www.samajalive.in
Monday, December 8, 2025
27.1 C
Bhubaneswar

ପୋଡାଡିହ, ଦୁର୍ଗାପୁର, ସିମୋର ଏବଂ କୁଞ୍ଜୁରୀ ପଞ୍ଚାୟତର ୬ଟି ଗ୍ରାମ ଅଣୁଆବଦ୍ଧ।ଞ୍ଚଳ

ବେଗୁନିଆ: ବେଗୁନିଆ ବ୍ଲକରେ ସଂକ୍ରମଣ ବୃଦ୍ଧି ଯୋଗୁଁ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ସୁପାରିଶ କ୍ରମେ ଉପଜିଲ୍ଲାପାଳ ଅଶୋକକୁମାର ବେହୁରିଆ ସଂକ୍ରମଣ ବୃଦ୍ଧିକୁ ଗୁରୁତର ସହ ନେଇ କରୋନା ପଜିଟିଭ ଚିହ୍ନଟ ହୋଇଥିବା ୪ଟି ପଞ୍ଚାୟତର ୬ଟି ଗ୍ରାମକୁ ଅଣୁଆବଦ୍ଧ।ଞ୍ଚଳ ଘୋଷଣା କରିଛନ୍ତି। ଏହି ବ୍ଲକର ପୋଡାଡିହ ପଂଚାୟତ ଅଧିନସ୍ଥ ପୋଡାଡିହ ଗ୍ରାମରେ ୫ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ୧୫୦ ପରିବାରର ୧୦୩୫ ଲୋକ ବସବାସ କରୁଥିବା ହନୁମାନ ମନ୍ଦିର ପାଇକର।ସ।ହି ଠାରୁ ଗୋଖାସ।ହି ରାସ୍ତା ପର୍ଯ୍ୟନ୍ତ, ପୋଡାଡିହପାଟଣା ଗ୍ରାମରେ ୩ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ୯୮ ପରିବାରର ୧୦୨୦ ଲୋକ ବସବାସ କରୁଥିବା ହନୁମାନମନ୍ଦିର ପାଇକର।ସ।ହି ଠାରୁ ଗୋଖାସ।ହି ରାସ୍ତା, ପୋଡାଡିହ ପର୍ଯ୍ୟନ୍ତ, ପାଇକରାସାହି ଗ୍ରାମରେ ୩ ଜଣ ସଂକ୍ରମିତ ଚିହ୍ନଟ ହେବାପରେ ୧୪୦ ପରିବାରର ୯୯୦ ଲୋକ ବସ ବାସ କରୁଥିବା ତ୍ରିନାଥମନ୍ଦିର ପୋଡାଡିହ ଠାରୁ ଗୋଖାସାହି ରାସ୍ତା ପୋଡାଡିହ ପର୍ଯ୍ୟନ୍ତ ଏବଂ ଦୁର୍ଗାପୁର ପଞ୍ଚାୟତର ବେଙ୍ଗିଟାଙ୍ଗୀ ଗ୍ରାମରେ ୨ ଜଣ ସଂକ୍ରମିତ ଚିହ୍ନଟ ହେବାପରେ ୮୦ ପରିବାରର ୫୫୦ ଲୋକ ବସ ବାସ କରୁଥିବା ଚଣ୍ଡୀ ମନ୍ଦିର ବେଙ୍ଗିଟାଙ୍ଗୀ ଠାରୁ ବଟକୃଷ୍ଣ ବେହେରାଙ୍କ ଘର ପର୍ଯ୍ୟନ୍ତ କୁଞ୍ଜୁରୀ ପଞ୍ଚାୟତର କୁଂଜୁରୀ ଗ୍ରାମରେ ଜଣେ ସଂକ୍ରମିତ ଚିହ୍ନଟ ହେବାପରେ ୧୨୫ ପରିବାରର ୭୧୦ଲୋକ ବସ ବାସ କରୁଥିବା କୁଞ୍ଜୁରୀ ପ୍ରାଥମିକ ବିଦ୍ୟାଳୟ ଠାରୁ ଅମୀୟ ପଣ୍ଡାଙ୍କ ଘର ପର୍ଯ୍ୟନ୍ତ, ସିମୋର ପଂଚାୟତର କଣ୍ଟାମଳିମ ଗ୍ରାମରେ ୫ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ୪୨ ପରିବାରର ୧୭୦ ଲୋକ ବସ ବାସ କରୁଥିବା ମାଗୁଣି ସାହୁ କଣ୍ଟାମଳିମଙ୍କ ଘର ଠାରୁ ଦୀନବନ୍ଧୁ ସାହୁ(ଗଂପୁର) ପର୍ଯ୍ୟନ୍ତ ୨୫ ତାରିଖ ସନ୍ଧ୍ୟା ୭ଟାରୁ ୩ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଅଣୁ ଆବଦ୍ଧ।ଞ୍ଚଳ ଘୋଷଣା କରିଛନ୍ତି।

ସମ୍ପୃକ୍ତ ଗ୍ରାମଗୁଡିକୁ ବାହାର ଲୋକମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସେହିପରି ଅଂଚଳର କୌଣସି ବ୍ୟକ୍ତି ବାହାରକୁ ବାହାରିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଏହି ସମୟ ମଧ୍ୟରେ ସଂପୃକ୍ତ ଅଞ୍ଚଳକୁ ବିଶୋଧନ କରାଯିବା ସହ କରୋନା ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ। ଏହି ଆବଦ୍ଧ।ଞ୍ଚଳ ଗୁଡିକରେ ସମ୍ପୃକ୍ତ ପଂଚାୟତର ନିର୍ବାହୀ ଅଧିକାରୀ, ବେଗୁନିଆ ଅଗ୍ନିଶମ ବିଭାଗ ଅଧିକାରୀ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ, ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଏବଂ ଶିଶୁବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ସେଠାରେ କାର୍ଯ୍ୟ ସମ୍ପାଦନ ପାଇଁ ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସମସ୍ତ କାର୍ଯ୍ୟର ତଦାରଖ ଦାୟିତ୍ୱ ଦିଆଯାଇଛି। ଏହା ପୂର୍ବରୁ ବେଗୁନିଆ ବ୍ଲକର ବେଗୁନିଆ ପୋଡାଡିହ, ବୋତଳମା, ଦେଉଳି, କୁଂଜୁରୀ, ହୀରାପୁର, ସିକୋ, ବାଘମାରୀ ଏବଂ ଦୁର୍ଗାପୁର ପଂଚାୟତର ୧୪ଟି ସ୍ଥାନକୁ ଅଣୁ ଆବଦ୍ଧ।ଞ୍ଚଳ ଘୋଷଣା କରାଯାଇଥିଲା। ଏହି ଘୋଷଣା ପରେ ବ୍ଲକର ବିଭିନ୍ନ ପଂଚାୟତର ୨୦ଟି ସ୍ଥାନକୁ ଅଣୁ ଆବଦ୍ଧ।ଞ୍ଚଳଭାବେ ଘୋଷଣା କରାଗଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories