www.samajalive.in
Monday, December 8, 2025
27.1 C
Bhubaneswar

ଅମ୍ଳଜାନ ନେଇ ଯାଉଥିବା ଯାନ ଉପରୁ ଟୋଲ୍‍ ଫି’ ଛାଡ଼

ଭୁବନେଶ୍ୱର: କୋଭିଡ ସଂକ୍ରମିତଙ୍କ ଚିକିତ୍ସା ପାଇଁ ତରଳ ମେଡିକାଲ୍‍ ଅମ୍ଳଜାନ ନେଇ ଯାଉଥିବା ଯାନ ଉପରୁ ରାଜ୍ୟ ସରକାର ଟୋଲ୍‍ ଫି’ ଛାଡ଼ କରିଛନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଟୋଲ୍‍ ପ୍ଲାଜାଗୁଡ଼ିକରେ ଏହି ନିୟମ ଆସନ୍ତା ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ବର୍ତ୍ତମାନର କରୋନା ମହାମାରୀ ସ୍ଥିତି ପରିପ୍ରେକ୍ଷୀରେ ରାଜ୍ୟରେ ଥିବା ବିଭିନ୍ନ ହସ୍ପିଟାଲ୍‍ ତଥା କୋଭିଡ୍‍ କେୟାର ସେଣ୍ଟର୍‍ ଗୁଡ଼ିକୁ ତରଳ ଅମ୍ଳଜାନର ସୁଗମ ଯୋଗାଣ ଉଦ୍ଦେଶ୍ୟରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଅମ୍ଳଜାନ ପରିବହନ କରୁଥିବା ଗାଡ଼ିଗୁଡିକର ସହଜ ଯାତାୟାତ ବ୍ୟବସ୍ଥା ହୋଇଥିବାବେଳେ ପୂର୍ତ୍ତ ବିଭାଗ ଅଧୀନସ୍ଥ ଟୋଲ ଗେଟରେ ଟୋଲ ଆଦାୟ ନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଅମ୍ଳଜାନ ଆବଶ୍ୟକ କରୁଥିବା ୧୪ଟି ରାଜ୍ୟକୁ ଏପର୍ଯ୍ୟନ୍ତ ୯୭୫ଟି ଟ୍ୟାଙ୍କର୍‍ ଯୋଗେ ୧୭ ହଜାର ୮୭୩ ଟନ୍‍ରୁ ଅଧିକ ଅମ୍ଳଜାନ ପ୍ରାୟ ପଠାଯାଇଛି। ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରୁ ଟ୍ୟାଙ୍କର୍‍ ଯୋଗେ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ବିହାର, ମଧ୍ୟପ୍ରଦେଶ, ତାମିଲ୍‍ନାଡ଼ୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଦିଲ୍ଲୀ, ଚଣ୍ଡୀଗଡ଼, ପଞ୍ଜାବ, ରାଜସ୍ଥାନ, ଛତିଶଗଡ଼ ଓ ହରିୟାଣାକୁ ଏହି ଅମ୍ଳଜାନ ପଠାଯାଇଛି

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories