www.samajalive.in
Wednesday, December 10, 2025
18.1 C
Bhubaneswar

ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କୋଭିଡ-୧୯ ମହାମାରୀ ଯୋଗୁଁ ଯଦିଓ କେତେକ କ୍ଷେତ୍ରରେ ଲକ୍ଷ୍ୟ ହାସଲ ମନ୍ଥର ହୋଇଯାଇଛି, ତେବେ ଦୃଢ଼ ମନୋବଳ ସହ କଠୋର ପଦକ୍ଷେପ ନେଇ ବିଭିନ୍ନ କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଭାରତୀୟ ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ (ସିଏସ୍‍ଆଇଆର୍‍)ର ବାର୍ଷିକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଶ୍ରୀ ମୋଦୀ ଏହି ଅବସରରେ କହିଛନ୍ତି ଭାରତ କୃଷି, ମହାକାଶ, ବିପର୍ଯ୍ୟୟ ପରିଚାଳନା, ପ୍ରତିରକ୍ଷା ଟେକ୍ନୋଲୋଜି ଏବଂ ଟିକା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ବଦ୍ଧପରିକର। ସେ କହିଛନ୍ତି କୋଭିଡ-୧୯ ମହାମାରୀ ହେଉଛି ଚଳିତ ଶତାବ୍ଦୀର ସବୁଠାରୁ ବଡ଼ ଆହ୍ୱାନ। କିନ୍ତୁ ବିଜ୍ଞାନ ଭବିଷ୍ୟତ ଆଡ଼କୁ ଅଗ୍ରସର ହେବାର ପଥ ଉନ୍ମୁକ୍ତ କରୁଛି। ଆହ୍ୱାନର ସମାଧାନ ଦିଗରେ ବିଜ୍ଞାନର ମୌଳିକ ଗୁଣ ନୂଆ ନୂଆ ସମ୍ଭାବନା ସୃଷ୍ଟି କରୁଛି।
ଭାରତୀୟ ବୈଜ୍ଞାନିକମାନେ ଗୋଟିଏ ବର୍ଷ ମଧ୍ୟରେ ସ୍ୱଦେଶୀ ଟିକା ବିକାଶ କରିଥିବାରୁ ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ଉଚ୍ଚପ୍ରଶଂସା କରିଛନ୍ତି। ଏତେ କମ୍‍ ସମୟ ମଧ୍ୟରେ ଟିକା ବିକଶିତ କରିବା ବୋଧହୁଏ ଇତିହାସରେ ପ୍ରଥମ ଘଟଣା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତୀୟ ବୈଜ୍ଞାନିକମାନେ ବିଶ୍ୱର ଅନ୍ୟାନ୍ୟ ଦେଶର ବୈଜ୍ଞାନିକମାନଙ୍କ ସହ କାନ୍ଧକୁ କାନ୍ଥ ମିଳାଇ ସମାନ ଗତିରେ କାର୍ଯ୍ୟ କରିଚାଲିଛନ୍ତି। ନିରନ୍ତର ବିକାଶ ଦିଗରେ ଭାରତ ଅନ୍ୟମାନଙ୍କର ପଥପ୍ରଦର୍ଶକ ସାଜିଛି। ସ୍ୱଚ୍ଛ ଶକ୍ତି, ସବୁଜ ହାଇଡ୍ରୋଜେନ୍‍ ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ବିଭିନ୍ନ ଟେକ୍ନୋଲୋଜି କ୍ଷେତ୍ରରେ ସିଏସ୍‍ଆଇଆର୍‍ର ଭୂମିକାକୁ ପ୍ରଧାନମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି।
ଏହି ବୈଠକରେ ବିଜ୍ଞାନ ଓ କାରିଗରୀ ବିଦ୍ୟାମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ ଉପସ୍ଥିତ ଥିଲେ। ସିଏସଆଇଆର ହେଉଛି ବିଜ୍ଞାନ ଓ
କାରିଗରୀ ବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ବିଜ୍ଞାନ ଓ ଶିଳ୍ପ ଗବେଷଣା ବିଭାଗର ଏକ ଅଂଶ। ସିଏସଆଇଆର୍‍ ଦେଶର ୩୭ଟି ପରୀକ୍ଷାଗାର ଓ ୩୯ଟି ଆଉଟରିଚ୍‍ କେନ୍ଦ୍ର ଜରିଆରେ ଗବେଷଣା ଜାରି ରଖିଛି। ଏହି ବାର୍ଷିକ ବୈଠକରେ ବିଶିଷ୍ଟ ବୈଜ୍ଞାନିକ, ଶିଳ୍ପପତି ଓ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories