ରେଙ୍ଗାଲି: ରେଙ୍ଗାଲି ବ୍ଳକର ଖିଣ୍ଡା ସ୍ଥିତ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ହାଇସ୍କୁଲର ସହକାରୀ ଶିକ୍ଷକ ନବୀନ ଚନ୍ଦ୍ର ପଟେଲ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଭୂବନେଶ୍ୱରର କଣ୍ଟବାଡ ସ୍ଥିତ ସରକାରୀ କୋଭିଡ୍ ଡାକ୍ତରଖନା ରେ ଗତ ୫ତାରିଖ ଦିନ ଚିକିତ୍ସା ପାଁ ଭର୍ତ୍ତି ହୋଇଥିଲେ। ଆଜି ସକାଳ ୯ଟା ୪୫ ମିନିଟ୍ ରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଜଣେ ଆଦର୍ଶ ଛାତ୍ର ଏବଂ ବନ୍ଧୁ ବତ୍ସଳ ମିଷ୍ଟଭାଷୀ, ଶିକ୍ଷକ ରୂପେ ଅଞ୍ଚଳରେ ତାଙ୍କର ଖ୍ୟାତି ରହିଥିଲା। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କର ସହକର୍ମୀ ଶିକ୍ଷକ, ପୁରାତନ ଛାତ୍ର ବର୍ତ୍ତମାନ ଅଧ୍ୟୟନରତ ଛାତ୍ର/ଛାତ୍ରୀ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳି ଯାଇଛି।
ସୂଚନା ଯୋଗ୍ୟ ଯେ ସ୍ୱର୍ଗତ ପଟେଲ ପୂର୍ବରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୁମ୍ବଇର ଟାଟା ମେମୋରିଆଲ୍ ହସ୍ପିଟାଲରେ ଚିକିତ୍ସିତ ହୋଇ ଭେଲୋର୍ ଡାକ୍ତରଖାନରେ ବୋନ୍ ମେରୋ ଟ୍ରାନ୍ସପ୍ଳାଣ୍ଟ୍ ପାଇଁ ପ୍ରସ୍ତୁତି କରୁଥିଲେ। ତେବେ ସେ କରୋନା ରେ ଆକ୍ରାନ୍ତ ହେବା ଫଳରେ ତାଙ୍କ ମୃତ୍ୟୁ ହୋଇଯାଇଛି।



