www.samajalive.in
Monday, December 8, 2025
17.1 C
Bhubaneswar

କରୋନା ଆକ୍ରାନ୍ତ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ: ସହକର୍ମୀଙ୍କ ମହଲରେ ଶୋକ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକସ୍ଥିତ ଝାଡ୍ରାଜିଂ ସେବାଶ୍ରମ ସ୍କୁଲରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ନିହାରିକା ପ୍ରଧାନଙ୍କ ଶୁକ୍ରବାର ମୃତ୍ୟୁ ଘଟିଥିବା ଜଣାପଡିଛି। ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ପ୍ରଧାନ ଶିକ୍ଷୟିତ୍ରୀ, ସହକର୍ମୀ, ଛାତ୍ରଛାତ୍ରୀଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଝାଡ୍ରାଜିଂ ସେବାଶ୍ରମ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ହରପ୍ରିୟା ତ୍ରୀପାଠିଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଗତ ଦେଢବର୍ଷ ତଳେ ସୁନ୍ଦରଗଡ ଜିଲ୍ଲା ହାତୀବାରୀ ଅଂଚଳର ନିହାରିକା ପ୍ରଧାନ ନାମକ ଜନୈକ ଶିକ୍ଷାସହାୟିକା ତାଙ୍କ ସ୍କୁଲରେ ଶିକ୍ଷୟତ୍ରୀ ଭାବେ ଯୋଗଦାନ କରିଥିଲେ। କରୋନା ଯୋଗୁଁ ସ୍କୁଲ ବନ୍ଦ ଫଳରେ ଲକଡାଉନ ପୂର୍ବରୁ ସେ ନିଜ ଘରକୁ ଫେରିଥିଲେ।ଦୀର୍ଘ ପାଂଚଦିନତଳେ ସେ କରୋନାରେ ଆକ୍ରାନ୍ତ ଥିଲେ। ଗତକାଲି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏଭଳି ଦୁଃଖଦ ଖବର ଶୁଣିବା ପରେ ପ୍ରଧାନଶୀକ୍ଷୟତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସୂଚନା ଥାଉକି ନିହାରିକା ବାପା,ମାଆଙ୍କ ଏକମାତ୍ର ଝିଅ ଥିଲେ। ତାଙ୍କର ଏଭଳି ଅକାଳ ବିୟୋଗରେ ଦୁହେଁ ବାପା, ମାଆ ସଂପୂର୍ଣ୍ଣ ଭାଙ୍ଗିପଡିଥିବା ସେ ସୂଚନା ଦେଇଛନ୍ତି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories