www.samajalive.in
Monday, December 8, 2025
27.1 C
Bhubaneswar

ଚୋରି ହୋଇଥିବା ବାଇକ୍ ସହ ଧରା ପଡ଼ିଲେ ଦୁଇ ବାଇକ୍ ଚୋର

ରେଙ୍ଗାଲିକ୍ୟାମ୍ପ: ଦୀର୍ଘ ଦିନ ଧରି ଅତାବିରାରେ ଚୋରି ଡକାୟତି ଆଦି ବୃଦ୍ଧି ପାଇ ଅଞ୍ଚଳଟି ଚୋରଙ୍କ ଗଡ଼ ପାଲଟି ଯାଇଥିଲା କିନ୍ତୁ ଏବେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ କଲାପରେ ଗୋଟିଏ ପରେ ଗୋଟିଏ ଘଟଣାର ପର୍ଦାଫାସ ହୋଇଚାଲିଛି। ପୁଣି ଦୁଇ ଜଣ ବାଇକ୍ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅତାବିରା ପୋଲିସ। ଘଟଣା ସୂତ୍ରରୁ ଜଣାପଡିଛି ଯେ ଗତ ୨୩/୫ ତାରିଖ ଦିନ ଅତାବିରା କଟକିଆ ପଡ଼ାର ଶିକ୍ଷକ ଗୋକୁଳାନନ୍ଦ ମଲ୍ଲିକଙ୍କ ହିରୋ ଲିଗ୍ନେଟର ବାଇକ୍ କେହି ଜଣେ ଦୁର୍ବୃତ୍ତ ଚୋଇ କରି ନେଇଥିବା ଥାନାରେ ଅଭିଯୋଗ ସେ କରିଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ନୂତନ ଥାନା ଅଧିକାରୀ ଏହି ଘଟଣାର ତଦନ୍ତ ଜାରି ରଖି ଥିଲେ।

କୌଣସି ସୂତ୍ରରୁ ଖବର ପାଇ ଅତାବିରା ଥାନା ଅଧିକାରୀ ଦିଲିପ୍ କୁମାର ବେହେରା ସଦଳବଳେ ପହଞ୍ଚି ବରଗଡ଼ ହାଟପଦା ଠାରେ ଉକ୍ତ ଚୋରମାନଙ୍କୁ ଚୋରି ବାଇକ୍ ସହ ଧରିଥିଲେ। ଏହା ବ୍ୟତୀତ ଏହି ଚୋର ମାନେ ଚୋରି ସମୟରେ ବ୍ୟବହାର କରୁଥିବା ଏକ ସ୍କୁଟିକୁ ମଧ୍ୟ ଜବତ କରିଛି। ଏହି ଚୋରମାନଙ୍କ ମଧ୍ୟରୁ ଜଣେ ଏମ୍ ଦି ଅବିଦ୍ ଓ ଅନ୍ୟ ଜଣେ ସହିଲ ଖାନ୍। ଏମାନଙ୍କ ବିରୁଦ୍ଧରେ ଭାରତୀୟ ପେନାଲ୍ କୋର୍ଟ ଧାରା ୩୭୯/୩୪ରେ କୋର୍ଟ ଚାଲାଣ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories