www.samajalive.in
Monday, December 8, 2025
20.1 C
Bhubaneswar

ଗୁଣପୁର ଆବଦ୍ଧା ଅଂଚଳ ଘୋଷଣା

କଲମପୁର: ଦିନକୁ ଦିନ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ବିଶେଷ ଭାବେ ଗ୍ରାମାଂଚଳର ଲୋକ ଏବେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଯାହା ସରକାର ଓ ପ୍ରଶାସନ ର ଚିନ୍ତା ବଢାଉଛି। ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ କାରଣରୁ ଗ୍ରାମାଂଚଳରେ ଏବେ ଏହାର କରାଳ ରୁପ ଦେଖିବାକୁ ମିଳିଛି। ବିଶେଷ କରି ଥୁଆମୁଳ ରାମପୁର ଭଳି ଅଗମ୍ୟ ଅଂଚଳର ଗୁଣପୁର ଗ୍ରାମରେ ଗତ କିଛି ଦିନ ମଧ୍ୟରେ ୨୦ ଜଣ ସଂକ୍ରମିତ ଚିହ୍ନଟ ହେବା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏନେଇ ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ସଦ୍ଦ ସୁଚନା ପାଇବା ପରେ ଗୁଣପୁର ଗ୍ରାମକୁ ୨୫ ତାରିଖ ପର୍ଯ୍ୟନ୍ତ ଆବଦ୍ଧା ଅଂଚଳ ଭାବେ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ କେହି ଯେମିତି ଗ୍ରାମର ଲୋକ ବାହାରକୁ ନଯାଆନ୍ତି ସେଥିପ୍ରତି ଗୁରୁତ୍ୱ ଦେବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାୟିତ୍ୱ ଦେଇଛନ୍ତି। ସେହିଭଳି ସମସ୍ତ କାର୍ଯ୍ୟ ସମ୍ପାଦନ ପାଇଁ ଭବାନିପାଟଣା ଉପଜିଲ୍ଲାପାଳଙ୍କୁ ଦାଇତ୍ୱ ଦେଇଛନ୍ତି। ଅନ୍ୟପଟେ ଲୋକଙ୍କ ଅତ୍ୟାବ୍ୟଶକ ସାମଗ୍ରୀ ଯୋଗାଣର ଦାୟିତ୍ୱ ବି.ଡି.ଓଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ତହସିଲଦାରଙ୍କୁ ଆଇନଶୃଙ୍ଖଳା ପ୍ରତି ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସଂକ୍ରମିତଙ୍କ କନଟ୍ରାକ୍ଟ ଟ୍ରେସିଂ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହାସହ ଏହାର ପାରିପାର୍ଶ୍ବିକ ଅଂଚଳକୁ ବମ୍ଫରଜୋନ ଭାବେ ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବା ନଇ ଜିଲ୍ଲାପାଳ ଘୋଷଣା କରିଛନ୍ତି।

ଜିଲ୍ଲାପାଳଙ୍କ ଏହି ଘୋଷଣା ପରେ ତହସିଲଦାର ବିନୟ କୁମାର ଭୋଇ, ବି.ଡି. ଓ ନିଶାନ ମିଶ୍ର ଓ ଭାରପ୍ରାପ୍ତ ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାର ପ୍ରମୁଖ ଗୁଣପୁର ଠାରେ ପହଂଚି ସମସ୍ତ ବ୍ୟବସ୍ଥା ବୁଝିବା ସହ ଲୋକଙ୍କୁ ଏହି ସମୟ ମଧ୍ୟରେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories