www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଚିକିତ୍ସା ଉପକରଣ ବଣ୍ଟନ

ଗୁରୁଡିଝାଟିଆ: ଆଠଗଡ଼ରୁ କରୋନାକୁ ଦମନ କରିବା ସହିତ ଜନସାଧାରଣଙ୍କ ଭିତରେ ସଚେତନତାର ବାର୍ତ୍ତା ପ୍ରଦାନ କରିବା କ୍ଷେତ୍ରରେ ତୃଣମୂଳସ୍ତରରେ କାର୍ଯ୍ୟରତ ମହିଳା ପୁରୁଷ ସ୍ୱାସ୍ଥ୍ୟକର୍ମୀ ଓ ଆଶାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ସମସ୍ତ ପ୍ରତିକୂଳ ପରିବେଶକୁ ଭୃକ୍ଷେପ ନକରି କରୋନା ସଂକ୍ରମିତଙ୍କୁ ସୁସ୍ଥ କରିବା ଓ ସଚେତନତାର ବାର୍ତ୍ତା ବାଣ୍ଟିବା ପ୍ରଧାନ ଓ ମୁଖ୍ୟକାର୍ଯ୍ୟ ବୋଲି ଆଜି ଆଠଗଡ ବିଜୁ ଛାତ୍ର ଜନତାଦଳ ପକ୍ଷରୁ ସ୍ୱାସ୍ଥ୍ୟ ଉପକରଣ ଓ ସଚେତନତା କାର୍ଯ୍ୟକ୍ରମରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପରୋକ୍ତ ମତ ପ୍ରକାଶ କରିବା ସହିତ ଉପକରଣ ବଣ୍ଟନ କରିଥିଲେ। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ ଉପସ୍ଥିତ ୭୦ଜଣ ସ୍ୱାସ୍ଥ୍ୟକର୍ମୀ ଓ ଆଶାଙ୍କୁ ଅମ୍ଳଜାନ ସ୍ତର ମାପିବା, ଉତ୍ତାପ ମାପିବାର ପ୍ରଣାଳୀ ଓ କିଭଳି ଭାବରେ ଘରକୁ ଘର ବୁଲି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସଫଳ ରୂୁପାୟନ କରିବା ସହିତ କରୋନାକୁ ଦମନ କରିବା ଦିଗରେ କାର୍ଯ୍ୟ କରିବେ ସେ ସଂପର୍କରେ ବିଶଦ ଭାବରେ ବୁଝାଇଥିଲେ।

ଖୁଣ୍ଟୁଣୀ ଠାରେ ଯୁବନେତା ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତା କରି ବିଧାୟକ ତଥା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କ ବିଧାୟକ ପାଣଣ୍ଠିରୁ ଏହି ଉପକରଣ ବଣ୍ଟନ କରାଯାଉଛି। ଆଠଗଡରେ କରୋନା ମୁକାବିଲା କ୍ଷେତ୍ରରେ ଯେପରି ଅନ୍ୟପାଇଁ ଉଦାହରଣ ହେବ ସେଥିପାଇଁ ଶ୍ରୀ ସାହୁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ପ୍ରଶାନ୍ତ କୁମାର ପ୍ରଧାନ, ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଆସଲାମ, ବ୍ଲକ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସ,ଦୀପକ ସାହାଣୀ, ବିନୋଦ ମାଝି, ସୁଦଣ୍ଡୁ ବେଉରା, ପ୍ରମୁଖ ଉପସ୍ଥିତ ରହି କରୋନା ମୁକାବିଲା ସଂପର୍କିତ ସଚେତନତା ବାଣ୍ଟିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories