www.samajalive.in
Wednesday, December 10, 2025
18.1 C
Bhubaneswar

ଡମସୁଲିମ ଗ୍ରାମରେ ୨୫ କରୋନା ଆକ୍ରାନ୍ତ ଚିହ୍ନଟ, କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ବ୍ଲକ ପ୍ରଶାସନ

ଲାଞ୍ଜିଗଡ଼: କରୋନାକୁ ନେଇ ବର୍ତ୍ତମାନ ଗାଁ ମାନଙ୍କରେ ଭୟର ବାତାବରଣ ଦେଖା ଦେଇଥିବା ବେଳେ କରୋନା ମଧ୍ୟ ଗ୍ରାମାଞ୍ଚଳରେ ତାର କାୟା ବିସ୍ତାର କରି ଚାଲିଛି। ଆଶାକର୍ମୀ ଓ ଅଙ୍ଗନବାଡିକର୍ମୀମାନେ ଘରକୁ ଘର ଯାଇ ସର୍ବେକ୍ଷଣ କରୁଥିଲେ ହେଁ କରୋନା ପରୀକ୍ଷା ଆଗେଇ ପାରୁନାହିଁ। ବର୍ତ୍ତମାନ ଗାଁ ମାନଙ୍କରେ ଜ୍ୱର, କାଶ, ଥଣ୍ଡା ବଢ଼ିବାରେ ଲାଗିଛି। ବର୍ତ୍ତମାନ ଲାଞ୍ଜିଗଡ ବ୍ଲକ ଅର୍ନ୍ତଗତ ବେଡାଗାଁ ପଞ୍ଚାୟତର ଡମସୁଲିମ ଗାଁରେ ୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଗାଁରେ ଲୋକେ ଅନ୍ଧ ବିଶ୍ୱାସର ବସବର୍ତ୍ତି ହୋଇ ଗୁଣି ଗାରେଡି ଓ କ୍ୱାକ ଭରସାରେ ରହୁଥିଲେ। ଗାଁରେ ସମସ୍ତଙ୍କୁ ଜ୍ୱର ନକମିବାରୁ ଲାଞ୍ଜିଗଡ ବ୍ଲକ ପୁର୍ବତନ ଅଧ୍ୟକ୍ଷ ତଥା ବେଡାଗାଁ ପଞ୍ଚାୟତ ସମିତିସଭ୍ୟ ମନହର ହରପାଲ ଡମସୁଲିମ ଗାଁକୁ ଯାଇ କରୋନା ପରୀକ୍ଷା କରିବା ପାଇଁ ଲୋକଙ୍କୁ ବୁଝାଇ ଥିଲେ। ସେ ନିଜେ ଜ୍ୱରରେ ପୀଡିତ ଥିବା ଲୋକଙ୍କୁ ବିଶ୍ୱନାଥପୁର ଡାକ୍ତରଖାନାକୁ ଆଣି ଟେଷ୍ଟ କରାଇଥିଲେ। କରୋନା ପରୀକ୍ଷା କରାଯାଇଥିବା ଗ୍ରାମବାସୀଙ୍କ ମଧ୍ୟରୁ ୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସମସ୍ତ କରୋନା ଆକ୍ରାନ୍ତ ଥିବା ସମସ୍ତେ ତାଙ୍କ ନିଜ ଇଛାରେ ଗାଁରେ ଥିବା ସ୍କୁଲ ଗୃହରେ ରହୁଛନ୍ତି। ଡାକ୍ତର ଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ପ୍ରଦାନ କରିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଥିବା ବେଳେ ଡମସୁଲିମ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ବୋଲି ବିଡିଓ ପ୍ରକାଶ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories