www.samajalive.in
Tuesday, December 9, 2025
17.1 C
Bhubaneswar

ପାଠପଡା ଗଲା ଚୁଲିକୁ : କରୋନାରେ ନଷ୍ଟ ହେଉଛି ଗ୍ରାମାଞ୍ଚଳ ପିଲାଙ୍କ ଭବିଷ୍ୟତ !

ନବରଙ୍ଗପୁର :  କରୋନା ଛଡାଇ ନେଲା ପିଲାଙ୍କ ଭବିଷ୍ୟତ l କରୋନା ମହାମାରୀ ଯୋଗୁଁ ଆଜକୁ ବର୍ଷେ ହେଲା ସାରା ରାଜ୍ୟରେ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବା ବେଳେ ଅନଲାଇନ ପାଠ ପଢ଼ା ଚାଲିଛି, କିନ୍ତୁ ଗ୍ରାମାଞ୍ଚଳରେ ରହୁଥିବା ପିଲାମାନେଏଥିରୁ ବାଦ ପଡିଛନ୍ତି l ଏମାନଙ୍କ ପାଖରେ ନା ଅଛି ଫୋନ ନା ଅଛି ଆର୍ଥିକ ସ୍ଵଛଳତା, ନବରଙ୍ଗପୁର ଜିଲ୍ଲାର ଗ୍ରାମାଞ୍ଚଳ ଏବଂ ପଲ୍ଲୀ ଅଂଚଳରେ ରହୁଥିବା ଅଧିକାଂଶ ଲୋକଙ୍କ ପାଖରେ ଆର୍ଥିକ ପରିସ୍ଥିତି ଠିକ ନଥିବା ଯୋଗୁଁ ସେମାନଙ୍କ ପିଲାଙ୍କ ପାଠ ପଢ଼ାରେ ବ୍ୟାଘାତ ଘଟୁଥିବା ବେଳେ ଆଜକୁ ବର୍ଷେ ହେବ ବିଦ୍ୟାଳୟ ନ ଯାଇ ପାଠପଢ଼ା ଚୁଲିକି ଯାଇଥିବା ସଦୃଶ୍ୟ ଦେଖିବାକୁ ମିଳୁଅଛ ପଲ୍ଲୀ ଅଂଚଳ ମାନଙ୍କରେ l

ପାଠ ପଢ଼ା ନହେବାରୁ ପିଲାମାନଙ୍କୁ ଦିନଯାକ ଖେଳୁ ଥିବାର ଦେଖିବାକୁ ମିଳୁଛି l ସ୍କୁଲ ବନ୍ଦ ଥିବା କାରଣରୁ କୌଣସି ପିଲା ପାଠପଢ଼ା ରେ ଧ୍ୟାନ ଦେଉନଥିବା ପିଲାମାନଙ୍କ ଠାରୁ ଶୁଣିବାକୁ ମିଳୁଛି l ପାଠ ପଢା ଛାଡି ପିଲାମାନେ ଦିନତମାମ ବାଟି, କ୍ରିକେଟ ଆଦି ଖେଳୁଥିବା ବେଳେ ଖରା ସମୟରେ ଗ୍ରାମରେ ଥିବା ପୋଖରୀରେ ଗାଧେଇ ମଜା ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି l ଯେହେତୁ ସଂକ୍ରମଣ ଏତେ ଭୟଙ୍କର  ସରକାର ତାଲା ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି l ଯଦ୍ୱାରା ବିଦ୍ୟାଳୟ ଖୋଲିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ?  ଏପରି ସ୍ଥଳେ କେବେ ସ୍କୁଲ ଖୋଲିବ କେବେ ପିଲା ସ୍କୁଲରେ ପାଦ ଦେବେ ଓ ପାଠ ପଢିବେ l ସରକାର ଏପଟେ ପ୍ରଥମରୁ ଅଷ୍ଟମ ପିଲା ପରୀକ୍ଷା ନଦେଇ ସମସ୍ତେ ପାସ, ଏଥି ପାଁଇ ପିଲାମାନେ ଖେଳି କୁଦି ସମୟ ଅତିବାହିତ କରୁଥିବା ଦେଖିବାକୁ ମିଳୁଛି l

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories