www.samajalive.in
Monday, December 8, 2025
27.1 C
Bhubaneswar

ଦେୟମୁକ୍ତ କୋଭିଡ ଟିକାକରଣ ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ସ୍ମାରକପତ୍ର

ଭୁବନେଶ୍ୱର : ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ସାର୍ବଜନୀନ ଦେୟମୁକ୍ତ ଟିକାକରଣ ବ୍ୟବସ୍ଥା କରିବା ସହ ପ୍ରତ୍ୟେକ ଦିନ ୧ କୋଟି ଟିକାକରଣ କରିବା ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ପ୍ରତିନିଧି ଦଳ ଉପଜିଲ୍ଲାପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଶ୍ରୀ ଦାଶ କହିଛନ୍ତି ସମଗ୍ର ଭାରତବର୍ଷରେ ଟିକାକରଣ ପ୍ରକ୍ରିୟା ମନ୍ଥର ହୋଇଯାଇଛି। ୧୮ ରୁ ୪୪ ବର୍ଷ ଲୋକଙ୍କୁ ଟିକାକରଣ ବନ୍ଦ କରିବା କେନ୍ଦ୍ର ସରକାରଙ୍କ ଅପାରଗତାକୁ ଦର୍ଶାଇଛି। ତାଲାବନ୍ଦ ଓ ସଟଡାଉନ ଯୋଗୁଁ ଦେଶର ଆର୍ଥିକ ପରିସ୍ଥିତି ଶୋଚନୀୟ ହୋଇଯାଇଛି। ସରକାରଙ୍କ ଭୁଲ ନିଷ୍ପତି ଯୋଗୁଁ ଅନ୍ୟ ଦେଶ ତୁଳନାରେ ଡିଜିପି ନିମ୍ନଗାମୀ ହେବାରେ ଲାଗିଛି। ଏପରିକି ୭% ତଳକୁ ଖସିଗଲାଣି। ତେଣୁ ସାଧାରଣ ଲୋକଙ୍କ ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଦେୟମୁକ୍ତ ଟିକାକରଣ ବ୍ୟବସ୍ଥା କରାଯାଉ। କେନ୍ଦ୍ର ସରକାର ଯଥାଶୀଘ୍ର ଡିସେମ୍ବର ମାସ ଶେଷ ସୁଦ୍ଧା ଟିକାକରଣ ପକ୍ରିୟା ଶେଷ କରନ୍ତୁ ଓ ଦେଶର ଜନସାଧାରଣଙ୍କୁ ତୁରନ୍ତ ଆର୍ଥିକ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଦାନ କରନ୍ତୁ।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ମୋହନ ଜେନା, ମନୋଜ ନାୟକ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ମିହୀର ଆଚାର୍ଯ୍ୟ, ସୁବ୍ରତ ସେନାପତି, ସିପ୍ରା ସେନାପତି, ସୌମେନ୍ଦ୍ର ମହାନ୍ତି, ଚିନ୍ମୟ ବଳିଆରସିଂ, ଶୁଭ୍ରଜ୍ୟୋତି ଲେଙ୍କା, ସଞ୍ଜିବ ପୂଜାପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

Related Articles

Popular Categories