www.samajalive.in
Sunday, December 7, 2025
16.1 C
Bhubaneswar

ଦେଶର କୃଷିକ୍ଷେତ୍ରକୁ ସ୍ୱଚ୍ଛଶକ୍ତି ବିନିଯୋଗର ସମସ୍ତ ସୁବିଧା ମିଳିବା ଉଚିତ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଦେଶର କୃଷିକ୍ଷେତ୍ରକୁ ସ୍ୱଚ୍ଛଶକ୍ତି ବିନିଯୋଗର ସମସ୍ତ ସୁବିଧା ମିଳିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନସିଂ ମାଧ୍ୟମରେ ଉଦବୋଧନ ଦେଇ କହିଛନ୍ତି ଯେ ସ୍ୱଚ୍ଛ ପରିବେଶ ବଜାୟ ରଖିବା ପାଇଁ ଇଥାନଲ୍‍ର ଉପଯୋଗ ଏବେ ଅପରିହାର୍ଯ୍ୟ ହୋଇପଡ଼ିଛି।
ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ୨୦୨୦-୨୦୨୫ ବର୍ଷ ପାଇଁ ଭାରତରେ ଇଥାନଲ ମିଶ୍ରଣକୁ ନେଇ ପ୍ରସ୍ତୁତ ହୋଇଥିବା କାର୍ଯ୍ୟଖସଡା ଉପରେ ବିଶେଷଜ୍ଞ କମିଟିର ରିପୋର୍ଟ ଉନ୍ମୋଚନ କରିଛନ୍ତି। ସେ ମଧ୍ୟ ପୁନେର ତିନୋଟି ସ୍ଥାନରେ ୧୦୦ଟି ଇ-ପାଇଲଟ୍‍ ଇଥାନଲ ମିଶ୍ରିତ ପେଟ୍ରୋଲ ପମ୍ପର ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।
ଇତିମଧ୍ୟରେ ବିଶ୍ୱ ପରିବେଶ ଦିବସ ଅବସରରେ ଭାରତ ସରକାର ୨୦୨୩ ଏପ୍ରିଲ ୧ ତାରିଖରୁ ଇ-୨୦ ବିଜ୍ଞପ୍ତି ଜାରି କରି ସମସ୍ତ ତୈଳ
କମ୍ପାନୀ ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଥିରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଏବଂ ଅଧିକ ଇଥାନଲ
ମିଶ୍ରଣ ପାଇଁ ଇ-୧୨ ଓ ଇ-୧୫ ବି.ଆଇ.ଏସ୍‍. ସ୍ପେଶିଫିକେସନ୍‍ ଜାରି କରିଛନ୍ତି। ଏହି ଉଦ୍ୟମ ଅତିରିକ୍ତ ଇଥାନଲ ପାତନ କ୍ଷମତା ପାଇଁ ସୁବିଧା ପ୍ରଦାନ କରିବ ସହ ସମଗ୍ର ଦେଶରେ ସଠିକ୍‍ ସମୟରେ ମିଶ୍ରିତ ଇନ୍ଧନ ଉପଲବ୍ଧ କରାଇବ। ଏହାଦ୍ୱାରା ୨୦୨୫ ମସିହା ପୂର୍ବରୁ ଇଥାନଲ ଉତ୍ପାଦନକାରୀ ରାଜ୍ୟ ଓ ଏହାର ଆଖପାଖ ଅଞ୍ଚଳରେ ଇଥାନଲ ବ୍ୟବହାର ବୃଦ୍ଧି ପାଇବ।
ଦେଶର ବିଭିନ୍ନ ଭାଗରୁ ଯୋଗଦେଇଥିବା କୃଷକମାନଙ୍କ ସହିତ ପ୍ରଧାନମନ୍ତ୍ରୀ ମଧ୍ୟ ବାର୍ତ୍ତାଳାପ କରିଥିଲେ। ଏହି ଅବସରରେ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଭାରତ ପାଇଁ ପ୍ରତ୍ୟେକ ଦିନ ହେଉଛି ବିଶ୍ୱ ପରିବେଶ ଦିବସ। ଆମ ଦେଶରେ ବୃକ୍ଷ, ପଶୁ ଓ ପକ୍ଷୀମାନଙ୍କୁ ସବୁବେଳେ ପୂଜା କରାଯାଇଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories