www.samajalive.in
Tuesday, December 9, 2025
16.1 C
Bhubaneswar

କୋଭିଡ-୧୯ର ସମୀକ୍ଷା କଲେ ବିଧାୟିକା

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି କାର୍ଯ୍ୟାଳୟ ପରିସରରେ କୋଭିଡ-୧୯ ଉପରେ ଏନଏସି ଅଧ୍ୟକ୍ଷା ଦୀପାଞ୍ଜଳୀ୍ ଭୋରାସାଗରଙ୍କ ସଭାପତିତ୍ବରେ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଆହ୍ବାନ କ୍ରମେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକକୁ ଅତିରିକ୍ତ ତହସିଲଦାର ତଥା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏନଏସି କର୍ମଚାରୀ ଦୁର୍ଯ୍ୟୋଧନ ସାହୁ ମଞ୍ଚ ପରିଚାଳନା କରିଥିଲେ। ବର୍ତ୍ତମାନ ପରିସ୍ଥିତିରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଅତାବିରା ଅଞ୍ଚଳରେ ଯେମିତି କୌଣସି ଅପ୍ରିତୀକର ଘଟଣା ନ ଘଟେ ସେଥିପାଇଁ ସେ ସମସ୍ତଙ୍କୁ ତାଗିଦ୍ କରିଥିଲେ। ପ୍ରତି ମୁହୂର୍ତ୍ତରେ ସମସ୍ତ ପ୍ରଶାସନିକ ଅଧିକାରୀ ସଜାଗ ରହି ମିଳିମିଶି କାମ କରି କରୋନାର ମୁକାବିଲା କରିବା ପାଇଁ ସେ କହିଥିଲେ। ଅଞ୍ଚଳରେ ଯେମିତି ଗୋଟିଏ ବି ମୂଲ୍ୟବାନ ଜୀବନ ଯେପରି ଚିକିତ୍ସା ଅଭାବରୁ ନଷ୍ଟ ନ ହୁଏ ସେଥିପ୍ରତି ଧ୍ୟାନ ଦେଇ ଆବଶ୍ୟକ ବ୍ୟବସ୍ଥା କରିବା ଦିଗରେ ସମସ୍ତେ ତତ୍ପରତା ପ୍ରକାଶ କରିବେ, କୌଣସି ମୋବାଇଲ କଲକୁ ଅଣଦେଖା କେହି କରିବେ ନାହିଁ କାରଣ ଅସୁବିଧାରେ ପଡ଼ିଥିବା କୌଣସି ବ୍ୟକ୍ତି ହୁଏତ କଲ୍ କରିଥାଇ ପାରେ ତେଣୁ କଲ୍ ଗ୍ରହଣ କରିବାକୁ ଯଥାସାଧ୍ୟ ଚେଷ୍ଟା କରିବେ ଓ ଅତାବିରା ଶ୍ମଶାନ ଘାଟକୁ ରାସ୍ତା ଓ ଶବ ଦାହ ପାଇଁ ଚାରିଟି ଆଇରନ ଖୁଣ୍ଟର ବ୍ୟବସ୍ଥା ତୁରନ୍ତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ସ୍ବାସ୍ଥ୍ୟ କେନ୍ଦ୍ରରେ ବିଜୁଳି ସହ ପାନୀୟ ଜଳ ର ବ୍ୟବସ୍ଥା ଠିକ୍ ରଖି ପରିବେଶକୁ ସଫା ସୁରୁରା ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ଟୀକା କରଣ ବ୍ୟବସ୍ଥାରେ କୌଣସି ପ୍ରକାର ଅବହେଳାକୁ ପ୍ରୋତ୍ସାହନ ଦିଆଯିବ ନାହିଁ। ଏହାସହ କରୋନା ସଂକ୍ରମଣକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀମାନେ ଅଧିକରୁ ଅଧିକ ଯତ୍ନବାନ ହୋଇ ନିଜର ଦୟିତ୍ଵ ତୁଲାଇବେ ବୋଲି ବିଧାୟିକା କହିଥିଲେ। ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ରିତା ସାହୁ,ଏନଏସି ଉପାଧ୍ୟକ୍ଷl ଜ୍ୟୋତିର୍ମୟୀ ଦାଶ, ତହସିଲଦାର ଦୁର୍ଯ୍ୟୋଧନ ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ, ଥାନା ଅଧିକାରୀ ଦିଲିପ୍ କୁମାର ବେହେରା, ସିଡିପିଓ ଅନୁରାଧା ମହାନ୍ତି, ସ୍ବାସ୍ଥ୍ୟ ଅଧିକାରୀ ଡଃ ରବିନାରାୟଣ ମିଶ୍ର, ରଘୁ ବାରିକ୍, ଆଇନଜିବୀ ଦିବ୍ୟ କିଶୋର ମିଶ୍ର, ଏନଏସି ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା, ଜିଲ୍ଲା ବିଜେଡି ସମ୍ପାଦକ ଜିତେନ୍ଦ୍ର ଦାଶ, ଟଙ୍କଧର ଦାଶ, ବରିଷ୍ଠ ନାଗରିକ ସଂଘର ସଭାପତି ବେଣୁଧର ମିଶ୍ର, ମାରୱାଡ଼ି ଯୁବା ମଂଚର ଉପ ସଭାପତି ଉମେଶ ଅଗ୍ରୱାଲ, ରାମଚଣ୍ଡୀ ମନ୍ଦିର ସଭାପତି ଦିବାକର ପ୍ରଧାନ, ସତ୍ୟ ମିଶ୍ର, ସମସ୍ତ କାଉନସିଲର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନ କରିଥିବାବେଳେ ଜ୍ୟୋତିର୍ମୟୀ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories