www.samajalive.in
Monday, December 8, 2025
27.1 C
Bhubaneswar

ଟିଟିଲାଗଡ଼ ନିକଟରେ ବାଇକରୁ ଗଞ୍ଜେଇ ଜବତ

ଟିଟିଲାଗଡ଼ : ଟିଟିଲାଗଡ଼ ଥାନା ଅନ୍ତର୍ଗତ ତରସିଂହା ଗ୍ରାମ ନିକଟରେ ଜାତୀୟ ରାଜପଥ ୫୯ରେ ଆଜି ସକାଳୁ ଦୁର୍ଘଟଣା ଗ୍ରସ୍ତ ଏକ ବାଇକରୁ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ ହୋଇଛି। ସ୍ଥାନୀୟଲୋକେ ଜଣକୁ ଧରି ପୁଲିସରେ ଜିମା ଦେଇଛନ୍ତି । ଅନ୍ୟ ଜଣେ ଯୁବକ ଫେରାର ହୋଇଯାଇଥିବା ଜଣାପଡିଛି। ଘଟଣାସ୍ଥଳକୁ ଟିଟିଲାଗଡ଼ ଥାନା ଏସ ଆଇ ସାବିତ୍ରୀ ଖାକା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରାସ୍ତାରେ ପଡ଼ିଥିବା ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ ହୋଇଛି । ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ବାଇକଟି ଏକ ମେଣ୍ଢା ଏବଂ ସାଇକେଲ ଉପରେ ଚଢିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories