www.samajalive.in
Monday, December 8, 2025
27.1 C
Bhubaneswar

୧୬୦ ଗ୍ରାମରେ ୨୩୪ ଅଙ୍ଗନବାଡି ଏବଂ ୧୩୫ ଆଶା କର୍ମୀଙ୍କ ଦ୍ଵାରା ଚାଲିଛି କରୋନା ସର୍ବେକ୍ଷଣ କାର୍ଯ୍ୟ 

ବେଗୁନିଆ : ବେଗୁନିଆ ବ୍ଲକର ୧୬୦ଟି ରାଜସ୍ୱ ଗ୍ରାମରେ ୨୩୪ ଜଣ ଅଙ୍ଗନବାଡି କର୍ମୀ ଏବଂ ୧୩୫ ଜଣ ଆଶା କର୍ମୀଙ୍କୁ ନେଇ ଗତ ୨୪ ତାରିଖ ଠାରୁ ଘରକୁ ଘର ବୁଲି କରୋନା ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି କାର୍ୟ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଦେବାଶିଷ ଆଚାର୍ୟ୍ୟ ଏବଂ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରବାସିନୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚାଲୁ ରହିଛି। ସର୍ଭେ ସମୟରେ କରୋନା ବ୍ୟତୀତ ଡାଇବେଟିସ, ରକ୍ତଚାପ, କ୍ୟାନସର, ତରଳଝାଡା, ଯକ୍ଷ୍ମା, ମ୍ୟାଲେରିଆ ଏବଂ ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କିତ ତଥ୍ୟ ସଂଗ୍ରହକୁ ଗୁରୁତ୍ୱ ଦିଆଯାଇଛି । ଏହି ସର୍ବେକ୍ଷଣ କାର୍ୟ୍ୟ ଆସନ୍ତା ଅଗଷ୍ଟ ୨୩ ତାରିଖ ପର୍ୟ୍ୟନ୍ତ ଚାଲୁ ରହିବ ବୋଲି ଜଣା ପଡ଼ିଛି ।

କରୋନାର ଦ୍ୱିତୀୟ ଲହର ଆହୁରି ଅଧିକ ସଂକ୍ରାମକ ହୋଇଥିବାରୁ ପୂର୍ବାପେକ୍ଷା କଟକଣା ଅଧିକ ଶକ୍ତ କରାଯିବାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର କରୋନା କଟକଣାକୁ କଡାକଡି ପାଳନ ନିମନ୍ତେ ଏବଂ କରୋନା ସଂକ୍ରମଣକୁ ରୋକ ଦେବା ପାଇଁ ଅଙ୍ଗନବାଡି ଏବଂ ଆଶା କର୍ମୀମାନଙ୍କୁ ନେଇ ଗ୍ରାମଞ୍ଚଳରୁ ଆରମ୍ଭ କରିଛନ୍ତି କୋଭିଡ ଚିହ୍ନଟ ପର୍ୟ୍ୟବେକ୍ଷଣ କାର୍ୟ୍ୟ । ବ୍ଲକର ବିଭିନ୍ନ ପଂଚାୟତରେ ଥିବା ଗ୍ରାମଗୁଡିକରେ ଅଙ୍ଗନବାଡି ଏବଂ ଆଶାକର୍ମୀମାନେ ଘର ଘର ବୁଲି କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରିବା ସହିତ ଅନ୍ୟ ସବୁ ରୋଗରେ ପୀଡିତ ରୋଗୀମାନଙ୍କୁ ଚିହ୍ନଟ କରୁଛନ୍ତି । ଏହି ସର୍ଭେ କାର୍ୟ୍ୟ ତିନି ମାସ ଧରି ଚାଲିବାକୁ ଥିବାବେଳେ ୧୫ ଦିନରେ ଥରେ ଲେଖାଏଁ କର୍ମୀମାନେ ପ୍ରତି ପରିବାରକୁ ଭେଟି ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଦାନ କରିବେ ବୋଲି ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଦେବାଶିଷ ଆଚାର୍ୟ୍ୟ କହିଛନ୍ତି । ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରଖିବା, ବିନା କାରଣରେ ବାହାରକୁ ନ ବାହାରିବା ଏବଂ ରୋଗର ଲକ୍ଷଣ ଜଣାପଡିଲେ ତୁରନ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଜଣାଇବା ପାଇଁ ପରାମର୍ଶ ଦେବା ସହିତ ରୋଗ ନିରାକରଣ ସମ୍ପର୍କରେ ସଚେତନ କରାଉଛନ୍ତି । ତଥ୍ୟ ସଂଗ୍ରହ କରିବା ସମୟରେ ଯେଉଁମାନଙ୍କର କରୋନା ଲକ୍ଷଣ ଜଣାପଡୁଛି ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ଯିବା ପାଇଁ ପରାମର୍ଶ ଦିଆଯାଉଛି । ଆଜି ସୁଦ୍ଧା ଏହି ଟିମ ବିଭିନ୍ନ ଗ୍ରାମରେ ୧୫୦୦ ଘର ସର୍ଭେ କରିଥିବାର ଜଣାପଡ଼ିଛି । ବେଗୁନିଆ ବ୍ଳକରେ ଦ୍ୱିତୀୟ ଲହରରେ ୫୩୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୬୫ ଜଣ ସୁସ୍ଥ ହୋଇଛନ୍ତି । ବାକି ୧୭୪ ଜଣ କୋଭିଡ କେୟାର ସେଣ୍ଟର ଏବଂ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ କେତେଜଣ ଗୃହ ସଂଗରୋଧରେ ରହିଥିବାର ଜଣାପଡ଼ିଛି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories