www.samajalive.in
Tuesday, December 9, 2025
16.1 C
Bhubaneswar

ଗାନ୍ଧିବାଦୀ ଶିକ୍ଷକ ନେତା ବିକ୍ରମ ବର୍ମାଙ୍କୁ ମାହାଙ୍ଗା ସାହିତ୍ୟ-ସଂସ୍କୃତି ପରିଷଦର ଶ୍ରଦ୍ଧାଞ୍ଜଳି

କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ଠାରେ ଗାନ୍ଧିବାଦୀ ଶିକ୍ଷକ ନେତା, ସାହିତ୍ୟିକ ତଥା ପୂର୍ବତନ ବିଧାୟକ ବିକ୍ରମ ଵର୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ମାହାଙ୍ଗା ସାହିତ୍ୟ-ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଆଭାସୀ ବୈଠକ ଜରିଆରେ ପରିଷଦର ସଭାପତି ପ୍ରଫେସର ଡଃ ଭୁବନାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଡଃ ସାହୁ ସ୍ବର୍ଗତ ବିକ୍ରମ ଵର୍ମାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ପାଦକ ନାଟ୍ୟକାର ଭାବଗ୍ରାହୀ ଦାସ ସ୍ବର୍ଗତ ଵର୍ମାଙ୍କ ସାହିତ୍ୟ ସମ୍ଭାର ଉପରେ ଆଲୋକପାତ କରିବା ସହ ଯୁବ ପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ।

ଏହି ଆଭାସୀ ବୈଠକରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ, କବି ନାରାୟଣ ମୁଦୁଲି, ଇଞ୍ଜିନିଅର ସହଦେଵ ଖଟୁଆ, ଅଧ୍ୟାପକ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଅଧ୍ୟାପକ ବିବେକାନନ୍ଦ ମିଶ୍ର, ପ୍ରସନ୍ନ କୁମାର ମିଶ୍ର, ଡଃ ଗିରିଶ ଚନ୍ଦ୍ର ସାହୁ, ଅଧ୍ୟାପିକା ତରୁଲତା ଦେବୀ, ଯୁଧିଷ୍ଠିର ଖଟୁଆ, ଡଃ ବିଜୟାନନ୍ଦ ସିଂହ, ଅଧ୍ୟାପକ ସୁଶାନ୍ତ କୁମାର ଷଡ଼ଙ୍ଗୀ, ବିଷ୍ଣୁ ଚରଣ ମିଶ୍ର, ପ୍ରଫୁଲ୍ଲ କୁମାର ସାହୁ, ଡଃ ଏକାଦଶୀ ପ୍ରଧାନ, ସୁରେନ୍ଦ୍ରନାଥ ଶତପଥୀ, ରୁଦ୍ର ନାରାୟଣ ସିଂହ, ଅକ୍ଷୟ କୁମାର ଷଡ଼ଙ୍ଗୀ, ଅଧ୍ୟାପକ ଅକ୍ଷୟ କୁମାର ମହାନ୍ତି, ଅଭୟ ଚରଣ ପଣ୍ଡା, ମହେନ୍ଦ୍ର ଘଡେଇ, କୁସୁମ କୁମାରୀ ସାହୁ ଏବଂ ଅଧ୍ୟାପକ ଡଃ ବିବେକାନନ୍ଦ ସିଂହ ପ୍ରମୁଖ ଯୋଗଦେଇ ସ୍ବର୍ଗତ ବିକ୍ରମ ଵର୍ମାଙ୍କ ସ୍ମୃତିଚାରଣ କରିଥିଲେ। ଶେଷରେ ଅନୁଷ୍ଠାନର ସଦସ୍ୟ ଅରୁଣ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories