www.samajalive.in
Monday, December 8, 2025
27.1 C
Bhubaneswar

ବନ୍ଦ ହେବ ଇଣ୍ଟରନେଟ ଏକ୍ସପ୍ଲୋରର, ଘୋଷଣା କଲା ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ: ୱେବ୍‌ ବ୍ରାଉଜର ଇଣ୍ଟରନେଟ୍‌ ଏକ୍ସପ୍ଲୋରର ଆସନ୍ତା ୨୦୨୨ରେ ବନ୍ଦ ହୋଇଯିବ। ମାଇକ୍ରୋସଫ୍ଟ ପକ୍ଷରୁ ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ୨୦୨୧ ଜୁନରେ ଇଣ୍ଟରନେଟ୍‌ ଏକ୍ସପ୍ଲୋରରକୁ ବନ୍ଦ କରାଯିବ ବୋଲି ଗତବର୍ଷ ଅଗଷ୍ଟରେ ଏକ ରିପୋର୍ଟରେ କୁହାଯାଇଛି। କିନ୍ତୁ ଏବେ ମାଇକ୍ରୋସଫ୍ଟ ନିଜେ ଏ ସମ୍ପର୍କରେ ଘୋଷଣା କରିବା ସହିତ ୨୫ ବର୍ଷ ପୁରୁଣା ଏହି ୱେବ୍‌ ବ୍ରାଉଜରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ୱେବ୍‌ ବ୍ରାଉଜର ଆଜିର ସମୟରେ ଅନ୍ୟ ବ୍ରାଉଜର ସାମ୍ନାରେ ତିଷ୍ଠିବା କଷ୍ଟକର ହୋଇପଡ଼ୁଛି। ୨୦୦୩ରେ ମାଇକ୍ରୋସଫ୍ଟର ଏହି ୱେବ ବ୍ରାଉଜର ଶୀର୍ଷରେ ରହିଥିଲା।

ଇଣ୍ଟରନେଟ୍‌ ଏକ୍ସପ୍ଲୋରର ଯେତେ​‌ବେଳେ ଲଞ୍ଚ ହୋଇଥିଲା, ସେତେବେଳେ କମ୍‌ ଲୋକ ଇଣ୍ଟରନେଟ୍‌ ବ୍ୟବହାର କରୁଥିଲେ। ଇଣ୍ଟରନେଟ୍‌ରେ କାମ କରିବାରେ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହି ବ୍ରାଉଜର ବଜାରକୁ ଆସିବା ପରେ ଲୋକଙ୍କୁ ୱେବସାଇଟ୍‌ରେ କାମ କରିବା ସହଜ ହେଲା, ଯେଉଁଥିପାଇଁ ଏହାର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଲା। ପୁଲିସକୁ ରେକର୍ଡ ରଖିବାରେ, ଛାତ୍ରଙ୍କ ନିକଟରେ ଅଧ୍ୟୟନ ସାମଗ୍ରୀ ପହଞ୍ଚାଇବା ଭଳି କାର୍ଯ୍ୟରେ ଏହା ବଡ଼ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।

- Advertisement -

ବନ୍ଦ ହେବାର କାରଣ:

ମାଇକ୍ରୋସଫ୍ଟର ଇଣ୍ଟରନେଟ ଏକ୍ସପ୍ଲୋରର ବିଶ୍ଵର ସମସ୍ତ କମ୍ପ୍ୟୁଟର ଏବଂ ଲାପଟପରେ ପୂର୍ବରୁ ସଂସ୍ଥାପିତ ହୋଇଥାଏ। କିନ୍ତୁ କ୍ରୋମ ଏବଂ ମୋଜିଲା ଫାୟାରଫକ୍ସ ନିୟମିତ ଭାବେ ନିଜକୁ ଅପଡେଟ୍‌ କରିଚାଲିଲେ। କିଛି କିଛି ନୂଆ ବିଶେଷତ୍ଵ ଆଣିଲେ, ଯେଉଁଥିପାଇଁ ଲୋକମାନଙ୍କ ନିକଟରେ ଏଗୁଡ଼ିକ ଅଧିକ ଆଦୃତ ହେଲେ। ଆଜିର ସମୟରେ ପ୍ରାୟ ୬୬% ଟ୍ରାଫିକ କ୍ରୋମ ବ୍ରାଉଜରରୁ ଆସିଥାଏ। କ୍ରୋମରେ ଗୁଗଲ ଅନୁବାଦ ସମେତ ଅନେକ ବିଶେଷତ୍ଵ ରହିଛି। ଯେଉଁଥିପାଇଁ ଲୋକମାନେ ଏହାକୁ ଅଧିକ ପସନ୍ଦ କରୁଛନ୍ତି। ଯାହା ଫଳରେ ଏବେ ଇଣ୍ଟରନେଟ ଏକ୍ସପ୍ଲୋରର ଇତିହାସ ହେବାକୁ ଯାଉଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories