www.samajalive.in
Monday, December 8, 2025
27.1 C
Bhubaneswar

ଚୋକ୍‌ସୀଙ୍କୁ ନିର୍ଯାତନା ଦେବା ପରେ ଆଣ୍ଟିଗୁଆରୁ ଡୋମିନିକା ଅପହରଣ କରାଯାଇଥିଲା

ପଳାତକ ହୀରା ବ୍ୟବସାୟୀ ମେହଲୁ ଚୋକ୍‌ସୀଙ୍କୁ ନିର୍ଯାତନା ଦିଆଯିବା ପରେ ଆଣ୍ଟିଗୁଆରୁ ଡୋମିନିକା ଅପହରଣ କରାଯାଇଥିଲା। ଏହି ଅଭିଯୋଗ ଆଣିଛନ୍ତି ତାଙ୍କ ଓକିଲ ବିଜୟ ଅଗ୍ରୱାଲ। ଚୋକ୍‌ସୀଙ୍କ ଶରୀରରେ କ୍ଷତଚିହ୍ନ ଥିବାରୁ ତାଙ୍କୁ ନିର୍ଯାତନା ଦିଆଯାଇଥିବା ବିଜୟ କହିଛନ୍ତି।

ସୂଚନା ଅନୁସାରେ, ଭାରତ ସରକାରଙ୍କ ଚାପ ପରେ ଇଣ୍ଟରପୋଲ ତରଫରୁ ୟେଲୋ ନୋଟିସ ଜାରି ହେବା ପରେ ଚୋକ୍‌ସୀ ଆଣ୍ଟିଗୁଆ ଏବଂ ବାରବୁଡ଼ାରୁ କିଛିଦିନ ତଳେ ଫେରାର ହୋଇଯାଇଥିଲେ। ଗତ ବୁଧବାର ଦିନ ତାଙ୍କୁ ଆଣ୍ଟିଗୁଆର ପଡ଼ୋଶୀ ଦ୍ବୀପ ରାଷ୍ଟ୍ର ଡୋମିନିକାରୁ ଗିରଫ କରାଯାଇଥିଲା। ଚୋକ୍‌ସୀ ତାଙ୍କ ଓକିଲଙ୍କୁ ଦେଇଥିବା ସୂଚନା ଅନୁସାରେ, ତାଙ୍କୁ ଆଣ୍ଟିଗୁଆରେ ଜଲି ହାର୍ବର ନିକଟରୁ କିଛି ଲୋକ ଜୋରଜବରଦସ୍ତ ଅପହରଣ କରିନେଇଥିଲେ। ସେଠାରୁ ତାଙ୍କୁ ଡୋମିନିକା ନେଇଯାଇଥିଲେ। ଗତ ରବିବାର ସେ ଡୋମିନିକାରେ ପହଞ୍ଚିଥିଲେ। ସୋମବାର ତାଙ୍କୁ ସେଠାକାର ଥାନାକୁ ନିଆଯାଇଥିଲା।

- Advertisement -

ଅନ୍ୟପଟେ ମେହୁଲ ଚୋକ୍‌ସୀଙ୍କୁ ଡୋମିନିକା ସରକାର ପୁଣି ଥରେ ଆଣ୍ଟିଗୁଆ ଏବଂ ବାରବୁଡ଼ା ପଠାଇବେ। ତେବେ ପ୍ରଧଶନମନ୍ତ୍ରୀ ଗେଷ୍ଟନ ବ୍ରାଉନେ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି ବୋଲି କହିଛନ୍ତି। ଡୋମିନିକାରେ ଥିବା ଚୋକ୍‌ସଙ୍କ ଓକିଲ ମାର୍ଶ ୱେନ ଏକ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି ଯେ, ସେ ଗୁରୁବାର ସକାଳେ ଥାନାରେ ଚୋକ୍‌ସୀଙ୍କୁ ଭେଟିଥିଲେ। ତାଙ୍କୁ ଆଣ୍ଟିଗୁଆରୁ ଅପହରଣ କରି ଡୋମିନିକା ନିଆଯାଇଥିବା ଚୋକ୍‌ସୀ କହିଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories