www.samajalive.in
Monday, December 8, 2025
27.1 C
Bhubaneswar

ନୀତିଆୟୋଗଙ୍କ ସହ ଜିଲ୍ଲାସ୍ତରୀୟ ଭରଚୁଆଲ ବୈଠକ

ନବରଙ୍ଗପୁର :  ସୁରକ୍ଷିତ ହମ ସୁରକ୍ଷିତ ତୁମ ଅଭିଯାନ ସମ୍ପର୍କରେ ଆଜି ଭାରଚୁଆଲ ମୋଡ଼ ରେ ନିତି ଆୟୋଗଙ୍କ ଦ୍ୱାରା ଅନୁମୋଦିତ ପିରାମିଲ ଫାଉଣ୍ଡେସନର ପ୍ରକଳ୍ପ ଅଧିକାରୀ ପୁଞ୍ଜିତ ନାଥନୀ ଏବଂ ନବରଙ୍ଗପୁର ଜିଲ୍ଲାର ଦାୟିତ୍ୱରେ ଥିବା ଭାରପ୍ରାପ୍ତ ସଂଯୋଜକ ଜିତେଶ ପଣ୍ଡା, ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର, ଜିଲ୍ଲା ନୋଡାଲ ଅଧିକାରୀ ତଥା  ପିଡି ଡିଆରଡିଏ ରମାକାନ୍ତ ନାୟକ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଶୋଭାରାଣୀ ମିଶ୍ର ଏବଂ ଜିଲ୍ଲାର ୧୭ ଗୋଟି ଏନଜିଓ ଙ୍କ ସହିତ ବିତ୍ସୃତ ଆଲୋଚନା କରିଥିଲେ ।  ଜିଲ୍ଲା ପ୍ରଶାସନ ସହିତ ଯେଉଁ ୧୭ ଜଣ ଏନଜିଓ ବର୍ତ୍ତମାନ ପରିସ୍ଥିତିରେ କୋଭିଡ -୧୯ ର ଉପଯୁକ୍ତ ଆଚରଣ ପାଳନ କରିବା, ନିରୀକ୍ଷଣ କରିବା ପାଇଁ, ପରୀକ୍ଷା କରିବା ତଥା ଚିକିତ୍ସା (ଭେକସିନ ଦେବା ) ଆଦିର ଉପସ୍ଥାପନା କରାଯାଇଥିଲା। ପିରାମିଲ ଫାଉଣ୍ଡେସନର ସ୍ବେଛାସେବୀ ମାନେ ଜିଲ୍ଲା ପ୍ରଶାସନର ସହାୟତାରେ ତୃଣମୂଳ ସ୍ତରକୁ ଯାଇ ଲୋକଙ୍କୁ କୋଭିଡ ସମ୍ପର୍କରେ ସଚେତନ କରାଇବା ସହ ସଂଘରୋଧରେ ରହିଥିବା ବ୍ୟକ୍ତିମାନଙ୍କର କିପରି ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇ ପାରିବ, କିପରି ଭଲ ଚିକିତ୍ସା ଦିଆଯାଇପାରିବ ଏବଂ ବିଶେଷ କରି ଆମେ ସମସ୍ତେ କିପରି ସୁରକ୍ଷିତ ରହିପାରିବା, ତାହା ଉପରେ ଖସଡା ପ୍ରସ୍ତୁତ ହୋଇ ଆଗାମୀ ଦିନରେ କାର୍ଯ୍ୟ କରିବାପାଇଁ ଆଲୋଚନା କରାଯାଇଥିଲା । ନିତି ଆୟୋଗଙ୍କ ଦ୍ୱାରା ଅନୁମୋଦିତ ୪ ଗୋଟି ପ୍ରକଳ୍ପ ଯଥା :- ୧) ଇ ନାମ, ୨) ସ୍ମାର୍ଟ ଶ୍ରେଣୀଗୃହ , ୩) ମାଇକ୍ରୋ ଜଳସେଚନ ଏବଂ ୪) ରକ୍ତହୀନତା ମୁକ୍ତ ବ୍ଲକର ସଫଳ ରୂପାୟନର ସହ ଜିଲ୍ଲାରେ ଯେଉଁ ସବୁ କାର୍ଯ୍ୟ ହୋଇଛି, ସେଗୁଡିକ ଏହି ବୈଠକ ରେ ଅତ୍ୟନ୍ତ ପ୍ରଶଂସନୀୟ ହୋଇପାରିଛି ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories