www.samajalive.in
Sunday, December 7, 2025
16.1 C
Bhubaneswar

ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ, ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଫୁଲବାଣୀ: କନ୍ଧମାଳ ଜିଲାର ଗର୍ବ ଓ ଗୌରବ, ଲୋକ କବି, ଆଦିବାସୀ ସଂସ୍କାରକ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ତଥା ଟାଡ଼ସରୁ ବାଈ ଅସୁସ୍ଥ ହୋଇ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସମଗ୍ର ଜିଲାରେ ତାଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରାଯାଇଛି। ଆଜି ତାଙ୍କ ଗ୍ରାମ ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ତାଙ୍କ ଘରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିବା ବେଳେ ତୁରନ୍ତ ତାଙ୍କ ପରିବାର ଲୋକେ ଖଜୁରିପଡ଼ା ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖଜୁରିପଡ଼ା ଡ଼ାକ୍ତରଖାନାରେ ଟାଡ଼ିସରୁ ବାଈ ଭର୍ତ୍ତି ହୋଇଥିବା ଖବର ପାଇ ଖଜୁରିପଡ଼ା ତହସିଲଦାର ସ୍ୱପ୍ନିତା ନାୟକ ତୁରନ୍ତ ଡ଼ାକ୍ତରଖାନାରେ ପହଞ୍ଚି ସ୍ୱାସ୍ଥ୍ୟ ସମ୍ପର୍କରେ ଡ଼ାକ୍ତରମାନଙ୍କୁ ପଚାରି ବୁଝିବା ସହିତ ଆଶୁଆରୋଗ୍ୟ କାମନା କରିଥିଲେ।

ସେହିଭଳି ସମାଜସେବୀ ଅନନ୍ତ କୁମାର ଦିଗାଲ, ସତ୍ୟପ୍ରିୟ ମହାପାତ୍ର ପ୍ରମୁଖ ମେଡ଼ିକାଲରେ ପହଞ୍ଚି ତୁରନ୍ତ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ। ଖଜୁରିପଡ଼ାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିିକିତ୍ସିତ ହେଉଥିବା ବେଳେ ତାଙ୍କର ହିମୋଗ୍ଳୋବିନ୍ କମ୍ ଥିବା ଯୋଗୁଁ ସେ ଅସୁସ୍ଥ ହୋଇପଡ଼ିଥିବାର ଜଣାପଡ଼ିଥିଲା। ତେବେ ଫୁଲବାଣୀ ରକ୍ତଭଣ୍ଡାରରେ ତାଙ୍କ ଆବଶ୍ୟକ ରକ୍ତ ନଥିବା ଯୋଗୁଁ ତୁରନ୍ତ ରକ୍ତ ଭଣ୍ଡାର ପକ୍ଷରୁ ଟିମ୍ ହ୍ୟୁମାନିଟର ଆବାହକ ଭି.ଲୋକନାଥ ରାଜୁଙ୍କୁ ଯୋଗାଯୋଗ କରାଯିବା ପରେ ସେ ଓ ଅନ୍ୟତମ ସହଯୋଗୀ ରମେଶ ମହାନ୍ତିଙ୍କ ଉଦ୍ୟମ ଫଳରେ ଅମଲାପଡା ଅଞ୍ଚଳର ରକ୍ତଦାତା ସୁଧାଂଶୁ ଗୁରୁ ତୁରନ୍ତ ଡ଼ାକ୍ତରଖାନାରେ ପହଞ୍ଚି ରକ୍ତଦାନ କରିଥିଲେ। ବର୍ତ୍ତମାନ ଟାଡ଼ିସରୁ ବାଈ ମୁଖ୍ୟ ଚିକିତ୍ସାଳୟର ୨ ନମ୍ବର କଟେଜରେ ରହି ଚିକିତ୍ସିତ ହେଉଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼.ରାଜଶ୍ରୀ ପଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଡ଼ାକ୍ତରମାନେ ଚିକିତ୍ସା କରୁଥିବା ପ୍ରକାଶ। ରିପୋର୍ଟ ଲେଖାହେବା ସୁଦ୍ଧା ତାଙ୍କର ଚିକିତ୍ସା ଚାଲିଥିବା ପ୍ରକାଶ। ଏହି ଖବର ଜଣାପଡ଼ିବା ପରେ ବହୁ ବ୍ୟକ୍ତି ବିଶେଷ ତାଙ୍କର ସ୍ୱାସ୍ଥ୍ୟ ବୁଝିବା ପାଇଁ ଡ଼ାକ୍ତରଖାନାକୁ ଦୌଡ଼ିଥିବାର ଦେଖାଯାଇଛି। ଜିଲାର ବିିଭିନ୍ନ ମହଲରେ ଅସୁସ୍ଥ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories