www.samajalive.in
Saturday, December 6, 2025
26.1 C
Bhubaneswar

ଗୋଟିଏ ହେଲେ ଟିକା ୧୦୦% ସୁରକ୍ଷା ଦେଇପାରିବ ନାହିଁ

ନୂଆଦିଲ୍ଲୀ: ଦେଶରେ ସଂପ୍ରତି କୋଭିଡ ମୁକାବିଲା ପାଇଁ ଦିଆଯାଉଥିବା ଗୋଟିଏ ହେଲେ ଟିକା ଶତ ପ୍ରତିଶତ ସୁରକ୍ଷା ଦେଇପାରିବ ନାହିଁ। ସେଥିପାଇଁ ବୁଷ୍ଟର ଟିକାର ଆବଶ୍ୟକତା ରହିଛି କି ନାହିଁ ତାହା ଉପରେ ଅନୁଧ୍ୟାନ କରାଯାଉଥିବା କହିଛନ୍ତି ନିତି ଆୟୋଗର ସଦସ୍ୟ ଭି କେ ପଲ୍‍। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରି ଶ୍ରୀ ପଲ୍‍ କହିଛନ୍ତି, ଏକ ବୁଷ୍ଟର ପାନର ଆବଶ୍ୟକତା ସଂପର୍କରେ ଏବେ ଅଧିକ ଅନୁଧ୍ୟାନ କରାଯାଉଛି। ଏହାର ନିଷ୍କର୍ସ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ। ଟିକାକରଣ ଅଭିଯାନରେ ସରକାର ପ୍ରତ୍ୟେକଙ୍କୁ ଏକ ନିର୍ଦ୍ଦିଷ୍ଟ ରୋଗ ପାଇଁ ଟିକା ଦେବାକୁ ଚାହାନ୍ତି। ଯଦି ସେ କ୍ଷେତ୍ରରେ ବୁଷ୍ଟର ପାନ ଆବଶ୍ୟକ ହୁଏ, ତେବେ ତାହା ଜଣାଇ ଦିଆଯିବ। ତେବେ ସାଂପ୍ରତିକ ପରିସ୍ଥିତିରେ ଜନସାଧାରଣ ଦୁଇପାନ ଟିକା ନେବା ସହିତ କୋଭିଡ ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରିବା ଆବଶ୍ୟକ। ଏହାଦ୍ୱାରା ସେମାନେ ଭୟାନକ ରୋଗରୁ ସୁରକ୍ଷିତ ରହିପାରିବେ, କିନ୍ତୁ ସେଥିପାଇଁ ସତର୍କ ରହିବାକୁ ପଡିବ, କାରଣ ଟିକାର ପ୍ରଭାବୀ ଗୁଣ ୧୦୦% ନୁହେଁ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories