www.samajalive.in
Monday, December 8, 2025
27.1 C
Bhubaneswar

ରେଳବାଇକୁ ମିଳିବ ୫ ମେଗାହର୍ଜ ସ୍ପେକ୍ଟ୍ରମ

ନୂଆଦିଲ୍ଲୀ: ଭାରତୀୟ ରେଳବାଇକୁ ୫ ମେଗାହର୍ଜ ସ୍ପେକ୍ଟ୍ରମ ଯୋଗାଇ ଦିଆଯିବ। ୭୦୦ ମେଗାହର୍ଜ ବ୍ୟାଣ୍ଡ୍‍ ରେ ଏହି ସ୍ପେକ୍ଟ୍ରମ ଉପଲବ୍ଧ କରାଯିବ। ଏହାଦ୍ୱାରା ରେଳବାଇର ସଂଚାର ଓ ସିଗନାଲ ବ୍ୟବସ୍ଥାରେ ଉନ୍ନତି ଅଣାଯାଇପାରିବ। ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି, ରେଳବାଇର ସଂଚାର ଓ ସିଗନାଲ ବ୍ୟବସ୍ଥାରେ ଉନ୍ନତି ଘଟିଲେ ଯାତ୍ରୀ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ଉନ୍ନତି ସାଧିତ ହେବ। ଏହି ସ୍ପେକ୍ଟ୍ରମ ମିଳିବା ପରେ ଭାରତୀୟ ରେଳବାଇ ତାହାର ରୁଟ୍‍ ଗୁଡିକରେ ଏଲଟିଇ-ଆଧାରିତ ମୋବାଇଲ ଟ୍ରେନ ରେଡିଓ ସଂଚାର ବ୍ୟବସ୍ଥା ଯୋଗାଇବାକୁ ସମର୍ଥ ହେବ। ଏହି ପ୍ରକଳ୍ପରେ ପ୍ରାୟ ୨୫ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ଅଟକଳ କରାଯାଇଛି ଏବଂ ଏହା ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଶେଷ କରାଯିବ ବୋଲି ରେଳବାଇ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ରେଳବାଇ ସଂପ୍ରତି ନିଜର ସଂଚାର ନେଟୱର୍କ ପାଇଁ ଅପଟିକାଲ ଫାଇବର ଉପରେ ନିର୍ଭର କରୁଛି, କିନ୍ତୁ ସାନି ସ୍ପେକ୍ଟ୍ରମ ମିଳିବା ପରେ ଏହା ବାସ୍ତବ ସମୟ ଭିତ୍ତିରେ ହାଇ-ସ୍ପିଡ ବେତାର ବ୍ୟବସ୍ଥା ବ୍ୟବହାର କରିବାକୁ ସମର୍ଥ ହୋଇପାରିବ। ତାହାସହିତ ସଂପ୍ରତି ରହିଥିବା ରେଳ ଭିତ୍ତିଭୂମିକୁ ବ୍ୟବହାର କରି ଅଧିକ ଟ୍ରେନ ଚଳାଚଳ କରାଯାଇପାରିବ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories