www.samajalive.in
Monday, December 8, 2025
27.1 C
Bhubaneswar

ପରିବେଶ ଦିବସରେ କରୋନା ମୃତକଙ୍କ ଉଦ୍ଦେଶ୍ୟରେ ୧୧୪ଟି ଚାରା ରୋପଣ

ନବରଙ୍ଗପୁର: ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଏକ ଅଭିନବ ପ୍ରୟାସ କ୍ରମେ ୧୧୪ଟି ଚାରା ରୋପଣ କରାଯାଇଛି। ନବରଙ୍ଗପୁର ଜିଲ୍ଲାର ପ୍ରଥମ ଏବଂ ଦ୍ଵିତୀୟ ପର୍ୟ୍ୟାୟରେ କରୋନା ଦ୍ୱାରା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଦିବଂଗତ ୧୧୪ ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ ନନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ ନୂଆଗଡ଼ ମୌଜାର ଥିବା ଓଁ ଶାନ୍ତି ଆନନ୍ଦ ସରୋବର ଏବଂ ପୋଲିସ ରିଜର୍ଭ ପଡିଆ ଠାରେ ୧୧୪ ଗୋଟି ଆମ୍ବ ଚାରା ରୋପଣ ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଛି। ଏହି ଵୃକ୍ଷ ରୋପଣ କାର୍ୟ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ. ଅଜିତ କୁମାର ମିଶ୍ର, ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନା, ଖଣ୍ଡିୟ ବନ ଅଧିକାରୀ, ମଗର ଧନଜି ରାଓସ, ଅତିରିକ୍ତ ଜିଲ୍ଲାପାଳ ରତ୍ନାକର ସାହୁ, ସହକାରୀ ବନ ସଂରକ୍ଷକ ଧନଞ୍ଜୟ ମହାପାତ୍ର, ଜିଲ୍ଲା ଶିଳ୍ପ କେନ୍ଦ୍ର ଅଧିକାରୀ, ବାଣେଶ୍ୱର ରାଓ ସୁବୁଦ୍ଧି, ଅବିଭକ୍ତ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାର ଓଁ ଶାନ୍ତି ମୁଖ୍ୟ ପ୍ରଶାସିକା ବ୍ରହ୍ମକୁମାରୀ ନିଲମ ଦିଦି ପ୍ରମୁଖ ଭାଗ ନେଇଥିଲେ।

ଭାରତରେ ଗୋଟିଏ ଲୋକଙ୍କ ପିଛା ବର୍ତ୍ତମାନ ଦେଶରେ ୨୮ ଟି ଗଛ ଥିବା ସମୟରେ ପାଶ୍ଚାତ୍ୟ ଦେଶ କାନାଡାରେ ମୁଣ୍ଡ ପିଛା ୫୦୦୦ ହଜାରରୁ ଅଧିକ ଗଛ ଅଛି। ଦେଶରେ ବର୍ତ୍ତମାନ କରୋନା ସମୟରେ ଅମ୍ଳଜାନ ଜନିତ ସମସ୍ୟା ଦୂର କରିବାକୁ ହେଲେ ପ୍ରତ୍ୟେକ ସରକାରୀ ଅନୁଷ୍ଠାନ, ବେସରକାରୀ ଅନୁଷ୍ଠାନ, ସ୍ମଶାନ, ଆମୋଦ ପ୍ରମୋଦ ଉଦ୍ୟାନ ଏବଂ ଖୋଲା ସ୍ଥାନ ମାନଙ୍କରେ ବ୍ୟାପକ ବୃକ୍ଷ ରୋପଣ କରିବା ଛଡା ଅନ୍ୟ ଉପାୟ ନାହିଁ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। ନିଜର କିମ୍ବା ନିଜ ପରିବାରର ଜନ୍ମ ଦିନ ହେଉ କିମ୍ବା ନିଜର ବିବାହ ବାର୍ଷିକ ଉତ୍ସବ ପାଳନ ଅବସରରେ ହେଉ କିମ୍ବା ନିଜର ଦିବଙ୍ଗତ ପିତୃପୁରୁଷଙ୍କ ଶ୍ରାଦ୍ଧ ଦିବସରେ ଗୋଟିଏ ବୃକ୍ଷ ରୋପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ଜିଲ୍ଲାପାଳ ଡ଼ଃ.ମିଶ୍ର ଜିଲ୍ଲାବାସୀଙ୍କୁ ଅନୁରୋଧ କରିଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories