www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ଛଡ଼ାଇ ନେଇଛି ପଥର କାରିଗରଙ୍କ ବେପାର

ବରପାଲି: ବର୍ତ୍ତମାନ ଗାଁରୁ ନେଇ ସହର ପର୍ଯ୍ୟନ୍ତ କରୋନା ମହାମାରୀ ପ୍ରଭାବ ସାଧାରଣ ଲୋକଙ୍କ ପେଟପାଟଣା ଉପରେ ସଙ୍କଟ ସୃଷ୍ଟି କରୁଥିବା ବେଳେ ଦିନ ମଜୁରିଆ, ରିକ୍ସାବାଲା, ଅଟୋଚାଳକ ଓ ପଥର କାରିଗର ଛୋଟ ବେପାରିମାନଙ୍କ ନିଦ ହଜାଇ ଦେଇଛି। ବରପାଲି ବ୍ଲକ ବାରଙ୍ଗପାଲି ଗାଁ ପଥରଶିଳ୍ପ ଗାଁ ଭାବରେ ବହୁ ଦିନରୁ ପଥର ତିଆରି ଘରକରଣା ସାମଗ୍ରୀ ସହ ସୌକିନ ଦ୍ରବ୍ୟମାନ ଶିଳ୍ପିମାନେ ନିର୍ମାଣ କରି ବେପାରିମାନଙ୍କୁ ବିକ୍ରିକରି ନିଜ ପରିବାର ଚଳେଇଥାନ୍ତି। ଗାଁରେ ୨୫୦ ଶିଳ୍ପୀକାର ପରିବାର ପିତୃ ପୁରୁଷ ଅମଳରୁ ପଥରକୁ ନିହାଣ ମୂନରେ ଖୋଦେଇ କରି ନିଜ ବେଉସା ଚଳେଇ ଆସିଛନ୍ତି। ହେଲେ ଆଜି ତାରିଖରେ କରୋନା ମହାମାରି ଓ ସରକାରଙ୍କ ଲକ ଡ଼ାଉନ ଶିକାରରେ ପଥର ବେଉଷା ମାନ୍ଦା ଅବସ୍ଥାକୁ ପହଞ୍ଚିଯାଇଛି। ସଂକ୍ରମଣ ବୃଦ୍ଧି ଯୋଗୁ ବାହାର ରାଜ୍ୟ କିମ୍ବା ଅନ୍ୟ ଅଞ୍ଚଳର ବେପାରୀ ଆସୁ ନଥିବା ବେଳେ ଯାନବାହାନ ଯାତାୟତରେ ପ୍ରତିବନ୍ଧକ ମୂଖ୍ୟ ସମସ୍ୟା ସୃଷ୍ଟି କରିିଛି। ଦୈନନ୍ଦିନ ପରିବାରର ପେଟପାଟଣା ଅବା କାର୍ଯ୍ୟରତ କାରିଗରମାନଙ୍କ ଶ୍ରମ ପାଉଣା ଦେବା ପାଇଁ ଶିଳ୍ପୀକାରମାନେ ନାକେଦମ ହେଉଛନ୍ତି। ବାଧ୍ୟହୋଇ କମ ଦରରେ ଅଚଂଳର ଛୋଟ ବେପାରୀମାନଙ୍କୁ ବିକ୍ରି କରିବାକୁ ପଡୁଥିବା ଜଣାପଡ଼ିିିଥିଲା। ଶିଳ୍ପୀକାରମାନଙ୍କ କହିବାକଥା ବେଳେ ବେଳେ ନିଜ ପାରିଶ୍ରମିକ ମିଳିବା ଦୁରର କଥା ସାମଗ୍ରୀର ପ୍ରକୃତ ଦାମକୁ ବାଦ ଦେଇ ଅଧା ଦାମରେ ମଧ୍ୟ ବିକିବାକୁ ପଡ଼ୁଛି। ନହେଲେ ଆମେ ଚଳିବୁ କେମିତି ଏବଂ କାର୍ଯ୍ୟରତ ଶ୍ରମିକ ଶିଳ୍ପୀମାନଙ୍କ ମଜୁରି ଦେବୁ କେମିତି ଆପଣମାନେ କହନ୍ତୁ ବୋଲି ପ୍ରଶ୍ନ କରିଥିଲେ। ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ସାମଗ୍ରୀମାନଙ୍କ ମଧ୍ୟରେ ଘରକରଣା ସାମଗ୍ରୀ ଶିଳ, ଶିଳପୁଆ, ରୁଗୁଣା ତଥା ବିଭିନ୍ନ ସୌଖିନ ବ୍ୟବହାର୍ଯ୍ୟ ସାମଗ୍ରୀ ତଥା ପଥର ଷଣ୍ଢ, ଦେବାଦେବୀମାନ କଳାକୃତି ଖୋଦେଇ ସହ ନିର୍ମାଣ କରଥାନ୍ତି। ବୟସ୍କ ଶିଳ୍ପୀମାନେ ବର୍ତ୍ତମାନର ସ୍ଥିତି ଓ ବଜାର କାରବାରକୁ ନେଇ ହତୋତ୍ସାହିତ ହେବା ସହିତ ସରକାର ସବୁ ବର୍ଗ ଲୋକଙ୍କ ଦୁଖଃ ମୋଚନ ପାଇଁ ବିଭିନ୍ନ ସହାୟତାମାନ ଯୋଗାଉଛନ୍ତି। ହେଲେ ଆମ ଦୁଃଖ ସବୁଦିନ ଲାଗିରହିଛି କାମ କଲେ ଘରେ ଚୁଲି ଜଳିବ ନହେଲେ ଭୋକ ଉପାସରେ କଲନଲ ହେବା ସମୟ ବର୍ତ୍ତମାନ ପହଞ୍ଚିଯାଇଛି ବୋଲି ଦର୍ଶାଇଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories