www.samajalive.in
Monday, December 8, 2025
17.1 C
Bhubaneswar

ବିଜୁ ଛାତ୍ର ଜନତା ପକ୍ଷରୁ ଆଶ୍ରିତଙ୍କୁ ଖାଦ୍ୟ ବଣ୍ଟନ

ଆଠଗଡ: ସାମୁଦ୍ରିକ ଝଡବାତ୍ୟା ୟସ ସ୍ଥଳଭାଗ ଛୁଇଁବା ପୂର୍ବରୁ ଓ ପରେ ଆଠଗଡ ଅଞ୍ଚଳର ବିଭିନ୍ନ ଆଶ୍ରୟସ୍ଥଳରେ ଆଶ୍ରିତ ଲୋକମାନଙ୍କୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବୁଧବାର ଶୁଖିଲା ଓ ରନ୍ଧାଖାଦ୍ୟ ସମେତ ମାସ୍କ ବଣ୍ଟନ କରାଯାଇଛି। ବିଜୁ ଛାତ୍ର ଜନତା ସଭାପତି ସତ୍ୟପ୍ରିୟ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଳର ଯୁବ ସଂଗଠକ ତଥା ସୁପ୍ରିମକୋର୍ଟର ଆଇନଜୀବୀ ଆଦିତ୍ୟ ପ୍ରତାପ ସ୍ୱାଇଁ (ଆକାଶ) ଯୋଗଦେଇ ଆଶ୍ରୟସ୍ଥଳରେ ଥଇଥାନ ହୋଇଥିବା ଆଶ୍ରିତଙ୍କୁ ବାତ୍ୟା ପାଇଁ ଭୟଭୀତ ନହେବା ଏବଂ କରୋନା ମହାମାରୀରୁ ରକ୍ଷା ପାଇଁ ସଚେତନ କରିଥିଲେ। ଇଚ୍ଛାପୁର ପଞ୍ଚାୟତର ଗୁଡୁପଡା ଗ୍ରାମର ଆଦିବାସୀ ହରିଜନ ବସ୍ତି, ଏନଏସି ଅନ୍ତର୍ଗତ କନ୍ତୋଲ ସ୍କୁଲ ଗୃହରେ ଆଶ୍ରୟ ନେଇଥିବା ୩୦ ରୁ ଉର୍ଦ୍ଧ ପରିବାର ଏବଂ ରାଜନଗର ପଞ୍ଚାୟତର ରାଜୀବଗାନ୍ଧୀ ସେବାକେନ୍ଦ୍ର ଗୃହ ଓ ସ୍କୁଲ ଗୃହରେ ଆଶ୍ରୟ ନେଇଥିବା ୫୦ ପରିବାରଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ସହିତ ମାସ୍କ ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଛାତ୍ର ବିଜେଡି ଜିଲ୍ଲା ସାଧାରଣ ସଂପାଦକ ଶୁଭେନ୍ଦୁ ବେଉରା ନଗର ଛାତ୍ର ବିଜେଡି ସଭାପତି ଜ୍ୟୋତିରଞ୍ଜନ ପ୍ରଧାନ, ନଗର ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ, ଛାତ୍ର ନେତା ରିଙ୍କୁ ପତ୍ରୀ, ମହମ୍ମଦ ଖାଲିଦ୍‍ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡା ଓ ଜିଲ୍ଲା ବିଜେଡି ଉପସଭାପତି ନୃସିଂହ ଚରଣ ମହାପାତ୍ର ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories