www.samajalive.in
Monday, December 8, 2025
13.1 C
Bhubaneswar

ରାଜ୍ୟରେ ୬୧୧୮ ନୂଆ କରୋନା ସଂକ୍ରମିତ ଚିହ୍ନଟ; କଟକରୁ ସର୍ବାଧିକ ୬୪୦

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୪୫୩ ଏବଂ ସ୍ଥାନୀୟ ସଂକ୍ରମିତ ୨୬୬୫ ଜଣ ରହିଛନ୍ତି। ଏହି ସମୟରେ କଟକ ଜିଲାରୁ ସର୍ବାଧିକ ୬୪୦ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଜଣାଯାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲାରୁ ୪୧୬, ବାଲେଶ୍ୱର ୧୯୫, ବରଗଡ ୧୬୪, ଭଦ୍ରକ ୨୨୮, ବଲାଙ୍ଗୀର ୮୩, ବଉଦ ୧୧୨, ଦେବଗଡ ୨୯, ଢେଙ୍କାନାଳ ୧୨୩, ଗଜପତି ୩୦, ଗଞ୍ଜାମ ୯୩, ଜଗତସିଂହପୁର ୨୧୮, ଯାଜପୁର ୫୬୩, ଯାଜପୁର ଜିଲାରୁ ୫୬୩ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଝାରସୁଗୁଡା ଜିଲାରୁ ୮୬, କଳାହାଣ୍ଡି ୮୦, କନ୍ଧମାଳ ୧୪୩, କେନ୍ଦ୍ରାପଡା ୨୨୭, କେନ୍ଦୁଝର ୧୫୫, ଖୋର୍ଦ୍ଧା ୪୯୫, କୋରାପୁଟ ୧୮୦, ମାଲକାନଗିରି ୧୦୭, ମୟୁରଭଞ୍ଜ ଜିଲାରୁ ୩୫୨ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ନବରଙ୍ଗପୁରରୁ ୧୬୬, ନୟାଗଡ ୧୬୧, ନୂଆପଡା ୩୬, ପୁରୀ ୩୯୮, ରାୟଗଡା ୧୦୮, ସମ୍ବଲପୁର ୧୦୩, ସୋନପୁର ୫୨, ସୁନ୍ଦରଗଡ ୨୭୨ ଏବଂ ଷ୍ଟେଟପୁଲରୁ ୧୦୩ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ଆଉ ୭୩୫୮ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ସଂପ୍ରତି ୭୬୭୫୦ ସକ୍ରିୟ କରୋନା ଆକ୍ରାନ୍ତ ରହିଥିବା ଜଣାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories