www.samajalive.in
Thursday, December 11, 2025
27.1 C
Bhubaneswar

ମନରେଗା ଜାଲିଆତିର ନୂଆଁ ତରିକା: ପ୍ରଥମେ କାମ,ପରେ ସୂଚନା ଫଳକ

ଦେବଗଡ:ଶିଳ୍ପ ବିହୀନ ଦେବଗଡ ଜିଲାରେ କାମଧନ୍ଦା ଅଭାବରୁ ଶ୍ରମିକ ମାନେ ହାତ ବାନ୍ଧି ବସିଛନ୍ତି। ମାତ୍ର ଶ୍ରମିକ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ମନରେଗା ଯୋଜନା(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ରେ ଶ୍ରମିକ ମାନଙ୍କୁ ନିୟୋଜିତ କରାନଯାଇ ମ୍ୟାସିନ ବ୍ୟବହାର କରାଯାଉଛି। ଏନେଇ ବିଭିନ୍ନ ସମୟରେ ସମ୍ବାଦପତ୍ର ମାନଙ୍କରେ ଖବର ପ୍ରକାଶିତ ମଧ୍ୟ ହେଉଛି। ମାତ୍ର ବିଡମ୍ବନାର ବିଷୟ ଏହା ଯେ,ବ୍ଲକ ପ୍ରଶାସନ ଏବଂ ଜିଲା ପ୍ରଶାସନ ଏଭଳି ଅନିୟମିତତାରେ ସମ୍ପୃକ୍ତ ବିଭାଗୀୟ ଗ୍ରାମ ରୋଜଗାର ସହାୟକ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସେମାନଙ୍କୁ ଘଂଟ ଘୋଡାଉଥିବା ଜଣାପଡିଛି। ଫଳରେ ମନରେଗା ଯୋଜନାରେ ହେଉଥିବା ଜିଲାର ପ୍ରାୟତଃ ୭୦/୮୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ମ୍ୟାସିନ ସାହାଯ୍ୟରେ କରାଯିବା ସହ କାମଧନ୍ଦା ଅଭାବରୁ ଶ୍ରମିକ ମାନେ ମୁୁଣ୍ଡରେ ହାତଦେଇ ବସିଛନ୍ତି।ଅନ୍ୟପକ୍ଷରେ ଶ୍ରମିକ ବଦଳରେ ମ୍ୟାସିନ ସହାୟତାରେ ନିର୍ମଣ କାର୍ଯ୍ୟ ହେଉଥିବା ନେଇ ଶ୍ରମିକ ମାନଙ୍କର ବାରମ୍ବାର ଅଭିଯୋଗ ଏବଂ ବାରମ୍ବାର ସମ୍ବାଦପତ୍ର ମାନଙ୍କରେ ଖବର ପ୍ରକାଶିତ ହେବାପରେ ବର୍ତମାନ ଗ୍ରାମ ରୋଜଗାର ସହାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀ ମାନେ ଭୁଆଁ ବୁଲାଇବାକୁ ନୂଆଁ ଉପାୟ ଅବଲମ୍ବନ କରୁଥିବା ଜଣାପଡିଛି। ମନରେଗା ଯୋଜନାରେ ପୋଖରୀ ଖନନ ହେଉ କିମ୍ବା ରାସ୍ତା ନିର୍ମାଣ ହେଉ ଯୋଜନା ସମ୍ପର୍କରେ ସୂଚନା ଫଳକ ସ୍ଥାପନ/ଉଲ୍ଲେଖ କରାନଯାଇ ପ୍ରଥମେ ମ୍ୟାସିନ ସାହାଯ୍ୟରେ କାମ କରାଯାଉଛି। ସେହିପରି ବିଭିନ୍ନ ସ୍ଥାନରେ ରାତ୍ରୀ ସମୟରେ ମ୍ୟାସିନ ସାହାଯ୍ୟରେ ନିର୍ମାଣ କାର୍ଯ୍ୟ କରାଯାଉଛି। କୌଣସି ଶ୍ରମିକ ବା ବ୍ୟକ୍ତି ବିଶେଷ ପଚାରିଲେ ବ୍ଲକ/ପଂଚାୟତ କର୍ତ୍ତୃପକ୍ଷ ମନରେଗା ଯୋଜନାରେ ଏହା ନିର୍ମାଣ କରାଯାଉନଥିବା ଦର୍ଶାଇବା ସହ ଏହା ସି.ଏଫ୍.ସି. ଏସ୍.ଏଫ୍.ସି. କିମ୍ବା ଅନ୍ୟ କୌଣସି ଯୋଜନାରେ କରାଯାଉଥିବା ଉତ୍ତର ଦେଉଛନ୍ତି।ମାତ୍ର ପରବର୍ତ୍ତୀ ସମୟରେ ସୂଚନା ଫଳକ ସ୍ଥାପନ/ଉଲ୍ଲେଖ କରାଯାଇ ବିଲ୍ ଭାଉଚର କରାଯାଉଥିବା ଦେଖିବାକୁ ମିଳୁଛି। ମ୍ୟାସିନ ସାହାଯ୍ୟରେ ନିର୍ମଣ କାର୍ଯ୍ୟ ହୋଇଥିବା କୌଣସି ସଚେତନ ନାଗରିକ କିମ୍ବା ଶ୍ରମିକ ମାନେ ପ୍ରମାଣ ଦେଲେ କିମ୍ବା ଏହାର ପ୍ରତିବାଦ କଲେ ଫାଇଲ ଖୋଲାଯାଇନାହିଁ,ଫାଇଲ ଖୋଲାଯାଇଛି କିନ୍ତୁ ପ୍ରୋସେସ ଆରମ୍ଭ ହୋଇନାହିଁ ଏବଂ ଅଫିସିଆଲି କାମ ଆରମ୍ଭ ହୋଇନାହିଁ ଭଳି ବିଭିନ୍ନ ଆଳ ଦେଖାଇ ଦିନ ଗଡାଇଦିଆଯାଉଛି। ମାତ୍ର ପରବର୍ତ୍ତୀ ସମୟରେ ସୂଚନା ଫଳକରେ ସମ୍ପୂର୍ଣ୍ଣ ସୂଚନା ଉଲ୍ଲେଖ କରାଯାଇ ବିଲ/ଭାଉଚର ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଭାତ ହାଣ୍ଡିରୁ ଗୋଟିଏ ଭଳି ଉଦାହରଣ ଭାବେ ଯଦି ତିଲେଇବଣି ବ୍ଲକ ଅନ୍ତର୍ଗତ ବଡଛାପଲ ଗ୍ରାମ ପଞ୍ଚାୟତର ବ୍ରହ୍ମା ସାଧୁବାହାଳ ଗ୍ରାମର ରୁଗୁଡି କଟାର ଉନ୍ନତିକରଣ ଏବଂ ବାରକୋଟ ବ୍ଲକ ଡଁରା ଗ୍ରାମ ପଞ୍ଚାୟତର ବାସୁପାଲି ଗ୍ରାମରେ ଚାଲିଥିବା ନୂତନ ପୋଖରୀ ଖନନ କାର୍ଯ୍ୟକୁ ନିଆଯାଏ ତେବେ କିପରି ଉପାୟରେ ଏଭଳି ଅନିୟମିତତା ହେଉଛି ତାହା ସ୍ପଷ୍ଟ ଭାବେ ଜଣାପଡେ।

 

- Advertisement -

ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ଏକ ସପ୍ତାହ ପୂର୍ବେ ସ୍ପଷ୍ଟ ଦିବାଲୋକରେ ମ୍ୟାସିନ ସାହାଯ୍ୟରେ ତିଲେଇବଣି ବ୍ଲକ ଅନ୍ତର୍ଗତ ବଡଛାପଲ ଗ୍ରାମ ପଂଚାୟତର ବ୍ରହ୍ମା ସାଧୁବାହାଳ ଗ୍ରାମରେ ଥିବା ରୁଗୁଡି କଟାର ଉନ୍ନତିକରଣ କାର୍ଯ୍ୟ ଚାଲିଥିଲା। ଏହାଦେଖି କାମଧନ୍ଦା ପାଉନଥିବା ବହୁ ଶ୍ରମିକ ଏହାର ବିରୋଧ କରିବାସହ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଏବଂ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ନିର୍ମାଣ କାର୍ଯ୍ୟ ଅଧାରୁ ବନ୍ଦ କରାଯାଇଥିଲା।ଏନେଇ ଉକ୍ତ ପଂଚାୟତର ଗ୍ରାମ ରୋଜଗାର ସହାୟକ କୁଞ୍ଜବିହାରୀ ପ୍ରଧାନଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନପାରି ଉକ୍ତ କାମ ନିମନ୍ତେ ଫାଇଲ ଖୋଲାଯାଇଥିଲେ ହେଁ ପ୍ରୋସେସିଂ ଆରମ୍ଭ ହୋଇନାହିଁ ବୋଲି ସଫେଇ ଦେଇଥିଲେ। ତେବେ ମତାମତ ପାଇଁ ପଂଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ ବେହେରା ଓ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ବିକାଶ ବେହେରାଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ହେଁ ସେମାନେ କଲ ରିସିଭ କରିନଥିଲେ। ତିଲେଇବଣି ବ୍ଲକର ବିଡିଓ କୃଷ୍ନଚନ୍ଦ୍ର ଦଳପତିଙ୍କୁ ପଚାରିବାରୁ ତାଙ୍କ ନିକଟରେ ଅଭିଯୋଗ ହେବାପରେ କାମ ବନ୍ଦ କରାଯାଇଥିବା ସ୍ୱୀକାର କରିଥିଲେ ହେଁ ଏହା ମନରେଗା ଯୋଜନାର କାମ ହୋଇନଥିବା ଦର୍ଶାଇବାକୁ ଯାଇ ଫାଇଲ ପ୍ରୋସେସ ହୋଇନଥିବା, ସୂଚନା ଫଳକ ଉଲ୍ଲେଖ କରାଯାଇନଥିବା ଓ ଅଫିସିଆଲି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବା ଅଦି ବିଭିନ୍ନ ଉତ୍ତର ଦେଇଥିଲେ। ଅନୁରୂପ ଭାବେ ବାରକୋଟ ବ୍ଲକ ଡଁରା ଗ୍ରାମ ପଂଚାୟତର ବାସୁପାଲି ଗ୍ରାମରେ ଗତ ୨ ଦିନ ହେଲା ସମସ୍ତ ନୀତି ନୟମକୁ ଉଲ୍ଲଙ୍ଘନ କରାଯାଇ ରାତ୍ରୀ ସମୟରେ ମ୍ୟାସିନ ସାହାଯ୍ୟରେ ମନରେଗା ଯୋଜନାରେ ନୂତନ ପୋଖରୀ ଖୋଳାଯାଉଛି। ଗୁରୁତ୍ୱ ପୂର୍ଣ୍ଣ ବିଷୟ ଏହା ଯେ, ଏହି ପୋଖରୀ ସମ୍ପର୍କରେ ସୂଚନା ଉଲ୍ଲେଖ କରିବା ନିମନ୍ତେ ସୂଚନା ଫଳକ ସ୍ଥାପନ କରଯାଇଥିଲେ ହେଁ ବର୍ତ୍ତମାନ ପର୍ଯନ୍ତ ସୂଚନା ଫଳକରେ କୌଣସି ସୂଚନା ଉଲ୍ଲେଖ କରାଯାଇନାହିଁ। ସେହିପରି ଯେଉଁ ସ୍ଥାନରେ ଉକ୍ତ ପୋଖରୀଟି ଖୋଳାଯାଉଛି ତାହା ରେଙ୍ଗାଳୀ ଡ୍ୟାମ ଜଳଭଣ୍ଡାର ମଧ୍ୟରେ ୪୦୫ କ​‌େ​‌ଣ୍ଟ୍ରାଲ ଲାଇନ ମଧ୍ୟରେ ରହିଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଫଳରେ ଜଳଭଣ୍ଡାର ମଧ୍ୟରେ ଏଭଳି ପୋଖରୀ ଖନନ ନେଇ ଅଞ୍ଚଳବାସୀ ବିସ୍ମୟ ପ୍ରକାଶ କରିବାସହ ଏଘଟଣାର ଭିଜିଲାନ୍ସ ତଦନ୍ତ କରିଛନ୍ତି। ଏନେଇ ମତାମତ ନିମନ୍ତେ ଡଁରା ପଞ୍ଚାୟତର ସରପଞ୍ଚ ହରିହର ସାହୁ, ଜିଆର୍ଏସ୍ ସୁରେଶ ପ୍ରଧାନ ଓ ବାରକୋଟ ବିଡିଓ ତୁନୁ ମେହେରଙ୍କୁ ମୋବାଇଲରେ ଯୋଗାଯୋଗ କରିଥିଲେ ହେଁ ଏହା ସମ୍ଭବ ହୋଇନାହିଁ।ସେହିପରି ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ବେହେରା କଲ ରିସିଭ କରୁନଥିବାରୁ ତାଙ୍କର ମତାମତ ନିଆଯାଇପାରିନାହିଁ। ଡଁରା ପଞ୍ଚାୟତର ନିର୍ବାହୀ ଅଧିକାରୀ ନିଳକଣ୍ଠ ପ୍ରଧାନଙ୍କୁ ଏ ସମ୍ପର୍କରେ ପଚାରିବାରୁ ଉକ୍ତ ପୋଖରୀ ନିର୍ମାଣ ନିମନ୍ତେ ମନରେଗା ଯୋଜନାରୁ ୫ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି କି ନାହିଁ ,ଫାଇଲ ଖୋଲାଯାଇଛି କି ନାହିଁ ତାହା ମଧ୍ୟ ଜାଣନ୍ତିନି। ଏଣୁ ବୁଝିବା ପରେ ଆସନ୍ତାକାଲି ମତାମତ ଦେବେ ବୋଲି ସଫେଇ ଦେଇଛନ୍ତି।ଅନୁରୂପ ଭାବେ ବାରକୋଟ ବ୍ଲକର ଝରାକଣ୍ଢଳ ଗ୍ରାମ ପଂଚାୟତରେ ମଧ୍ୟ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଏଣୁ ଭିଜିଲାନ୍ସ ବିଭାଗ ଏସବୁ ଅନିୟମିତତାର ତଦନ୍ତ କରିବାକୁ ସମ୍ପୃକ୍ତ ଅଂଚଳବାସୀ ଦାବୀ ଜଣାଇଛନ୍ତି। ତେବେ କେବଳ ଯେ, ତିଲେଇବଣି କିମ୍ବା ବାରକୋଟ ବ୍ଲକରେ ଏଭଳୀ ଅନିୟମିତତା ଦେଖାଦେଇଛି ତାହା ନୁହେଁ , ରିଆମାଳ ବ୍ଲକର ବିଭିନ୍ନ ସ୍ଥାନରେ ମଧ୍ୟ ଅନୁରୂପ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories