www.samajalive.in
Wednesday, December 10, 2025
18.1 C
Bhubaneswar

ଭୁଲ ସମୟରେ ଉତ୍ତମ ଖାଦ୍ୟ ମଧ୍ୟ ଶରୀର ପାଇଁ ହାନିକାରକ ହୋଇପାରେ

ଠିକ୍ ସମୟରେ ଠିକ୍ ଖାଦ୍ୟ ଖାଇଲେ ହିଁ ଆପଣଙ୍କ ଶରୀର ସୁସ୍ଥ ଓ ଫିଟ୍ ରହିବ । ଖାଦ୍ୟ ଗ୍ରହଣ ସର୍ବଦା ସମୟ ଉପରେ ନିର୍ଭର କ​‌ରେ । ଭୁଲ ସମୟରେ ଉତ୍ତମ ଖାଦ୍ୟ ମଧ୍ୟ ଶରୀର ପାଇଁ ହାନିକାରକ ହୋଇପାରେ । ସେହିପରି ଏଭଳି କିଛି ଖାଦ୍ୟ ଅଛି ଯାହା ଶରୀର ପାଇଁ ସୁସ୍ଥ ହେଲେ ମଧ୍ୟ ଖାଲି ପେଟରେ ଖାଇବା ଅନୁଚିତ୍ । ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟଗୁଡିକ ବିଷୟରେ ଜାଣିବା………

ଟମାଟର: ଟମାଟରରେ ଭିଟାମିନ୍ ଓ ଆଣ୍ଟି-ଅକ୍ସିଡେଣ୍ଟ ଭରପୂର ମାତ୍ରାରେ ରହିଥାଏ ଏଥିରେ କୌଣସି ସନ୍ଦେହ ନାହିଁ । ହେଲେ ଏହାକୁ ଖାଲି ପେଟରେ ଖାଇବା ଦ୍ବାରା ଏହାର ଏସିଡିଟି ଗୁଣ ପେଟକୁ କ୍ଷତି ପହଞ୍ଚାଇଥାଏ । ଖାଲି ପେଟର ଟମାଟର ଖାଇବା ଦ୍ବାରେ ପେଟରେ ଅଧିକ ଚାପ ପଡିଥାଏ ।  ଅର୍ସ ରୋଗୀଙ୍କ ପାଇଁ ଏହା ମାରତ୍ମକ ହୋଇପାରେ ।
ଖଟା ଫଳ: ଖଟା ଫଳ ଯେପରି କମଳା, ଅଙ୍ଗୁର, ଲେମ୍ବୁରେ ଭିଟାମିନ୍ ସି, ଫାଇବର ଏବଂ ଆଣ୍ଟି-ଅକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଥାଏ । ଯଦି ଏହାକୁ ଆପଣ ଖାଲି ପେଟର ସେବନ କରନ୍ତି ତେବେ ଏହା ପେଟ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ବଢି ଯାଇଥାଏ ।

- Advertisement -

ସକାଳ ଖାଲି ପେଟରେ ମୃଦୂ ପାନୀୟ ପିଇବା ଦ୍ବାରା କର୍କଟ ଏବଂ ହୃଦୟଜନିତ ସମସ୍ୟା ଉପୁଜିବାର ଆଶଙ୍କା ଅଧିକ ଥାଏ । ଭୁଲରେ ମଧ୍ୟ ଖାଲି ପେଟରେ ମୃଦୂ ପାନୀୟ ପିଅନ୍ତୁ ନାହିଁ ।

ଚା’ ଏବଂ କଫି: ସକାଳୁ ଉଠି ଚା’ ବା କଫି ପିଇବା ଅନେକ ଲୋକଙ୍କ ଅଭ୍ୟାସ ରହିଥାଏ । କିନ୍ତୁ ଏହି ଅଭ୍ୟାସ ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇଥାଏ । ଖାଲି ପେଟରେ କଫି ପିଇବା ଦ୍ବାରା ହାଇଡ୍ରୋକ୍ଳୋରିକ୍ ଏସିଡ୍ ମାତ୍ରା ବଢିଯାଏ । ଫଳରେ କୋଷ୍ଠ କାଠିନ୍ୟ ସମସ୍ୟା ଉପୁଜିଥାଏ । ଏହା ଦ୍ବାରା ପାଚନ ପ୍ରକ୍ରିୟା ମଧ୍ୟ ଧିର ହୋଇଯାଏ । ଖାଲି ପେଟରେ ପାଣି ପିଅନ୍ତୁ ଓ ପରେ ଚା ବା କଫି ପିଅନ୍ତୁ ।

Hot this week

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

Related Articles

Popular Categories