www.samajalive.in
Wednesday, December 10, 2025
18.1 C
Bhubaneswar

ୟାସ ମୁକାବିଲା ପାଇଁ ପ୍ରସ୍ତୁତ ବେଗୁନିଆ ପ୍ରଶାସନ

ବେଗୁନିଆ : ଗୋଟିଏ ପଟେ କରୋନା ଏବଂ ଅନ୍ୟପଟେ ବାତ୍ୟା ୟାସକୁ ନେଇ ଲୋକମାନେ ଆଦୌ ଚିନ୍ତିତ ନ ଥିବାବେଳେ ଆଜି ସକାଳ ସମୟରେ ତାର ପ୍ରଭାବରୁ ବେଗୁନିଆ ବ୍ଲକ ଅଂଚଳରେ କିଛି ସମୟ ପାଇଁ ହୋଇଥିବା ସ୍ୱଳ୍ପ ବର୍ଷା କେତେକାଂଶରେ ଲୋକମାନଙ୍କୁ ଚିନ୍ତାରେ ପକାଇଛି । ଲଘୁଚାପ ପ୍ରଭାବରେ ଆଜି ସକାଳେ କିଛି ସମୟ ପାଇଁ ଝିପି ଝିପି ବର୍ଷା ହେବା ପରେ ପାଗ ମେଘ।ଛଣ୍ଣ ରହିଥିଲା । ଅପରାହ୍ନ ପର୍ୟ୍ୟନ୍ତ କୋହଲା ପାଗ ରହିଥିବାବେଳେ ମଝିରେ ମଝିରେ ପବନ ବହୁଥିଲା । ପ୍ରଶାସନ ତରଫରୁ ବାତ୍ୟା ମୁକାବିଲା ପାଇଁ ତହସିଲଦାର, ବିଡ଼ିଓ, ଥାନା ଅଧିକାରୀ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଏବଂ ବେଗୁନିଆ ଅଗ୍ନିଶମ ବିଭାଗ ସଜାଗ ହୋଇ ରହିଛନ୍ତି । ବେଗୁନିଆ ବ୍ଲକର ଦୁଇଟି ବାତ୍ୟା ଆଶ୍ରୟସ୍ଥଳୀରେ ଜେନେରେଟର ସହିତ ୯୭ ଟି ବିଦ୍ୟାଳୟକୁ ବିପନ୍ନ ଲୋକମାନଙ୍କ ସହାୟତା ପାଇଁ ପ୍ରସ୍ତୁତ କରାଯାଇଛି । ୩୦ କୁଇଣ୍ଟାଲ ଚୁଡା ୩୦ଟିଣ ଗୁଡ ସହିତ ସୁନ। ଖଳାରେ ଥିବା ଦୁଇଜଣ ହୋଲସେଲରଙ୍କୁ ୨୦ କୁଇଣ୍ଟାଲ ଚୁଡା ଆଉ ଅଧିକ ରଖିବା ପାଇଁ ବ୍ଲକ ତରଫରୁ ସେମାନଙ୍କ ସହିତ ଯୋଗାଯୋଗ କରାଯାଇଛି ।ବାତ୍ୟାସମୟରେ ବିଭିନ୍ନ କାର୍ୟ୍ୟ ସମ୍ପାଦନ କରିବା ପାଇଁ ପ୍ରଶାସନିକ ଅଧିକାରୀମାନେ ସଜାଗ ରହିଛନ୍ତି । ୨୧ଟି ପଂଚାୟତର ବିଭିନ୍ନ ଗ୍ରାମରେ ଥିବା ୪୧ ଜଣ ଗର୍ଭବତୀ ମହିଳାଙ୍କୁ ବୋତଳମା ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଏବଂ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ଆଶା ଏବଂ ଅଙ୍ଗନବାଡି କର୍ମୀମାନଙ୍କ ସହାୟତାରେ ନିକଟସ୍ଥ ଡାକ୍ତରଖାନାକୁ ନେଇ ସେମାନଙ୍କର ଯତ୍ନ ନେବା ପାଇଁ ଦାୟିତ୍ୱ ଦିଆଯାଇଛି ।

ବାତ୍ୟା ସମୟରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଏବଂ ଲୋକମାନଙ୍କର ଧନ ଜୀବନ ଯେପରି ହାନି ନଘଟେ ସେଥିପାଇଁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ତତ୍ପର ରହିଛନ୍ତି। ବାତ୍ୟା ସମୟରେଗଛ ପଡି ରାସ୍ତା ଅବରୋଧ ହେଲେ ରାସ୍ତା ସଫା କରିବା ପାଇଁ ସମସ୍ତ ବନ୍ଦୋବସ୍ତକରାଯାଇଛି । ସେହିପରି କୌଣସି କାରଣରୁ ବିଦ୍ୟୁତ ସରବର।ହରେ ଅସୁବିଧା ହେଲେ ଲୋକମାନେ ଯେପରି ସୁବିଧାରେ ପାଣି ପାଇପାରିବେ ସେଥିପାଇଁ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ପାଣିଗ୍ରାହୀ ଗୋଟିଏ ୬୦କେ ଭି ଡିଜେଲ ଜେନେରେଟର କାର୍ୟ୍ୟାଳୟରେ ପ୍ରସ୍ତୁତ କରି ରଖିଛନ୍ତି । ବାତ୍ୟା ପାଇଁ ଆସନ୍ତା ୩୧ ତାରିଖ ପର୍ୟ୍ୟନ୍ତ ସରକାର ସମସ୍ତ ସରକାରୀ କର୍ମଚାରୀଙ୍କର ଛୁଟି ଏବଂ ସରକାରୀ ଛୁଟି ଦିବସ ବାତିଲ କରି କର୍ମଚାରୀମାନେ ସେମାନଙ୍କ ମୁଖ୍ୟାଳୟରେ ଉପସ୍ଥିତ ରହିବେ ଏବଂ ବିନା ଅନୁମତିରେ ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି ନିର୍ଦେଶ ଦେଇଛନ୍ତି । କିନ୍ତୁ ସରକାରଙ୍କର ନିର୍ଦେଶକୁ ବେଖାତିର କରି ବେଗୁନିଆରେ ଥିବା ବହୁ କାର୍ୟ୍ୟାଳୟର କର୍ମଚାରୀ ଅନୁପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ଉଚ୍ଚ କର୍ତୃପକ୍ଷ ଏହାର ନିରପେକ୍ଷ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories