେଡିଟେସନ ଦାୟିତ୍ୱରେ ରହିବେ।
ପ୍ରକାଶ ଥାଉକି ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ବିଗତ ତିନି ଦଶନ୍ଧି ଧରି ଜଣେ ମ୍ୟାନେଜମେଣ୍ଟ ଶିକ୍ଷାର ପ୍ରଫେସର ଓ ଗବେଷକ ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ସେ ଲଗାନ୍‍ ଚଳଚ୍ଚିତ୍ରରେ ତାଙ୍କର ଗବେଷଣା ପାଇଁ ଲଗାନ ପ୍ରଫେସର ଭାବେ ସୁପରିଚିତ। ତାଙ୍କର ୧୦୪ଟି ଗବେଷଣାମୂଳକ ପ୍ରବନ୍ଧ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ମ୍ୟାନେଜମେଣ୍ଟ ଜର୍ନାଲରେ ପ୍ରକାଶିତ ହୋଇଛି। ପ୍ରଫେସର ପଟ୍ଟନାୟକ ୨୪ଟି ମ୍ୟାନେଜମେଣ୍ଟ ପୁସ୍ତକ ରଚନା କରିଛନ୍ତି। ତାହା ମଧ୍ୟରୁ ‘ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ’ ପୁସ୍ତକ ଓ ‘କ୍ରିଏଟିଂ ପରଫରମିଙ୍ଗ ଅର୍ଗାନାଇଜେସନ’ ପୁସ୍ତକ ଦୁଇଟି ଆମାଜନ ବେଷ୍ଟ ସେଲର୍‍ ମାନ୍ୟତା ପାଇଛି। ସେ ଆଇଆଇଏମ୍‍ ଇନ୍ଦୋର ଓ ଲଖନଉର ମାନବ ସମ୍ବଳ ବିକାଶ ପ୍ରଫେସର ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ବ୍ୟାଙ୍କ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ସେ ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଚାଳନା ପରିଷଦର ସଦସ୍ୟ ଭାବେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୋଇ କାର୍ଯ୍ୟ କରିଛନ୍ତି। ପ୍ରଫେସର ଡଃ ପଟ୍ଟନାୟକ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନ ପାଇବା ସହିତ ଆମେରିକାରୁ ଆନ୍ତର୍ଜାତିକ ‘ଟିଚିଂ ଏକ୍ସଲେନ୍ସି ଆୱାର୍ଡ’ ପାଇଛନ୍ତି। ସେ ଏଏସବିଏମ୍‍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଓ ସଂପ୍ରତି ଏହାର କୁଳାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି।

Hot this week

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

Related Articles

Popular Categories