www.samajalive.in
Saturday, December 6, 2025
16.1 C
Bhubaneswar

୧୦୩୭ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ୪୦ ପ୍ରତିଶତ ଉପସ୍ଥିତ ନାହାନ୍ତି, ଦୀର୍ଘବର୍ଷ ହେଲା ଭାରପ୍ରାପ୍ତ ବିଇଓରେ ଚାଲିଛି କାର୍ଯ୍ୟାଳୟ

ମୋହନା: ରାଜ୍ୟରେ ଏବେ ମହାମାରୀ କରୋନା ପାଇଁ ବିଭିନ୍ନ ମହଲରେ ଭୟର ବାତାବରଣ ଦେଖା ଦେଇଥିବା ବେଳେ ରାଜ୍ୟ ସରକାର ପୁଲିସ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ବ୍ଲକ କର୍ମଚାରୀ, ତହସିଲ କର୍ମଚାରୀ ଓ ଶିକ୍ଷାବିଭାଗ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। କିଛି କର୍ମଚାରୀ ନିଜ ପରିବାରକୁ ଛାଡି ରାତି ଦିନ ଏକକରି ଜନସାଧାରଣଙ୍କ ସେବାରେ ନିୟୋଜିତ ରହିଛନ୍ତି। ହେଲେ କିଛି ସରକାରୀ କର୍ମଚାରୀ କରେ।ନା ମହାମାରୀର ଫାଇଦା ଉଠାଇ ବ୍ଳକ ହେଡକ୍ୱାଟରରେ ଉପସ୍ଥିତ ନ ରହି ମଧ୍ୟ ମାସକର ବେତନ ଘରେ ବସି ରାଜକୋଷକୁ ଚଳୁ କରିବାରେ ଲାଗିଛନ୍ତି। ଏପରିକି ମୋହନା ବ୍ଲକର ବହୁ ଶିକ୍ଷକ କର୍ମକ୍ଷେତ୍ରରେ ଉପସ୍ଥିତ ନରହି ବାହାରେ ନିଜ ନିଜ ଗ୍ରାମରେ ବିଶ୍ରାମ ନେଇଛନ୍ତି। କିଛି ଶିକ୍ଷକ କମଳାପୁର ଚେକଗେଟରେ ଓ ସଂଗରୋଧ ଗୃହରେ ନିୟୋଜିତ ଅଛନ୍ତି। ହାତଗଣତି କିଛି ସିଆରସିସି ମଧ୍ୟ ଉପସ୍ଥିତ ରହୁଛନ୍ତି । ବାକି ସମସ୍ତେ ନିଜ ନିଜ ଗ୍ରାମରେ।

ଜିଲ୍ଲାପାଳଙ୍କ ଚିଠି ଅନୁଯାଇ ୧୦୩୭ ଜଣ ଶିକ୍ଷକ/ ଶିକ୍ଷୟିତ୍ରୀ ନିଜର ହେଡ କ୍ଵାଟରରେ ଉପସ୍ଥିତ ରହିବେ। ହେଲେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିୟମକୁ ଉଲଙ୍ଗନ କରି ହେଡକ୍ୱାଟର ଛାଡି ଶିକ୍ଷକ/ ଶିକ୍ଷୟିତ୍ରୀମାନେ ନିଜ ନିଜ ଘରେ ରହୁଛନ୍ତି। କିନ୍ତୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସମସ୍ତ ସହକାରୀ ଶିକ୍ଷକ /ଶିକ୍ଷୟିତ୍ରୀ ଉପସ୍ଥିତ ରହୁଥିବା କାଗଜପତ୍ରରେ ଦର୍ଶାଇ ସିଆରସିଙ୍କ ଜରିଆରେ ମାସିକ ଦରମା ବିଲ କରାଯାଉଛି। ଏପରିକି ସିଆରସିସିମାନେ ବିଦ୍ୟାଳୟ ପରିଦର୍ଶନ ନ କରି ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଦସ୍ତ୍ରଖତ କରି ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ୟ୍ୟାଳୟରେ ଦରମା ବିଲ ଦେଉଛନ୍ତି।ତାହା ଏବେ ବୃଦ୍ଧିଜୀବି ମହଲରେ ଚର୍ଚାର ବିଷୟ ପାଲଟିଛି । ଏଠି ଶିକ୍ଷକ/ ଶିକ୍ଷୟିତ୍ରୀ ଓ ସିଆରସିସିଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି ।

- Advertisement -

ଏହି ବିଷୟରେ ମୋହନା ବ୍ଲକରେ ଭାରପ୍ରାପ୍ତ ରହିଥିବା ରା.ଉଦୟଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶ୍ଵନାଥ ଭୂୟାଁଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ବିଷୟରେ ମୁଁ କିଛି ଜାଣିନି । ତେବେ ଶିକ୍ଷାଅଧିକାରୀଙ୍କ ଅଜାଣତରେ କିପରି ଶିକ୍ଷକମାନେ ମାସିକ ଦରମା ନେଉଛନ୍ତି ଓ ହେଡକ୍ୱାଟର ଛାଡ଼ି ବାହାରେ ରହୁଛନ୍ତି ତାହା ତଦନ୍ତ ସାପେକ୍ଷ । ମୋହନାରେ ସ୍ଥାୟୀ ବ୍ଲକ ଶିକ୍ଷାଅଧିକାରୀ ନଥିବାରୁ ଏଠାରେ ପିସି କାରବାର ଜୋରସୋରରେ ଚାଲିଥିବା ଶୁଣିବାକୁ ମିଳୁଛି। ଏହାର ଉଚ୍ଚ ତଦନ୍ତ କରି ଦୁର୍ନିତୀଖୋର ଅଧିକାରୀଙ୍କ ପ୍ରତି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories