www.samajalive.in
Monday, December 8, 2025
27.1 C
Bhubaneswar

ସମ୍ବଲପୁରୀ ଚଳଚିତ୍ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ

ବୁର୍ଲା:  ସମ୍ବଲପୁରୀ ଚଳଚିତ୍ରର ଶଲା ବୁଢ଼ା, ଶଲା ବୁଢ଼ାର ବଦଲାର ସୁଖ୍ୟାତିନାମା ଅଭିନେତା ତଥା ଜାତୀୟ ପୁରଷ୍କାର ପ୍ରାପ୍ତ ଡ ଅଟଲ ବିହାରୀ ପଣ୍ଡାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ । ଗତ ୧୬ ତାରିଖରେ ତାଙ୍କର ପତ୍ନୀ ଲଳିତାଙ୍କ ହୃଦଘାତରେ ବିୟୋଗ ଘଟିଥିଲା।  ଡ଼ ଅଟଳ ପଣ୍ଡା ଯିଏକି ୯୨ ବର୍ଷର ପରିଣତ ବୟସରେ ମଧ୍ୟ ଜଣେ ଯୁବ କଳାକାରଙ୍କୁ ପଛରେ ପକାଇବାର କ୍ଷମତା ରଖିଥିଲେ। ତାଙ୍କର ସହଧର୍ମିଣୀଙ୍କ ବିୟୋଗରେ ସେ ସମ୍ପୁର୍ଣ୍ଣ ଭାଙ୍ଗିପଡ଼ିଥିଲେ। ଏପରିକି ନିଜର ସହଧର୍ମିଣୀ ଲଳିତାଙ୍କ ସହିତ ରହିଥିବା ତାଙ୍କର ଅଗାଢ଼ ଭାବାବେଗକୁ ମନେ ପକାଇ ତଥା ତାଙ୍କର କଥାକୁ ଝୁରି ଝୁରି ସମ୍ପୁର୍ଣ୍ଣ ଭାବରେ ମୌନବ୍ରତ ଧାରଣ କରି ଚିନ୍ତାଗ୍ରସ୍ତ ହୋଇ ବସିରହିବା ସହିତ କୌଣସି ଖାଦ୍ୟ ମଧ୍ୟ ସେ ଗ୍ରହଣ କରି ନ ଥିଲେ।
ଡ ପଣ୍ଡା ତାଙ୍କର ମଝିଆଁ ପୁଅ ଆଇନଜିବୀ ଅଶ୍ୱିନୀଙ୍କ ଘରେ କୃଷ୍ଣମନ୍ଦିର ପରିସରରେ ସେ ରହୁଥିଲେ। ତାଙ୍କୁ ନେଇ ବୁର୍ଲା ଭିମସାରର ମେଡ଼ିସିନ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କର ରକ୍ତ ସ୍ତର ବା ହିମୋଗ୍ଲୋବିନ ତଥା ଶର୍କରା ସ୍କଳନ ଘଟିଥିବା ଜଣାପଡ଼ିଛି। ତାଙ୍କର ସ୍ୱାସ୍ଥ୍ୟାବସ୍ତା ଖରାପ ରହିଥିବା ଜାଣିବା ପରେ ଚଳଚିତ୍ର ଜଗତ ସହିତ ତାଙ୍କର ଶୁଭଚିନ୍ତକ ମହଲରେ ତାଙ୍କର ଆରୋଗ୍ୟ କାମନା କରାଯାଇଛି। ଡ ଅଟଲ ପଣ୍ଡାଙ୍କ ତିନିପୁଅ ଆର୍ତ୍ତତ୍ରାଣ ପଣ୍ଡା, ଆଇନଜିବୀ ଅଶ୍ୱିନୀ ପଣ୍ଡା ଏବଂ ଅରୁଣ ପଣ୍ଡା ରହିଥିବା ବେଳେ ତିନି ଝିଅ ଏବଂ ଜ୍ୱାଇଁ ରହିଛନ୍ତି।
ତେବେ ଅଟଳ ପଣ୍ଡାଙ୍କ ନିଖୁଣ ଅଭିନୟ ସମ୍ବଲପୁରୀ ଚଳଚିତ୍ରକୁ ଏକ ନୁତନ ଦିଗ ଦେଇଛି ଯାହାକୁ କେହି ମଧ୍ୟ ଭୁଲି ପାରିବେ ନାହିଁ। ବର୍ତ୍ତମାନ ଡ ପଣ୍ଡା ବୁର୍ଲା ଚିକିତ୍ସାଧିନ ରହିଥିବା ବେଳେ ମେଡ଼ିସିନ ବିଭାଗୀୟ ମୁଖ୍ୟ ପ୍ରଫେସର ବୁଟୁକେଶ୍ୱର ପ୍ରଧାନଙ୍କ ୟୁନିଟରେ ରହିଛନ୍ତି। ତେବେ ବୁର୍ଲା ଭିମସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ତାଙ୍କ ସ୍ୱାସ୍ଥ୍ୟାବସ୍ତା ବିଷୟରେ ପଚାରି ବୁଝିବା ସହିତ ତାଙ୍କୁ କିପରି ଭାବରେ ଉକୃଷ୍ଟ ଚିକିତ୍ସା ପ୍ରଦାନ କରାଯାଇ ପାରିବ ସେ ଦିଗରେ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories