www.samajalive.in
Saturday, December 6, 2025
26.1 C
Bhubaneswar

କଣ୍ଟେନର ଓଲଟି ୩୦ ମୃତ ଗୋରୁ ଓ ଜଣେ ଯୁବକ ଉଦ୍ଧାର

ବରପାଲି : ବରପାଲି ଟିଙ୍ଗିପାଲିରେ ଚାଷଜମିରେ ଓଲଟି ପଡ଼ିଥିବା ଏକ କଣ୍ଟେନର ମଧ୍ୟରୁ ଜଣେ ଯୁବକ ସହ ୩୦ଟି ଗୋରୁଙ୍କ ମୃତଦେହ ଉଦ୍ଧାର ହୋଇଯାଇଛି।  କଣ୍ଟେନରଟି ୨୬ନମ୍ବର ଜାତୀୟ ରାଜପଥରେ ବଲାଙ୍ଗିର ପଟରୁ ବରଗଡ଼କୁ  ଯାଉଥିଲା। କୌଣସିି କାରଣରୁ ଭାରସମ୍ୟ ହାରାଇ ଗାଡ଼ିଟି ଟିଙ୍ଗିପାଲି ରାସ୍ତା କଡ଼ ଏକ ଚାଷଜମି ତଳକୁ ଓଲଟି ପଡ଼ିିିଥିଲା। ପରେ ଗାଡିରେ ଚାଳକ ଓ ଅନ୍ୟ ଜଣେ ଯୁବକ କଣ୍ଟେନର ପଛକବାଟକୁ ଖୋଲି ଦେଇ ପଛରେ ଆସୁଥିବା ଏକ ସ୍କରପିଓ ଗାଡ଼ିରେ ସବାର ହୋଇ ଘଟଣାସ୍ଥଳରୁ ଫେରାର ମାରିଥିଲେ। ଦୁର୍ଘଟଣା ଶବ୍ଦ ଶୁଣି ଆଖାପାଖ ଗ୍ରାମର ଲୋକମାନେ ଜମା ହେବା ସହ ପୋଲିସକୁ ଖବର ଦେଇଥିଲେ। ଥାନାଧିକାରୀ ରୋଜାଲିନ ପଟେଲଙ୍କ ସମେତ ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନର ମଧ୍ୟରୁ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତ ଓ ଜୀବିତ ଗୋରୁଗାଇଙ୍କ ସହିତ ଜଣେ ଅଜଣା ଯୁବକର ମୃତ ଶରୀର ବାହାର କରିଥିଲେ। ପରେ ଗାଡ଼ି ନମ୍ବର ଓ କାଗଜପତ୍ର ଯାଞ୍ଚ କଲାବେଳେ ଗାଡ଼ିଟି ଯାଜପୁରର ହୋଇଥିବା ବେଳେ ବାଲେଶ୍ୱର ଆରଟିଓ କାର୍ଯ୍ୟାଳୟରେ ରେଜିଷ୍ଟେସନ ହୋଇଥିବା ଜଣାପଡ଼ିଥିଲା। ସ୍ଥାନୀୟ ତହସିକଦାର ଅକ୍ଷୟ ବାଘ, ବିଡ଼ିଓ ତିବିକ୍ରମ କୁମୁରା ଓ ସରପଞ୍ଚ ନାରାୟଣ ପଧାନଙ୍କ ଉପସ୍ଥିତିରେ ଜଡ଼ାମୁଣ୍ଡା ସ୍ଥିତ ଏକ ଖୋଲାପଡ଼ିଆରେ ମୃତ ଗୋରୁ ମାନଙ୍କ ସତ୍କାର କରାଯାଇଥିବା ବେଳେ ମୃତଯୁବକକୁ ନିଜ ତତ୍ୱାଧାନରେ ପୋଲିସ ବରଗଡ଼ ଡ଼ାକ୍ତରଖାନାକୁ ଶବବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା। ଦୁର୍ଘଟଣାର କାରଣ ସ୍ପଷ୍ଟ ଭାବେ ଜଣାପଡ଼ିନଥିଲେ ମଧ୍ୟ ପୋଲିସ ସ୍ଥାନୀୟ ଗ୍ରମାବାସୀଙ୍କୁ ପଚରାଉଚୁରା ଜାରି ରଖିଛି। ସ୍ଥାନୀୟ ଲୋକଙ୍କ କହିବାକଥା ପ୍ରତିଦିନ ଏହିପରି ଭାରିଯାନ ମାନ ଏହି ରାସ୍ତାରେ ଯାଇଥାଏ ହେଲେ ଗାଡ଼ି ଭିତରେ କଣ ରଖାଯାଇଛି ଆମେ କିପରି ଜାଣିବୁ। ଏହା ସମ୍ପୁର୍ଣ୍ଣ ଭାବରେ ଗୋରୁ ଚଲାଣ ରାକେଟର କାମ କାରଣ କଣ୍ଟେନର ପଛପଟରେ ଏକ ଧଳା ସ୍କରପିଓ ଗାଡ଼ି ଆସିବା ଓ ଆହାତ ମାନଙ୍କୁ ନେଇଯିବା ସମ୍ପୁର୍ଣ୍ଣ ଭାବରେ ସ୍ପଷ୍ଟତା ବାରିହେଉଛି ବୋଲି କହିଥିଲେ। ସେହିପରି ଗାଡ଼ିରେ ସ୍ୱତନ୍ତ୍ର ଭାବେ ନିର୍ମିତ ଲୁହାଖୋପ ମଧ୍ୟରେ ୫୦ରୁ ଉର୍ଦ୍ଧ ଗୋରୁ ଗାଇଙ୍କୁ ବେକ ଗୋଡ଼ ଓ ମୁଣ୍ଡ ପାର୍ଶ୍ବକୁ ଖୋପ ଲୁହାବାଡ଼ରେ ଶକ୍ତ ଭାବରେ ବନ୍ଧା ଯାଇଥିଲା। ଦୁର୍ଘଟଣା ପରେ ଗାଡ଼ିର ପଛ କବାଟ ଖୋଲାଯାଇ ବହୁ କଷ୍ଟରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories