www.samajalive.in
Monday, December 8, 2025
20.1 C
Bhubaneswar

କରୋନା କାଳର ବିକଳ ଦୃଶ୍ୟ, ପଶୁଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଖାଇଲେ ମୂକ ଯୁବକ

ବୁଗୁଡ଼ା: କରୋନା ସଭିଙ୍କୁ ଦେଇଛି ଯନ୍ତ୍ରଣା। କିଏ ରୋଜଗାର ହରାଇଛି ତ ଆଉ କିଏ ରୋଗରେ ଆପଣାର ଲୋକକୁ ହରାଇ ଅନାଥ ହୋଇ ପଡିଛନ୍ତି। କରୋନାଜନିତ ତାଲାବନ୍ଦ କାରଣରୁ ବହୁ ଶ୍ରମିକ ଜୀବିକା ହରାଇ ନାନା ଦୁଶ୍ଚିନ୍ତାରେ ରହିଛନ୍ତି। ନିହାତି ଗରିବମାନେ ଏବେ ମୁଠାଏ ଅନ୍ନ ପାଇଁ ହନ୍ତସନ୍ତ ହେଉଛନ୍ତି। ସରକାରଙ୍କ ମାଳ ମାଳ ଯୋଜନା ସେମାନଙ୍କର କିଛି ବି କାମରେ ଆସିପାରୁନି। ସ୍ଥିତି ଏପରି ହୋଇଛି ଯେ, କିଛି ଲୋକ ଭିଟାମାଟି ଛାଡି ବୁଲୁଛନ୍ତି ଖାଦ୍ୟ ଅନ୍ୱେଷଣରେ l ଦୋକାନ ବଜାର, ହୋଟେଲ ବନ୍ଦ ଥିବାରୁ ସେମାନଙ୍କୁ ଖାଇବା ପାଇଁ ମୁଠାଏ ଭାତ ବି ମିଳୁନାହିଁ l ଭୋକରେ ଆଉଟୁପାଉଟୁ ହୋଇ ଯେଉଁଠାରେ ଯାହା ମିଳୁଛି ଖାଇ ଯାଉଛନ୍ତି। ଏଭଳି ଏକ ବିକଳ ଦୃଶ୍ୟ ଦେଖିବାକୁ ମିିଳିଛି ଗୁଡ଼ା ବସଷ୍ଟାଣ୍ଡରେ। ଜଣେ ମୂକ ଅପରିଚିତ ଯୁବକ ଖାଦ୍ୟ ଅନ୍ୱେଷଣରେ ଆସି ବୁଗୁଡ଼ା ବସଷ୍ଟାଣ୍ଡରେ ଚାରିଦିନ ହେଲା ପଡି ରହିଛନ୍ତି। ଏଠି ସେଠି ବୁଲିବା ପରେ ବସଷ୍ଟାଣ୍ଡର ଏକ ଅର୍ଦ୍ଧ ନିର୍ମିତ ଘରେ ପଡି ରହିଛି।

ଆଜି କିଛି ବଦାନ୍ୟ ବ୍ୟକ୍ତି ବସଷ୍ଟାଣ୍ଡ ଚଟାଣରେ ଗାଈ ଓ କୁକୁରଙ୍କ ପାଇଁ ଉଦିଷ୍ଟ ଖାଦ୍ୟ ପକାଇ ଦେଇ ଚାଲି ଯାଇଥିଲେ। କିନ୍ତୁ ସେଠାରେ ଥିବା ଭୋକିଲା ଯୁବକଙ୍କୁ କେହି କିଛି ଦେଇନଥିଲେ। ଭିନ୍ନକ୍ଷମ ଯୁବକଟି ସମସ୍ତେ ଚାଲିଯିବା ପରେ ଚଟାଣରେ ପଡିଥିବା ଖାଦ୍ୟକୁ ସାଉଁଟି ଖାଇବାରେ ଦୃଶ୍ୟ ଅତ୍ୟନ୍ତ ଭାବବିହ୍ବଳ ଥିଲା। ସଭିଏଁ ଏହି ଦୃଶ୍ୟ ଦେଖୁଥିଲେ ବି କେହି ବାରଣ କରିନଥିଲେ। ବରଂ ଅନାୟାସରେ ଯୁବକ ଜଣକ ଚଟାଣରେ ପଡିଥିବା ଖାଦ୍ୟ ଖାଇ ଭୋକ ମେଣ୍ଟାଇଥିଲେ। ବର୍ତ୍ତମାନ ବିଜ୍ଞପିତ ଅଞ୍ଚଳ ପରିଷଦ କର୍ମଚାରୀମାନେ ସମ୍ପୃକ୍ତ ମୂକ ଯୁବକଙ୍କୁ ଖୋଜି ଆଣି ବ୍ୟବସ୍ଥା ମୁତାବକ ନିୟମିତ ଖାଦ୍ୟ ଯୋଗାଇ ଦେବେ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ ରଶ୍ଜିରଞ୍ଜନ ଦାସ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories