ବୌଦ୍ଧ: ଓଡ଼ିଶାରୁ ଝାରଖଣ୍ଡ ଚାଲାଣ କରାଯାଉଥିବା ବିପୁଳ ପରମାଣର ଗଂଜେଇକୁ ବୌଦ୍ଧଠାରେ ନାର୍କୋଟିକ କଣ୍ଟ୍ରାଲ ବ୍ୟୁରୋ ପକ୍ଷରୁ ଜବତ କରାଯାଇଛି। ସୂଚନା ମୁତାବକ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଦେଇ ଫୁଲବାଣୀ ଅଞ୍ଚଳରୁ ଏକ ଟ୍ରକ ଯୋଗେ ଝାରଖଣ୍ଡ ଗଂଜେଇ ଚାଲାଣ କରାଯାଉଥିବା ବେଳେ ବୌଦ୍ଧ ମହାନଦୀ ବ୍ରିଜଛକ ଠାରେ ପୂର୍ବରୁ ଛକି ରହିଥିବା ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ର ଏକ ଟିମ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ଗାଡି ମଧ୍ୟରୁ ୬୨୩ କିଲୋ ଗଂଜେଇ ଜବତ କରାଯିବା ସହିତ ଦୁଇଜଣକୁ ଗିରଫ କରାଯାଇଥିଲା।
ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଅନଗୁଳ ଜିଲା ହଣ୍ଡପା ଥାନା ଅନ୍ତର୍ଗତ ଭକ୍ତବନ୍ଧୁ ପ୍ରଧାନ ଓ ସନକ ପ୍ରଧାନ ବୋଲି ଜଣାପଡିଛି। ଗଂଜେଇ ଚାଲାଣ ପାଇଁ ଟ୍ରକର ଡାଲାକୁ ସ୍ୱତନ୍ତ୍ର ଭାବରେ ନିର୍ମାଣ କରାଯାଇଥିବା ଯାଞ୍ଚ ବେଳେ ଜଣାପଡିଥିଲା। ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଭୁବନେଶ୍ୱରର ଅଧିକ୍ଷକ ସୁରଜିତ ସେନଙ୍କ ନେତୃତ୍ୱରେ ଏକ ତିନି ଜଣିଆଁ ଟିମ୍ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ଏହି ଚଢାଇ କରିଥିଲେ। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।



