www.samajalive.in
Saturday, December 6, 2025
26.1 C
Bhubaneswar

ଗୋଟିଏ ଦିନରେ ସର୍ବାଧିକ ୨୮ଟି ଚାଇନା ସାମରିକ ବିମାନ ତାଇୱାନ ସୀମା ଲଂଘିଲା

ତାଇପେ: ଚାଇନାର ଯୁଦ୍ଧ ବିମାନଗୁଡିକ ବରାବର ତାଇୱାନ ଆକାଶ ସୀମାକୁ ଲଂଘନ କରୁଥିବାବେଳେ ମଙ୍ଗଳବାର ସର୍ବାଧିକ ସଂଖ୍ୟକ ଚାଇନା ବିମାନ ଏଭଳି କାର୍ଯ୍ୟ କରିଥିବା ତାଇୱାନ କହିଛି। ଏହି ଦିନ ଦୁଇ ଡଜନରୁ ଅଧିକ ଚାଇନା ସାମରିକ ବିମାନଗୁଡିକ ତାଇୱାନ ଆକାଶ ସୀମା ଉଲ୍ଲଂଘନ କରି ଉଡାଣ କରିଛନ୍ତି। ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରକୁ ଉଦ୍ଧାର କରି ସିଏନଏନ୍‍ କହିଛି ଯେ ମଙ୍ଗଳବାର ୨୮ଟି ଚାଇନା ସାମରିକ ବିମାନ ତାଇୱାନର ବାୟୁ ପ୍ରତିରକ୍ଷା ଚିହ୍ନଟ ଅଞ୍ଚଳ (ଏଡିଆଇଜେଡ) ଉଲ୍ଲଂଘନ କରିଛନ୍ତି। ଗତବର୍ଷ ଠାରୁ ଚାଇନା ନିୟମିତ ଭାବରେ ଏଭଳି ଦାଦାଗିରି ଦେଖାଇ ଆସୁଥିବାବେଳେ ପ୍ରଥମ ଥର ପାଇଁ ଚାଇନାର ଏତେ ସଂଖ୍ୟକ ବିମାନ ତାଇୱାନ ଆକାଶ ସୀମା ଲଂଘନ କରିଛନ୍ତି। ଚାଇନାର ଉକ୍ତ ବିମାନଗୁଡିକ ମଧ୍ୟରେ ଫାଇଟର ଜେଟ୍‍, ବୋମାବର୍ଷୀ ବିମାନ, ବୁଡାଜାହାଜ ବିଧ୍ୱଂସୀ ବିମାନ ଏବଂ ଶୀଘ୍ର ସତର୍କ ସୂଚନା ପ୍ରଦାନକାରୀ ବିମାନ ରହିଥିଲା। ଏହା ପୂର୍ବରୁ ଗତ ଏପ୍ରିଲ ୧୨ ତାରିଖରେ ଚାଇନାର ୨୫ଟି ବିମାନ ତାଇୱାନ ଆକାଶ ସୀମା ଲଂଘନ କରିଥିଲା। ନିକଟରେ ଅନୁଷ୍ଠିତ ଜି୭ ବୈଠକରେ ତାଇୱାନ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାରେ ଚୀନ ବାଧକ ସାଜିଥିବା ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଜି୭ ସଦସ୍ୟ ରାଷ୍ଟ୍ରଗୁଡିକ ଚୀନକୁ ଗାଳି ଦେବାପରେ ଚୀନ ଏଭଳି ପ୍ରତିକ୍ରୟାଶୀଳ ହୋଇପଡିଥିବା କୁହାଯାଉଛି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories