www.samajalive.in
Friday, December 12, 2025
19.1 C
Bhubaneswar

ଜନଶୂନ୍ୟ ବେଗୁନିଆ ରେଳଷ୍ଟେସନ: କର୍ମଚାରୀ ନାହାନ୍ତି, ଷ୍ଟେସନରେ ତାଲା

ବେଗୁନିଆ: ଦିନେ ଯେଉଁଠାରେ ଲୋକମାନଙ୍କର କୋଳାହଳ ସାଙ୍ଗକୁ ଟ୍ରେନ ଚାଲିବାର ଶବ୍ଦ ପରିବେଶକୁ ଚଳଚଞ୍ଚଳ କରୁଥିଲା ଆଜି କରୋନା ଯୋଗୁଁ ନୀରବତା ସେଠାରେ ବିରାଜମାନ କରିଛି। ଟ୍ରେନ ଚଳାଚଳ ବନ୍ଦ ରହିଥିବା ଯୋଗୁଁ ପରିବେଶ ଖାଁ ଖାଁ ଲାଗୁଛି। ଷ୍ଟେସନ ରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଅନ୍ୟ ଜାଗାକୁ ନିଆଯାଇଥିବା ବେଳେ ସବୁ କୋଠରୀ ଗୁଡିକ ତାଲା ପଡି ରହିଛି। ଟ୍ରେନ ପାଖକୁ ଯିବା ପାଇଁ ଥିବା ପାହାଚ ଆରମ୍ଭରୁ ଜନସାଧାରଣ ଭିତରକୁ ନଯିବା ପାଇଁ ବାଉଁଶ ଖଣ୍ଡିଏ ଥୁଆ ଯାଇଛି।କରୋନାର ଦ୍ୱିତୀୟ ଲହର ଆରମ୍ଭ ହେବା ଦିନଠାରୁ ଟ୍ରେନ ଚଳାଚଳ ବନ୍ଦ ରହିଥିବାବେଳେ ଷ୍ଟେସନରେ ଦୁଇଟି ଟ୍ରେନ ଗୋଟିଏ ଭୁବନେଶ୍ୱର -ଜଗଦଲପୁର ଏବଂ ଗୋଟିଏ ଲୋକାଲ ଟ୍ରେନ ଗତ ମେ ୮ ତାରିଖରୁ ଏଠାରେ ରଖାଯାଇଛି।

ଟ୍ରେନ ଚଳାଚଳ ବନ୍ଦ ରହିଥିବା ଯୋଗୁଁ ଏବଂ ଏତେ ସଂଖ୍ୟକ ଟ୍ରେନ ରହିବା ପାଇଁ ସ୍ଥାନର ଅଭାବ ଥିବା ଯୋଗୁଁ ଖୋର୍ଦ୍ଧା ଠାରୁ ନୟାଗଡ ପର୍ଯ୍ୟନ୍ତ ଥିବା ପ୍ରତେକ ଷ୍ଟେସନରେ ଗୋଟିଏ ଦୁଇଟି ଟ୍ରେନ ରଖାଯାଇଛି। କିନ୍ତୁ ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଉଚ୍ଚ କର୍ତ୍ତୃପକ୍ଷଅନ୍ୟ ଜାଗାକୁ ନେଇ କାମ କରାଉଛନ୍ତି। ରେଳ କର୍ମଚାରୀ କେହି ଜଣେ ଏଠାରେ ନରହିବା ଯୋଗୁଁ କାର୍ଯ୍ୟାଳୟର ରକ୍ଷଣା ବେକ୍ଷଣ ଠିକ ଭାବେ ହୋଇପାରୁନାହିଁ। ପରିବେଶ ମଧ୍ୟ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଥିବାବେଳେ ତାକୁ ସଫା କରିବାକୁ କେହି ନାହିଁ। ଘରଗୁଡିକରେ ଉଇ ହୁଙ୍କା ହେବା ଆରମ୍ଭ ହେଲାଣି।

- Advertisement -

ଏପରିକି ଏଠାରେ ରଖାଯାଇଥିବା ବହୁ ମୂଲ୍ୟବାନ ଯନ୍ତ୍ରପାତି ଗୁଡିକ ବ୍ୟବହାର ଅଭାବରୁ ନଷ୍ଟ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ଏଠାରେ ଆର ପି ଏଫ ର ଦୁଇଜଣ କନେଷ୍ଟବଳ ରହିଥିବାବେଳେ ସେମାନେ ଷ୍ଟାଫ ରୁମରେ ରହୁଛନ୍ତି। କିନ୍ତୁ ସମ୍ପୃକ୍ତ କର୍ମଚାରୀ ଦୁଇଜଣ ପାଣି ଅଭାବରୁ ବହୁ ହଇରାଣ ହରକତ ହେଉଥିବାର ଦେଖିବାକୁ ମିଳୁଛି। ଏଠାରେ ହୋଇଥିବା ବୋରିଙ୍ଗରୁ ଦୂଷିତ ପାଣି ବାହାରୁଥିବାରୁ ତାହା ପାନୀୟ ଅନୁପଯୋଗୀ ହୋଇପଡିଛି ।ଫଳରେ ସେମାନେ ପାଣି ପିଇବା ଏବଂ ରୋଷେଇ କରିବା ପାଇଁ ୩ କିମି ଦୂରରୁ ପାଣି ବୋହି ନେଉଛନ୍ତି। ଟ୍ରେନ ଚାଲୁ ନଥିବାଯୋଗୁଁ ଗୋଟିଏ ଷ୍ଟେସନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଉଚ୍ଚ କର୍ତ୍ତୃପକ୍ଷ ଏଠାରୁ ନେଇ ଷ୍ଟେସନରେ ତାଲା ପକାଇବା ଭଳି ଦାୟୀତ୍ୱହୀନ କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ନାପସନ୍ଦ କରିଛନ୍ତି ।ଷ୍ଟେସନର ଅବସ୍ଥିତି ଏକ ନିଛାଟିଆ ଜାଗାରେ ରହିଥିବା ଯୋଗୁଁ ଚୋରି ଡକାୟତିର ଆଶଙ୍କା ମଧ୍ୟ ରହୁଛି। ଅନ୍ତତଃ ଟ୍ରେନ ଚାଲିବା ପର୍ଯ୍ୟନ୍ତ କାର୍ଯ୍ୟାଳୟର ଜଗାରଖା ସହିତ ପରିଷ୍କାର ପରିଚ୍ଛନ୍ନତା ସହିତ ରକ୍ଷଣା ବେକ୍ଷଣ ପାଇଁ ଜଣେ କର୍ମଚାରୀ ଏଠାରେ ରହିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories