www.samajalive.in
Monday, December 8, 2025
20.1 C
Bhubaneswar

୩୦ ଗୋରୁ ମୃତ୍ୟୁ ମାମଲା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ

ବରପାଲି: ବରଗଡ଼ ବଜରଙ୍ଗ ଦଳ ସଂଯୋଜକ ରାଜେଶ ବନଛୋରଙ୍କ ନେତୃତ୍ୱରେ ବରପାଳି ବଜରଙ୍ଗ ଦଳିୟ କର୍ମିମାନେ ଗୋରୁ ଚଲାଣ ଓ ମୃତ ଗୋରୁଙ୍କ ମାମଲାରେ ସାମିଲ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ ଉଠାଇଛି। ଶନିବାର ପୁର୍ବାହ୍ନରେ ସ୍ଥାନିୟ ଥାନାଧିକାରୀ ରୋଜାଲିନ ପଟେଲଙ୍କୁ ବଜରଙ୍ଗୀମାନେ ମାମଲା ଓ ଦୋଶି ବିରୁଦ୍ଧରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ଗତ ଶୁକ୍ରବାର ଟିଙ୍ଗିପାଲି କଣ୍ଟେନର ଦୁର୍ଘଟଣା ଓ ବର୍ବରତା ପୁର୍ବକ ନେଉଥିବା ଗୋରୁ ଚଲାଣ ସହ ଜଣେ ଯୁବକ ଓ ୩୦ଟି ଗୋରୁଙ୍କ ମୃତ୍ୟୁ ସମ୍ପର୍କରେ ଘୋର ନିନ୍ଦା କରିଥିଲେ। ଏହି ହିନମାନ୍ୟତା କାର୍ଯ୍ୟକଳାପ ଆଜି ପ୍ରଥମ ନୁହେଁ କ୍ରମାଗତ ଭାବରେ ଜିଲ୍ଲାର ବିଭିନ୍ନ ଅଚଂଳରେ ଖୋଲାଖୋଲି ବରାବର ଜାରି ରଖିଥିବା ଦୃଷ୍ଟିରୁ ପୋଲିସ ପକ୍ଷରୁ ସବାଡ଼ କରାଯାଉ ବୋଲି ଦାବୀ ଉଠାଇଥିଲେ।

ସେହିପରି ଗତ ଶନିବାର ଦୁର୍ଘଟଣାରେ ମୃତ ଗୋରୁ ଏବଂ ଅମାନୁଷିକ କାର୍ଯ୍ୟରେ ସାମିଲ ଦୋଷୀମାନଙ୍କୁ କଡ଼ାକଡ଼ି ଭାବରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆମେ ଦାବୀ ଜଣାଉଛୁ ବୋଲି କହିିଥିଲେ। ଆଇଆଇସି ରୋଜାଲିନ ପଟେଲ ନିର୍ଭର ପ୍ରତିଶୃତି ଦେବା ସହିତ ବର୍ତ୍ତମାନ ମାମଲାର ଛାନଭିନ ଜାରି ରହିଛି ନିଶ୍ଚିତ ଭାବରେ ଦୋଶି ଧରାପଡ଼ିିବେ ଏବଂ ଉଚିତ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ ବୋଲି କହିଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories