www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟରେ ଦିନକରେ ୫୨୩୫ କୋଭିଡ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୭୨୬ ଓ କଟକ ୫୫୭

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨୩୫ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୯୫୭ ଏବଂ ସ୍ଥାନୀୟ ସଂକ୍ରମିତ ୨୨୭୮ ଜଣ ରହିଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୨୬ ଓ କଟକ ଜିଲାରୁ ୫୫୭ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲାରୁ ୨୭୭, ବାଲେଶ୍ୱର ୩୨୦, ବରଗଡ ୧୧୮, ବଲାଙ୍ଗୀର ୪୧, ବଉଦ ୮୩, ଦେବଗଡ ୧୪, ଢେଙ୍କାନାଳ ୧୩୭, ଗଜପତି ୨୩, ଗଞ୍ଜାମ ୭୭, ଜଗତସିଂହପୁର ୧୪୮, ଯାଜପୁର ୩୯୪, ଝାରସୁଗୁଡା ୨୭, କଳାହାଣ୍ଡି ୪୮ ଏବଂ କନ୍ଧମାଳ ଜିଲାରୁ ୩୭ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି କେନ୍ଦ୍ରାପଡା ଜିଲାରୁ ୨୩୭, କେନ୍ଦୁଝର ୧୧୫, କୋରାପୁଟ ୧୨୭, ମାଲକାନଗିରି ୫୮, ମୟୁରଞ୍ଜ ୨୮୫, ନବରଙ୍ଗପୁର ୧୮୬, ନୟାଗଡ ୧୩୨, ନୂଆପଡା ୧୩, ପୁରୀ ୨୩୪, ରାୟଗଡା ୧୨୯, ସମ୍ବଲପୁର ୬୬, ସୋନପୁର ୩୪, ସୁନ୍ଦରଗଡ ୨୫୧ ଏବଂ ଷ୍ଟେଟପୁଲରୁ ୧୨୪ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ୭୭୨୯୭୨ ଜଣ ଆରୋଗ୍ୟଲାଭ କରିସାରିଥିବାବେଳେ ୬୬୨୨୬ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।

Hot this week

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

Related Articles

Popular Categories