www.samajalive.in
Tuesday, December 9, 2025
17.1 C
Bhubaneswar

ଭାଗ୍ୟର ବିଡମ୍ବନା: କରୋନାରେ ଜେଜେବାପାଙ୍କ ମୃତ୍ୟୁ, ସରକାରୀ ସହାୟତା ଅପେକ୍ଷାରେ ଅନାଥ ଶିଶୁପୁତ୍ର

ଗୁଣପୁର: ଭାଗ୍ୟର ବିଡମ୍ବନା । କରୋନାରେ ଆକ୍ରାନ୍ତ ହୋଇ ଜେଜେବାପାଙ୍କ ମୃତ୍ୟୁପରେ ଏବେ ଛଅବର୍ଷର ଶିଶୁପୁତ୍ର ନାଇଡୁ ପ୍ରଣିତ କୁମାର ବଞ୍ଚିବା ପାଇଁ ରାହା ଖୋଜୁଛି। ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଡେପଗୁମୁଡା ଗ୍ରାମରେ ।

ଦୁଃଖପରେ ଦୁଃଖ। ହୃଦୟବିଦାରକ ଘଟଣା ଘଟିଛି ଛଅବର୍ଷର ଶିଶୁପୁତ୍ର ପ୍ରଣିତ ଉପରେ। ଯେଉଁ ବୟସରେ ବାପା,ମାଆଙ୍କ ସ୍ନେହ ପାଇ ହସଖୁସିରେ ଜୀବନ ବିତେଇବାରଥିଲା ଏବେ ସେ ପିତୃମାତୃ ହୀନ । ଭାଗ୍ୟର ବିଡମ୍ଭନାରେ ପ୍ରଥମେ ବାପା ନାଇଡୁ ସନ୍ତୋଷ କୁମାର ୬.୪.୧୯ରେ ଶେଷ ନିଶ୍ବସ ତ୍ୟାଗ କରିଥିଲେ । ସ୍ବାମୀଙ୍କ ମୃତ୍ୟୁପରେ ଭାଙ୍ଗିପଡି ପ୍ରଣିତଙ୍କ ମାଆ ଝାନ୍ସି ବି ପ୍ରାଣ ତ୍ୟାଗ କରିଥିଲେ। ଏଭଳି ସମୟରେ ଜେଜେ ବାପା,ଏବଂ ଜେଜେ ମାଆଙ୍କ ପାଖରେ ପ୍ରଣିତ ରହି ଆସୁଥିଲା। ପ୍ରଣିତକୁ ସବୁ ସମୟରେ ଜେଜେବାପା ଖୁସିରେ ରଖିବାକୁ ଚାହୁଁଥିଲେ ଲାଳନ ପାଳନରେ କୌଣସି ଅବହେଳା ମଧ୍ୟ କରୁନଥିଲେ। ସାଙ୍ଗ ହୋଇ ଖେଳିବା ସହ ଖାଇବା ଶୋଇବା ପାଠପଢ଼ାର ଦାୟିତ୍ବ ନେଇଥିଲେ ଜେଜେବାପା ଆଉ ଜେଜେମା । ଅଙ୍ଗନବାଡି ହେଉ କି ସ୍କୁଲ ନେବା ଆଣିବା ମଧ୍ୟ କରାଉଥିଲେ। ଏଭଳି ସମୟରେ ମହାମାରୀ କରେନା ଆସି ପ୍ରଣିତର ଭାଗ୍ୟରେ ସବୁକିଛି ଛାରଖାର କରିଦେଲା। ଜେଜେବାପା ନାଇଡୁ ନୌକାୟା ୩୧.୫.୨୧ରେ କରେନାରେ ଚିକିତ୍ସିତ ହୋଇ ରାୟଗଡା ଜିଲ୍ଲାର ଜେକେ କୋଭିଡ ସେଣ୍ଟରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଏବେ ପ୍ରଣୀତ ରୋଗୀଣା ଜେଜେମାଁ ନାଇଡୁ ଇସାଲୁ ପାଖରେ ଲାଳନପାଳନ ହେଉଛି। ପ୍ରଣିତ ବଞ୍ଚିବା ପାଇଁ ରାହା ଖୋଜୁଛି। ଯଦି ସରକାର ଏଭଳି ଶିଶୁକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ବ୍ୟବସ୍ଥା ଗ୍ରହଣ କରନ୍ତେ ତେବେ ପ୍ରଣୀତର ଭବିଷ୍ୟତ ଉଜ୍ଜ୍ୱଳ ହୋଇ ପାରନ୍ତା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories