www.samajalive.in
Monday, December 8, 2025
27.1 C
Bhubaneswar

ଓଡ଼ିଆ କର୍ଣ୍ଣଧାରଙ୍କ ସାହାସିକତା: ‘ତୌତେ’ରୁ ରକ୍ଷା ପାଇଲା ସାଗର ଭୂଷଣ, ବଞ୍ଚିଗଲା ୧୦୧ ଜୀବନ

କୋରାପୁଟ: ଓଡ଼ିଆ କର୍ଣ୍ଣଧାର(କ୍ୟାପଟେନ) ଅପୂର୍ବ ସାହାସିକତା ଓ ଅସୀମ ଧୈର୍ୟ୍ୟ ଯୋଗୁଁ ଭୟଙ୍କର ବାତ୍ୟା ‘ତୌତେ’ରୁ ରକ୍ଷା ପାଇଛି ୧୦୧ ଜଣଙ୍କ ଜୀବନ ଓ ଭାରତୀୟ ନୌସେନା ସହାୟତାରେ ପ୍ରାୟ ୫ ହଜାର କୋଟି ମୂଲ୍ୟର ଜାହାଜ ‘ସାଗର ଭୂଷଣ’ ସୁରକ୍ଷିତ ଭାବେ ସମୂଦ୍ର କୂଳରେ ପହଞ୍ଚିପାରିଛି। ଏଭଳି ଜଣେ ଓଡ଼ିଆ କ୍ୟାପଟେନଙ୍କୁ ନେଇ ତାଙ୍କ ଭିଟାମାଟି ନୟାଗଡ଼ ଜିଲା ଶରଣକୁଳ ପଞ୍ଚାୟତ ବାଉଁଶିଆ ଗ୍ରାମରେ ଖୁସିର ଲହରି ଖେଳିଯାଇଛି। ଆରବ ସାଗରରେ ସୃଷ୍ଟ ଭୟଙ୍କର ସାମୁଦ୍ରିକ ଝଡ଼ ‘ତୌତେ’ର କରାଳ ରୂପକୁ ଅଙ୍ଗେ ନିଭାଇଥିବା ଏହି କର୍ଣ୍ଣଧାର ସମୁଦ୍ର ଭିତରେ ସେହି ଭୟଙ୍କର ଅନୁଭୂତି ବର୍ଣ୍ଣନା କରିବା ସହ ଭଗବାନଙ୍କ ଉପରେ ବିଶ୍ବାସ ଓ ଦୃଢ଼ ମନୋବଳ ଓ ଭାରତୀୟ ନୌସେନାର ତ୍ବରିତ ସହାୟତା ଯୋଗୁଁ ସେ ଚଳାଉଥିବା ଜାହାଜଟି ସୁରକ୍ଷିତ ଉଦ୍ଧାର ହୋଇପାରିଲା ଓ ଅନେକ ଧନଜୀବନ ରକ୍ଷା ପାଇଲା ବୋଲି ପ୍ରକାଶ କରିଛନ୍ତି।

ରାଷ୍ଟ୍ରାୟତ୍ତ କମ୍ପାନୀ ଓଏନଜିସି ପକ୍ଷରୁ କିଛି ଜାହାଜ ତୈଳ ଖନନ କାର୍ୟ୍ୟରେ ନିୟୋଜିତ ହୋଇଥିଲା ପ୍ରାୟ ୫ଟି ଜାହାଜ। ବାତ୍ୟା ‘ତୌତେ’ ପ୍ରଭାବରେ ମୁମ୍ବଇ ଉପକୂଳ ବମ୍ବେ ହାଇ ନିକଟରେ ଅଟକି ରହିଥିବା ପି୩୦୫ଜାହାଜ ବୁଡ଼ି ଯାଇଥିବା ବେଳେ ଶତାଧିକ ପ୍ରାଣହାନୀ ଘଟିଛି। ସେହିପରି ଆଉ ଏକ ଜାହାଜ ବରପ୍ରଦା ମଧ୍ୟ ସମୁଦ୍ର ଗର୍ଭରେ ବୁଡ଼ି ଯାଇଥିବା ବେଳେ ଏଥିରେ ଥିବା ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତେବେ ସୌଭାଗ୍ୟବଶତଃ ଅନ୍ୟ ଏକ ତୈଳ ଅନ୍ବେଷଣକାରୀ ଜାହାଜ ‘ସାଗର ଭୂଷଣ’ ଅଳ୍ପକେ ବର୍ତ୍ତିଯାଇଛି। ଓଏନଜିସିର ତୈଳକୂପ ମୁକ୍ତା ଫିଲ୍ଡ ନିକଟରେ ମୁତୟନ ଥିବା ଜାହାଜ ‘ସାଗର ଭୂଷଣ’ ଯେଉଁଥିରେ ୧୦୧ ଜଣ ଥିଲେ ସେମାନେ ସମସ୍ତେ ଓଡ଼ିଆ କର୍ଣ୍ଣଧାର ନାରାୟଣ ଦାଶଙ୍କ ଉପସ୍ଥିତ ବୁଦ୍ଧି ଓ ସାହାସିକ ପଦକ୍ଷେପ ଯୋଗୁଁ ରକ୍ଷା ପାଇଯାଇଛନ୍ତି।

- Advertisement -

୧୯୭୫ମସିହାରେ ସାଗର ଭୂଷଣ ଜାପାନ ଟେକ୍ନୋଲୋଜିରେ ବିଶାଖାପାଟଣା ସିପୟାର୍ଡରେ ତିଆରି ହୋଇଥିବା ସାଗର ଭୂଷଣ ବଙ୍ଗୋପସାଗର ଓ ଆରବ ସାଗରରେ ମଧ୍ୟ କାମ କରିଛି। ସମୁଦ୍ର ଭୂଗର୍ଭରେ ତୈଳ ସନ୍ଧାନରେ ନିୟୋଜିତ ଏହି ଜାହାଜ ଭୂତତ୍ତ୍ବବିତଙ୍କ ଇସାରାରେ ଅର୍ଥାତ ତୈଳ ଥିବା ଜାଣିପାରିଲେ ତୈଳ ଖନନ କରିଥାଏ। ମୁକ୍ତା ଫିଲ୍ଡରେ ମୁତୟନ ଥିବା ସାଗର ଭୂଷଣରେ ୮ଟି ଆଙ୍କର ଲାଗିଥିଲା। ୧୬ତାରିଖରେ ଭୂଗର୍ଭରେ ତୈଳ ସନ୍ଧାନ କରୁଥିବା ଏହି ଜାହାଜରେ ୧୦୧ ଜଣ କର୍ମୀ ନିୟୋଜିତ ଥିଲେ। ବାତାବରଣ ଅନୁକୂଳ ଥିଲା। ସମୁଦ୍ର ଶାନ୍ତ ଥିଲା। ପବନର ବେଗ ମଧ୍ୟ କମ୍ ଥିଲା। ୧୭ତାରିଖ ୯ଟା ବେଳେ ପ୍ରବଳ ବେଗରେ ଅର୍ଥାତ ୧୦୦ରୁ ୧୪୦ କିମି ବେଗରେ ପବନ ବହିଥିଲା। ଫଳରେ ସାଗର ଭୂଷଣର ଗୋଟିଏ ପରେ ଗୋଟିଏ ଆଙ୍କର ଛିଣ୍ଡିବାରେ ଲାଗିଲା। ଜାହାଜର ସମସ୍ତ ଆଙ୍କର ଛିଣ୍ଡିଯିବା ପରେ ଜାହାଜଟି ଉତ୍ତର ଦିଗରେ ଯିବାକୁ ଆରମ୍ଭ କଲା। ଜାହାଜର ପ୍ରାୟ ନିକଟ ଦେଇ ବାତ୍ୟା ଚାଲିଯିବାରୁ ଜାହାଜଟି ନିୟନ୍ତ୍ରଣ ହରାଇ ବୀରାବଲ (ସୋମନାଥ ମନ୍ଦିର)ରୁ ଦ୍ବାରକା ମନ୍ଦିର ଦିଗରେ ଗତି କରିଥିଲା। ଏହି ସମୟରେ ଜାହାଜରେ ଥିବା କର୍ମୀମାନେ ଭୟଭୀତ ହୋଇପଡ଼ିଥିଲେ ହେଁ କର୍ଣ୍ଣଧାର ଶ୍ରୀ ଦାଶ ଧୈର୍ୟ୍ୟ ହରାଇ ନ ଥିଲେ। ୧୭ତାରିଖ ୯ଟାରୁ ୨ଟା ପର୍ୟ୍ୟନ୍ତ ଜାହାଜଟି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇ ଉତ୍ତର ଦିଗକୁ ଗତି କରିଥିଲା। ୧୮ତାରିଖ ସକାଳେ ଭାରତୀୟ ନୌସେନାର ଆଇଏନଏସ ତଲୱାର ସହ ଏହି ଜାହାଜକୁ ସଂଯୋଗ କରାଇଥିଲେ କର୍ଣ୍ଣଧାର ଶ୍ରୀ ଦାଶ।

ଗୋପନାଥ ଓ ଭାବନଗର ଦିଗରେ ଗତି କରୁଥିବା ଜାହାଜଟି ପବନର ସ୍ରୋତରେ ପ୍ରବାହିତ ହୋଇ ବମ୍ବେଠାରୁ ସୁରଟର ତାପ୍ତି ନଦୀର ମୁହାଣରୁ ୬୦ କିମି ଦୂର ପର୍ୟ୍ୟନ୍ତ ଚାଲିଯାଇଥିଲା ସାଗର ଭୂଷଣ। ଭାରତୀୟ ନୌସେନା ପକ୍ଷରୁ ଶ୍ରୀ ଦାସଙ୍କ ସହ ଉଭୟ ଜାହାଜ ମଧ୍ୟରେ ଟୋ ଲାଇନ(ଗୋଟିଏ ଜାହାଜକୁ ଆଉ ଗୋଟିଏ ଜାହାଜ ଟାଣି ଟାଣି ନେବା ସରଞ୍ଜାମ) ସଂଯୋଗ କରାଯାଇ ପାରିଥିଲା। ପରେ ଆଇଏନଏସ ତଲୱାର ସାଗର ଭୂଷଣକୁ ଟାଣି ଟାଣି ସମୁଦ୍ର କୂଳକୁ ଆଣିଥିଲା। ୨୧ତାରିଖ ଦିନ ଉପକୂଳରେ ପହଞ୍ଚିଥିଲା ସାଗର ଭୂଷଣ। ଭାରତୀୟ ନୌସେନାର ତ୍ବରିତ ପଦକ୍ଷେପ ଓ କର୍ଣ୍ଣଧାରଙ୍କ ସାହାସିକତା ଯୋଗୁଁ ଭୟଙ୍କର ବିପଦକୁ ଏଡ଼ାଇ ଦିଆଯିବା ସହେ ପ୍ରାୟ ୫ହଜାର କୋଟି ଟଙ୍କାର ଜାହାଜଟି ବିପଦର ସମ୍ମୁଖୀନ ହେବା ପୂର୍ବରୁ ରକ୍ଷା ପାଇଥିବାବେଳେ ୧୦୧ଜଣଙ୍କ ଜୀବନ ବଞ୍ଚିପାରିଥିବା ତଥ୍ୟରୁ ଜଣାଯାଇଛି।

ଭଗବାନ ହିଁ ରକ୍ଷା କଲେ: କର୍ଣ୍ଣଧାର
ନୟାଗଡ଼ ଜିଲା ଶରଣକୁଳ ପଞ୍ଚାୟତ ଅନ୍ତର୍ଗତ ବାଉଁଶିଆ ଗ୍ରାମର ବିନାୟକ ଦାଶ ଓ ହୀରା ଦେବୀଙ୍କ ପୁଅ ନାରାୟଣ ଦାଶ ୨୦୦୫ ୩୧ ନଭେମ୍ବରରେ ଭାରତୀୟ ନୌସେନାରୁ ଅବସର ଗ୍ରହଣ କରିଥିବା ବେଳେ ଏବେ ସାଗର ଭୂଷଣରେ କର୍ଣ୍ଣଧାର ଭାବେ ଦାୟିତ୍ବ ତୁଲାଉଛନ୍ତି। ସମୁଦ୍ର ଗର୍ଭରେ ଭୟଙ୍କର ବାତ୍ୟାର ସାମ୍ନା କରିଥିବା ଶ୍ରୀ ଦାଶ କହନ୍ତି ଭାରତୀୟ ନୌସେନାର ତ୍ବରିତ ପଦକ୍ଷେପ ଓ ଭଗବାନଙ୍କ ଯୋଗୁଁ ଆମେ ରକ୍ଷା ପାଇଗଲୁ। ସେହି ସମୟ କଥା ମନେ ପଡ଼ିଲେ ଏବେ ବି ଦେହର ଲୋମ ଟାଙ୍କୁରି ଉଠିଥିଲା। ସମସ୍ତେ ମୋତେ ବାତ୍ୟା ସମ୍ପର୍କରେ ପଚାରୁଥିଲେ, ମୁଁ କିନ୍ତୁ ସମସ୍ତଙ୍କୁ ବ୍ୟଙ୍ଗାତ୍ମକ ଢଙ୍ଗରେ ମନ ବୁଝାଇ ସେମାନଙ୍କ ମାନସିକ ସ୍ଥିତି ଉଚ୍ଚା ରଖିବା ପାଇଁ ଚେଷ୍ଟା କରିଥିଲି। ଭୟଭୀତ ନ ହୋଇ ପରିସ୍ଥିତିର ସମ୍ମୁଖୀନ ହୋଇଥିଲୁ। ଯେତେବେଳେ ୮ଟି ଯାକ ଆଙ୍କର ଛିଣ୍ଡିଯାଇଥିଲା ଓ ଜାହାଜଟି ନିୟନ୍ତ୍ରଣ ହରାଇ ପବନ ସ୍ରୋତରେ ଆଗେଇ ଚାଲିଲା ମୁଁ ଭୟଭୀତ ନ ହୋଇ ଧୈର୍ୟ୍ୟର ସହ ପରିସ୍ଥିତିର ମୁକାବିଲା କରିଥିଲି। ଗୋଟିଏ ପଟେ ଶଙ୍କର ମହାଦେବ ଓ ଅନ୍ୟପଟେ ଶ୍ରୀକୃଷ୍ଣ ଥିବା ଦିଗକୁ ଜାହାଜ ଗତି କରୁଥିଲା। ଫଳରେ ବିପଦରେ ଥାଇ ମଧ୍ୟ ଆମେ ବିପଦ ସମୟକୁ ଏଡ଼ାଇପାରିଲୁ। ତେବେ ଭାରତୀୟ ନୌସେନାର ତ୍ବରିତ ଉଦ୍ୟମକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories