www.samajalive.in
Wednesday, December 10, 2025
18.1 C
Bhubaneswar

ତାଲାବନ୍ଦରେ ଘରେ ନେତା, ବାହାରେ ଜନତା

ମୋହନା : ଗଜପତି ଜିଲା ମୋହନା ନିର୍ବାଚନ ମଣ୍ଡଳୀ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠିକାର ଲୋକେ ପାହାଡିଆ ଚାଷ, ଜଙ୍ଗଲଜାତ ସାମଗ୍ରୀ ସଂଗ୍ରହ ଓ କୁଲି ମଜୁରୀ କରି ଗୁଜୁରାଣ ମେଣ୍ଟାନ୍ତି। ନିର୍ବାଚନ ଋତୁ ଆସିଲେ ନେତାମାନେ ମାଳ ମାଳ ହୋଇ ଭୋଟ ହାତେଇବା ପାଇଁ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳକୁ ଗ୍ରସ୍ତ କରିଥାନ୍ତି। ଗତବର୍ଷ ପ୍ରଥମ ତାଲାବନ୍ଦ ସମୟରେ ଲୋକଙ୍କର ଦୋକାନ ବଜାର ବନ୍ଦ ରହିବାରୁ ବ୍ୟବସାୟ ବନ୍ଦ ରହିଥିଲା। ଦୋକାନୀମାନେ ବହୁତ କ୍ଷତି ସହିଛନ୍ତି। ଏପରିକି ପରିବା ଓ ସଉଦା କିଣିବା ପାଇଁ ମଧ୍ୟ ଲୋକଙ୍କ ପାଖରେ ଟଙ୍କା ନଥିଲା। କେବଳ ରାଜ୍ୟ ସରକାର ଦେଇଥିବା ଚାଉଳରେ କାମ ଶେଷ। ସେହି ସମୟରେ କିଛି ନେତା ଲୋକ ଦେଖାଣିଆ ପାଇଁ ମୋହନା ଆସି ମାକ୍ସ କେତୋଟି ବାଣ୍ଟି ଚାଲି ଯାଇଥିଲେ।  ଗରିବ ଖଟିଖିଆଙ୍କ ପେଟକୁ ଚିହ୍ନି ପାରିଲେ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। କିଛି ମାସ ପରେ ଲକଡାଉନ କୋହଳ ହେବା ପରେ ନେତା ମନ୍ତ୍ରୀ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ପାଇଁ ମୋହନା ନିର୍ବାଚନ ମଣ୍ଡଳୀରେ ଖଟି ଜମାଇଥିଲେ। ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରି ଆରମ୍ବ ହୋଇ ଲକଡାଉନ ହେବାର ଗୋଟିଏ ମାସ ବିତିଲାଣି ତଥାପି ମୋହନା ନିର୍ବାଚନ ମଣ୍ଡଳୀରେ ବିଜେପି, ବିଜେଡି ନେତା ଓ କୁଜି ନେତାଙ୍କର ଦେଖା ଦର୍ଶନ ନାହିଁ । କରୋନା ମହାମାରୀ  ଭୟରେ ସମସ୍ତେ ବନ୍ଦ କୋଠରୀରେ ସୁସ୍ଥ ଜୀବନ ଯାପନ କରୁଥିବା ଲୋକେ କୁହାକହି ହେଉଥିବା ଶୁଣିବାକୁ ମିଳୁଛି । ନିର୍ବାଚନ ପାଖେଇଲେ ଭୋଟ ହାତେଇବା ପାଇଁ ମୋହନା ଆସି ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଡେରା ପକାନ୍ତି। କିନ୍ତୁ ଗୋଟିଏ ଦିନ ଗରିବ ଲୋକ କିପରି ତାର ପରିବାର ପ୍ରତିପୋଷଣ କରେ ତାହା ସେମାନଙ୍କୁ ଜଣା ନଥାଏ।
କେନ୍ଦ୍ର ସରକାରଙ୍କ ବିଜେପି ଦଳ ପକ୍ଷରୁ ଅନ୍ୟ ଜିଲ୍ଲା ଗୁଡିକରେ ସୁଖିଲା ଖାଦ୍ୟ ବାଣ୍ଟିବା ସହ ମାକ୍ସ, ସାନିଟାଇଜର ବଣ୍ଟନ ହେଉଛି କିନ୍ତୁ ଗଜପତି ଜିଲ୍ଲାରେ ବିଜେପିର ବରିଷ୍ଠ ନେତା ଓ ବ୍ଲକରେ ମଣ୍ଡଳ ସଭାପତି ଥାଇ ମଧ୍ୟ ଗରୀବ ଲୋକଙ୍କୁ କୌଣସି ପ୍ରକାର ସାହାଯ୍ୟ ଓ ସହଯୋଗ ମିଳୁ ନାହିଁ। ବ୍ରହ୍ମପୁର ସାଂସଦ  ଓ କୌଣସି ଦଳୀୟ ପଦବୀରେ ରହିଥିବା ବଡପଣ୍ଡାମାନେ ଅଞ୍ଚଳକୁ ଗ୍ରସ୍ତ କରି ଲୋକଙ୍କ ସୁଖଦୁଃଖର ସାଥୀ ହୋଇପାରୁନାହାନ୍ତି। ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଗାଁ ଗାଁ ବୁଲିବା ସହ ଦୁର୍ଗମ ଅଞ୍ଚଳକୁ ଯାଇ ଗରୀବ ଲୋକଙ୍କୁ ସଚେତନ କରିବା ସହ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ଲୋକଙ୍କ ସୁଖ ଦୁଃଖର ସାଥି ହୋଇପାରିଛନ୍ତି। ଆଗାମୀ ଦିନରେ ରହିଯାଇଥିବା କେତୋଟି ଦୁର୍ଗମ ଅଞ୍ଚଳରେ ମାକ୍ସ, ସୁକିଲା ଖାଦ୍ୟ ବାଣ୍ଟିବା ପାଇଁ ଯୋଜନା କରିଥିବା ସୂଚନା ମିଳିଛି। ଅପରପକ୍ଷେ ମୋହନା ନିର୍ବାଚନ ମଣ୍ଡଳିର ମୋହନା ବ୍ଳକର ବିଭିନ୍ନ ଗ୍ରାମରେ ବର୍ତ୍ତମାନ ବିଜେପି, ବିଜେଡି ପ୍ରତି ଲୋକଙ୍କ ଭଲ ପାଇବା ଆସ୍ଥା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ପଞ୍ଚାୟତ ନିର୍ବାଚନ ସମୟରେ ଲୋକେ ଉଚିତ ଜବାବ ଦେବେ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories