www.samajalive.in
Saturday, December 6, 2025
26.1 C
Bhubaneswar

ଖବରକାଗଜ ବିତରକଙ୍କୁ କରୋନା ଯୋଦ୍ଧା ଘୋଷଣା ଦାବି

ଚୌଦ୍ୱାର : ଚୌଦ୍ୱାର ସହରାଞ୍ଚଳ ଓ ଏହାର ଆଖପାଖ ଗ୍ରାମାଞ୍ଚଳରେ କାର୍ଯ୍ୟରତ ଖବରକାଗଜ ବିତରକମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ପାଇଁ ଖବରକାଗଜ ବିତରକ ସଂଘ ତରଫରୁ ଦାବି ହୋଇଛି। ସଂଘର ସଭାପତି ରୀନା ଭୁୟାଁଙ୍କ ନେତୃତ୍ୱରେ କାର୍ଯ୍ୟରତ ପ୍ରାୟ ୧୫ରୁ ଉର୍ଦ୍ଧ ଖବରକାଗଜ ବିତରକ ବୁଧବାର ଦିନ ଚୌଦ୍ୱାର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତିଙ୍କୁ ଭେଟି କଟକ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏ ସମ୍ପର୍କିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଖବର କାଗଜ ବିତରକମାନେ ଏହି ମହାମାରୀ ସମୟରେ ନିଜ ଜୀବନକୁ ବିପନ୍ନ କରି ଘର ଘର ବୁଲି ଖବରକାଗଜ ପହଞ୍ଚାଉଥିବାରୁ ଲୋକମାନେ ଦେଶ ଦୁନିଆର କୋଣ ଅନୁକୋଣର ଖବର ଜାଣି ପାରିଥାନ୍ତି। ସରକାର ସବୁ ବର୍ଗର ଲୋକମାନଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଖବରକାଗଜ ବିତରକ ମାନେ ଏସବୁ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ସଂଘ ତରଫରୁ ଅଭିଯୋଗ କରାଯାଇଛି। ସରକାର ବିତରକ ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରି ଆବଶ୍ୟକ ସହାୟତା ଯୋଗାଇ ଦେବା ସହ ସେମାନଙ୍କ ମନୋବଳକୁ ଦୃଢ଼ିଭୁତ କରିବାକୁ ସଂଘର ସଦସ୍ୟ ମାନସ ରଞ୍ଜନ ସାମଲ,ଜୟନ୍ତ ସୁବୁଦ୍ଧିରାୟ, ହରମୋହନ ରାଉତରାୟ, ଜୟିରାମ ନାୟକ, ରାଜକିଶୋର ବେହେରା, ରଞ୍ଜନ ପୃଷ୍ଟି, ନିରଞ୍ଜନ ସ୍ୱାଇଁ, ଦେବେନ୍ଦ୍ର ସାହୁଙ୍କ ସମେତ ବହୁ ଖବରକାଗଜ ବିତରକ ନିବେଦନ କରିଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories