www.samajalive.in
Monday, December 8, 2025
13.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ୟସ ବାତ୍ୟା ସହାୟତା ଘୋଷଣାରେ ସ୍ପଷ୍ଟତା ନାହିଁ : ବିଜେପି

ଭୂବନେଶ୍ୱର : ସମସ୍ତଙ୍କୁ ମାଗଣା ଟିକା ଦେବାର ମୋଦି ସରକାରଙ୍କ ଘୋଷଣା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ସେହିପରି କରୋନାର ୨ୟ ସଂକ୍ରମଣ କାଳରେ ଗରୀବକଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ୮୦ କୋଟି ଦେଶବାସୀଙ୍କୁ ୭ ମାସ ଅର୍ଥାତ ଦୀପାବଳି ପର୍ଯ୍ୟନ୍ତ ମାଗଣା ରାସନ ଯୋଗାଇ ଦେବାର ନିଷ୍ପତ୍ତି ମଧ୍ୟ ସ୍ୱାଗତଯୋଗ୍ୟ ପଦକ୍ଷେପ। ମାତ୍ର ବର୍ତ୍ତମାନ ସୁଦ୍ଧା ଏହା ଓଡିଶାବାସୀଙ୍କ ନିକଟରେ ପହଞ୍ଚି ନପାରିବା ବିଡମ୍ବନାର ବିଷୟ। ମୋଦି ସରକାର ଗତ ୨୦୧୯ ଫନୀ ଏବଂ ୨୦୨୦ ଅମ୍ପାନ ବାତ୍ୟା ସହାୟତା ରାଶି ବାତ୍ୟା ପୂର୍ବରୁ ଦେବା ସତ୍ତ୍ବେ ବର୍ତ୍ତମାନ ସୁଦ୍ଧା କ୍ଷତିଗ୍ରସ୍ତଙ୍କୁ ମିଳି ପାରିଲା ନାହିଁ। ସେହିପରି ୟସ ବାତ୍ୟା ପୂର୍ବରୁ ଏବଂ ବାତ୍ୟାର ୪୮ ଘଣ୍ଟା ନପୁରୁଣୁ ମୋଦୀ ସରକାର ବାତ୍ୟା ସହାୟତା ଅର୍ଥରାଶି ପ୍ରଦାନ କରିସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ଏବଂ କ୍ଷତିଗସ୍ତଙ୍କୁ ସେମାନଙ୍କ କ୍ଷତିପୁରଣ / ସହାୟତା ଅର୍ଥରାଶି ମିଳିଯିବା କଥା। ବିଳମ୍ବରେ ହେଉ ପଛେ, ବାତ୍ୟା ୟଶ୍ ଯିବାର ୧୫ ଦିନ ପରେ ଗତ କାଲି ମୁଖ୍ୟମନ୍ତ୍ରୀ ବାତ୍ୟା ଓ ବନ୍ୟା ପ୍ରପୀଡିତଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। କିନ୍ତୁ ଘୋଷଣାର କାର୍ଯ୍ୟକାରିତାକୁ ନେଇ କୈାଣସି ସ୍ପଷ୍ଟତା ନାହିଁ ବୋଲି ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲ ଅଭିଯୋଗ କରିଛନ୍ତି।
ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ କରିନାହାନ୍ତି। ଆରଆଇ ତଥା ରାଜସ୍ୱ ବିଭାଗ କର୍ମଚାରୀମାନେ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳରେ ପହଂଚି ପାରିନାହାନ୍ତି। ବହୁ ଅଂଚଳରେ ରାଜସ୍ୱ କର୍ମଚାରୀ ନାହାନ୍ତି। କିନ୍ତୁ ରିପୋର୍ଟ ପ୍ରସ୍ତୁତ କିପରି ହେଲା ? ବାସ୍ତବସ୍ଥିତି ସଂପୂର୍ଣ୍ଣ ଭିନ୍ନ ଥିବାବେଳେ କେବଳ ହାତ ଲେଖା ପ୍ରସ୍ତୁତ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଗତ କାଲି ସହାୟତା ଘୋଷଣା କରିଛନ୍ତି। ଏହା ସଂପୂର୍ଣ୍ଣ ଧୂଆଁବାଣ ସଦୃଶ ବୋଲି ଶ୍ରୀ ସାମଲ କହିଛନ୍ତି। ଏବେ ସୁଦ୍ଧା ୫୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ ଏବଂ ପାନୀୟ ଜଳ ଯୋଗାଣ କାର୍ଯ୍ୟକୁ ପୁନଃକ୍ଷମ କରାଯାଇନାହିଁ। ଜମି ରହିଥିବା ବାତ୍ୟା ଓ ବନ୍ୟାଜନିତ ପାଣିକୁ ନିଷ୍କାସନ କରାଯାଇ ନାହିଁ। ଖରାପ ଅବସ୍ଥାରେ ଥିବା ସ୍ୱିସ୍ ଗେଟକୁ ମରାମତି କରାଯାଇ ନାହିଁ କି ନୂତନ ସ୍ୱିସ୍ ଗେଟ୍ ନିର୍ମାଣ ପାଇଁ ମଧ୍ୟ ଘୋଷଣା କରାଯାଇନାହିଁ। ଯୁଦ୍ଧକାଳୀନ ଭିତିରେ ଏ ସମସ୍ତ କାର୍ଯ୍ୟକୁ ସମାପ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ସାମଲ ଦାବି କରିଛନ୍ତି।

 

- Advertisement -

ବାତ୍ୟାରେ ଶହ ଶହ କୋଟି ଟଙ୍କା କ୍ଷତି ସହିଥିବା କ୍ଷତିଗସ୍ତ ଚିଙ୍ଗୁଡି ଓ ମାଛ ଚାଷୀଙ୍କ ପାଇଁ କୈାଣସି ଘୋଷଣା କରାଯାଇନାହିଁ। କ୍ଷତିଗସ୍ତ ଚାଷୀଙ୍କୁ ଋଣଛାଡ ପ୍ରସଙ୍ଗରେ କିମ୍ବା ଅଗ୍ରୀମ ଋଣପ୍ରଦାନ ପାଇଁ କୈାଣସି ଘୋଷଣା କରାଯାଇନାହିଁ। ଭଗ୍ନବସ୍ଥା ଓ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବାତ୍ୟାଶ୍ରୟର ମରାମତି ପାଇଁ, ନୂତନ ବାତ୍ୟାଶ୍ରୟସ୍ଥଳ ନିର୍ମାଣ ପାଇଁ କୈାଣସି ଘୋଷଣା କରିନାହାନ୍ତି। ବିଶେଷ ଭାବେ ସମୁଦ୍ର ଉପକୂଳ ଅଂଚଳରେ ନିହାତି ଆବଶ୍ୟକ ହୋଇପଡିଥିବା ବାତ୍ୟାଶ୍ରୟ ପାଇଁ କୈାଣସି ଘୋଷଣା କରାଯାଇନାହିଁ। ବାତ୍ୟା ଓ ବନ୍ୟାଜଳ ନିଷ୍କାସନ ପାଇଁ ନିର୍ଦ୍ଦିଷ୍ଟ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ୨୦୦୮ ମସିହାରେ ବିଧାନସଭା ଗୃହ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ କୈାଣସି ଜବାବ୍ ରଖିନାହାନ୍ତି ମୁଖ୍ୟମନ୍ତ୍ରୀ ବୋଲି ଶ୍ରୀ ସାମଲ କ୍ଷୋଭ ପ୍ରକାଶ କରି କହିଛନ୍ତି।
ଭଲ ଥିବା ରାସ୍ତାଘାଟ, ବିଦ୍ୟାଳୟ, ଅଙ୍ଗନବାଡି ଆଦିକୁ କ୍ଷତିଗ୍ରସ୍ତ ଦର୍ଶାଯାଇ ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରାଯାଇ ଅର୍ଥ ଆତ୍ମସାତ ପାଇଁ ଚକ୍ରାନ୍ତ କରାଯାଇଛି। ୠଊଜଆଧାରରେ ଯେଉଁ ଯେଉଁ କାର୍ଯ୍ୟ କରାଯିବ, ତାକୁ ରାଜ୍ୟ ସରକାର ସର୍ବଜନୀନ କରନ୍ତୁ। ବାତ୍ୟା ଓ ବନ୍ୟା ପ୍ରଭାବିତ ପାନବରଜ, ପନିପରିବା, ମାଛ ଓ ଚିଙ୍ଗୁଡି, ଧାନ, ଗୃହପାଳିତ ପଶୁ, କୁକୁଡା ଏବଂ ଅନ୍ୟାନ୍ୟ ପନିପରିବା କ୍ଷତିଗସ୍ତ ଚାଷୀ ଏବଂ କ୍ଷତିଗ୍ରସ୍ତଙ୍କ ତାଲିକାକୁ ସାର୍ବଜନୀନ କରାଯାଉ। ଏହି ତାଲିକାକୁ ପଂଚାୟତ କାର୍ଯ୍ୟାଳୟରେ ପ୍ରକାଶ କରାଯାଉ। ବାଦ୍ ପଡିଥିବା କ୍ଷତିଗସ୍ତ ହିତାଧିକାରୀଙ୍କୁ ତୁରନ୍ତ ତାଲିକାଭୂକ୍ତ କରାଯିବାକୁ ଶ୍ରୀ ସାମଲ ଦାବୀ କରିଛନ୍ତି।
ଉପକୂଳବର୍ତ୍ତୀ ଅଞ୍ଚଳରେ ହେନ୍ତାଳ ବଣ ପାଚେରୀ ଭଳି ଠିଆ ହୋଇ ସୁରକ୍ଷା ଦେଇଥାଏ। ୨୦୦୮ ମସିହରେ ବିଧାନସଭା ଗୃହ କମିଟି ସୁପାରିଶ ପରେ ମଧ୍ୟ ଦୀର୍ଘ ୧୨ ବର୍ଷ ହୋଇଗଲା ରାଜ୍ୟର ୪୮୦କିମି ଉପକୂଳ ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି କରାଯାଇପାରିଲା ନାହିଁ। ବନ୍ଦ ପଡି ରହିଥିବା ହେନ୍ତାଳ ବଣ କାର୍ଯ୍ୟକ୍ରମକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସମାପ୍ତ କରିବା ପାଇଁ ଶ୍ରୀ ସାମଲ ଦାବି ଜଣାଇଛନ୍ତି।
ମୌସୁମୀ ବର୍ଷା ରାଜ୍ୟରେ ପାଦ ଥାପି ସାରିଛି। ଆଗକୁ ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ସୁଚନା ଦେଇସାରିଛି। ଏପରି ସ୍ଥଳେ ରାଜ୍ୟ ସରକାରଙ୍କ ଗୋଦାମ ଗୃହରେ ପର୍ଯ୍ୟାପ୍ତ ପରିମାଣର ଚାଉଳ, ଚୁଡା, କିରୋସିନି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ତୁରନ୍ତ ମହଜୁଦ୍ ରଖିବାକୁ ଶ୍ରୀ ସାମଲ ଦାବି କରିଛନ୍ତି।
ବାତ୍ୟାର ୪୮ ଘଣ୍ଟା ଭିତରେ ପ୍ରଧାନମନ୍ତ୍ରୀ ନିଜେ ଆସି ବାତ୍ୟା କ୍ଷୟକ୍ଷତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ସମୀକ୍ଷା କରିଲେ। ଏହା ପରବର୍ତ୍ତୀ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳଗୁଡିକ ବୁଲି ଦେଖିବା ସହ ବାସ୍ତବ ସ୍ଥିତି ସଂପର୍କରେ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଓ ସହାୟତା ପଦାନ କରିବେ ବୋଲି ରାଜ୍ୟ ସରକାରଙ୍କୁ ନିର୍ଭର ପ୍ରତିଶୃତି ଦେଇଛନ୍ତି। ବାତ୍ୟା ଓ ବନ୍ୟା ପ୍ରଭାବିତଙ୍କ ପାଇଁ ତତ୍ପରତାର ସହ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କ ସମେତ ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହି ଅବସରରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ମଧ୍ୟ ଉପସ୍ଥିତ ଥିଲେ।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories