www.samajalive.in
Sunday, December 7, 2025
23.1 C
Bhubaneswar

୨ ଲକ୍ଷ ଲିଟର ପାନୀୟ ଜଳ ଟାଙ୍କି ଲୋକାର୍ପିତ

ସଇଁନ୍ତଲା: ସଇଁନ୍ତଲା ସହରରେ ପାନୀୟ ଜଳ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ସ୍ଥାନୀୟ କଅଁସର ପଡା ଠାରେ ନାଗରିକଙ୍କ ବହୁ ଦିନର ଦାବିକୁ ନେଇ ଏକ ୨ ଲକ୍ଷ ବିଶିଷ୍ଟ ଓଭର ହେଡ ପାଣି ଟାଙ୍କିକୁ ରାଜ୍ୟ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ବୁଧବାର ଲୋକାର୍ପିତ କରିଛନ୍ତି। ଏହା ପାନୀୟ ଜଳ ସମସ୍ୟା ନିରାକରଣ ସହ ବସ୍ତିବାସିନ୍ଦା ଉପକୃତ ହୋଇପାରିବେ। କାର୍ଯ୍ୟକ୍ରମରେ ସଇଁନ୍ତଲା ବିଡିଓ ଦେବାଶିଷ ସାମଲ, ସରପଞ୍ଚ ଭିମସେନ ସ୍ୱାଇଁ, ପୂଜକ କିରଣ ମିଶ୍ର, ଜିଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ନିର୍ବାହି ଯନ୍ତ୍ରୀ ବିପିନ ବିହାରି ଦାଶ, ଟିଟିଲାଗଡ ସହକାରି ନିର୍ବାହି ଯନ୍ତ୍ରୀ ଓମପ୍ରକାଶ ଦେହୁରୀ, କନିଷ୍ଠ ଯନ୍ତ୍ରୀ କ୍ଷିରୋଦ ପ୍ରସାଦ ରାଉତ, ସଇଁନ୍ତଲା କନିଷ୍ଠ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥି, ସଇଁନ୍ତଲା ଏସଆଇ ରବିନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ସାହୁ, ବ୍ଲକ ବିଜେଡି ସଭାନେତ୍ରୀ ଦୌପଦୀ ପାତ୍ର, ରାଜକିଶୋର ଡାଙ୍ଗ, ମାନଭଞ୍ଜନ ପାଣିଗ୍ରାହୀ, ଅମିତ ରଥ, ପର୍ମେଶ୍ୱର କର୍ମି, ରାଜେଶ ବେହେରା, ଲକ୍ଷ୍ମଣ ସେଠ ପ୍ରମୁଖ ଉପସ୍ଥିତ ଥିଲେ। କଅଁସର ପଡାର ଶେଷ ଅଞ୍ଚଳକୁ ପାଇପ ସଂଯୋଗ ପାଇଁ ପଡାବାସୀ ମନ୍ତ୍ରୀଙ୍କୁ ସାକ୍ଷାତ ସହ ଦାବି କରିଥିଲେ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories