www.samajalive.in
Sunday, December 7, 2025
26.1 C
Bhubaneswar

ଅନ୍‍ଲାଇନରେ ବରାଦ ମଦ ରଖିଦେଲା ପୁଲିସ, ଟଙ୍କା ଦେଇ ଗ୍ରାହକ ଭକୁଆ

କ.ନୂଆଗାଁ/ଫୁଲବାଣୀ: କରୋନା ମହାମାରିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉପଭୋକ୍ତାଙ୍କୁ ପାଇଁ ଅନ୍‍ଲାଇନରେ ମଦ ବରାଦ କଲେ ତାହା ପାଖରେ ପହଞ୍ଚାଯିବା ବ୍ୟବସ୍ଥା କରାଯାଇଛି। ଏଥି ପାଇଁ ଉପଭୋକ୍ତାମାନେ ଏକ ପ୍ରକାର ଆଶ୍ୱାସନା ପାଇଛନ୍ତି। ଏହି ଅନଲାଇନ୍‍ ସୁବିଧା ମାଧ୍ୟମରେ ମଦ ପାଇବା ପାଇଁ କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକର ବଣଗୁଡ଼ା ଗ୍ରାମର ଦୁଇଜଣ ଓ ସାରଙ୍ଗଡ଼ ଅଞ୍ଚଳର ଜଣେ ଗ୍ରାହକ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ କେଲାପଡ଼ା ଠାରେ ଥିବା ବିଦେଶୀ ମଦ ଦୋକାନରୁ ଅନ୍‍ଲାଇନ୍‍ ଦ୍ୱାରା ମଦ ବରାଦ କରିଥିଲେ।

ଦୋକାନ ମାଲିକ ଏକ ଅଟୋ ଯୋଗେଁ ଗ୍ରାହକମାନଙ୍କ ପାଖରେ ମଦ ପହଞ୍ଚାଇବା ପାଇଁ ପଠାଇଥିବା ବେଳେ ସେହି ଗାଡ଼ିକୁ ଫିରିଙ୍ଗିଆ ପୁଲିସ୍‍ ମାସିରିପଡ଼ା ଛକଠାରେ ଅଟକାଇଥିଲା। ତେବେ ଅଟୋ ଚାଳକ ଗଣେଷ ସାହୁ ଅନ୍‍ଲାଇନରେ ମଦ ପହଞ୍ଚାଇବା ପାଇଁ ସେ ସାରଙ୍ଗଡ଼ ନେଉଥିବା ପ୍ରକାଶ କରିଥିଲେ ମଧ୍ୟ ପୁଲିସ୍‍ ଅଟୋ ସହିତ ଗାଡ଼ି ଚାଳକକୁ ଥାନାରେ ଅଟକ ରଖିଥିଲା। ତେବେ କିଛି ଘଂଟା ପରେ ଗାଡ଼ିର ଚାଳକ ସହିତ ଅଟୋକୁ ଛାଡିଥିଲେ ମଧ୍ୟ ଜବତ ମଦକୁ ଜବତ କରିଥିଲେ। ତେବେ ଅନ୍‍ଲାଇନରେ ମଦ ବରାଦ ଦେଇଥିବା ଗ୍ରାହକମାନେ ସେମାନଙ୍କର ଟଙ୍କା ପୂର୍ବରୁ ପଇଠ କରିଥିଲେ ମଧ୍ୟ ସେମାନଙ୍କ ପାଖରେ ମଦ ପହଞ୍ଚି ନ ଥିବାରୁ ଉକ୍ତ ଟଙ୍କା ଗ୍ରାହକମାନଙ୍କୁ ଫେରାଇବା ପାଇଁ ଅଞ୍ଚଳର ସମାଜସେବୀ ବିଜୟ କୁମାର ସାହୁ ଅବକାରୀ ମନ୍ତ୍ରୀ, ପୁଲିସ୍‍ ମହାନିର୍ଦ୍ଦେଶକ ଓ ଫାଇଭ ଟି ସଚିବଙ୍କ ନିକଟକୁ ଟୁଇଟ୍‍ କରିବା ଘଟଣା ସମଗ୍ର ଅଞ୍ଚଳର ଆଲୋଚ୍ୟର ବିଷୟ ହୋଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories